୨୦୧୮ ମାତୃଭାଷା ମିମ ଅଭିଯାନ ଜରିଆରେ ଇଣ୍ଟରନେଟରେ ଅଧିକ ଭାଷାଗତ ବିଭିନ୍ନତାର ପ୍ରସାର

mememl3

ଗତବର୍ଷର ସଫଳ ଅଭିଯାଙ୍କୁ ଭିତ୍ତିକରି ଆମେ ଆପଣଙ୍କୁ ନିଜ ମାତୃଭାଷାରେ କିଛି ମଜାଳିଆ ବା ଚିନ୍ତାଶୀଳ ତିଆରି କରିବା ପାଇଁ ଦ୍ୱିତୀୟ ମାତୃଭାଷା ମିମ ଅଭିଯାନ ୨୦୧୮କୁ ଆମନ୍ତ୍ରଣ କରୁଛୁ । ଫେବ୍ରୁଆରୀ ୧୪ ତାରିଖରେ ଆରମ୍ଭ ହୋଇ ୨୧ ତାରିଖ ଯାଏ ଚାଲୁଥିବା ଏହି ମଜାଳିଆ ଅଭିଯାନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ନିମନ୍ତେ ଓ ଆମେ ଏଥିରେ ଭାଗ ନେବା ପାଇଁ ଆପଣଙ୍କୁ ଆମନ୍ତ୍ରଣ କରୁଛୁ ।

ଅନ୍ତର୍ଜାତୀୟ ମାତୃଭାଷା ଦିବସ ବିଶ୍ୱବ୍ୟାପୀ ଭାଷା ଓ ଚଳଣିଗତ ବିଭିନ୍ନତାର ପ୍ରଚାର ନିମନ୍ତେ ଆରମ୍ଭ ହୋଇଥିଲା । ଏହାର ବିଶେଷ ଧ୍ୟାନ ଆଦିମ, ସଂଖ୍ୟାଲଘୁ, ଐତିହ୍ୟ, ଓ ବିରଳ ଭାଷାମାନଙ୍କର ରକ୍ଷା ନିମନ୍ତେ ହୋଇଥିଲା । ଡିଜିଟାଲ ଟୁଲ ଓ ଇଣ୍ଟରନେଟ ଜରିଆରେ ଅଧୁନା ପ୍ରକାଶ କରିବା ପାଇଁ ଓ ବାକିମାନଙ୍କ ସହ ସମ୍ବନ୍ଧ ସ୍ଥାପନ କରି ସେମାନଙ୍କ ଭାଷାଗୁଡ଼ିକୁ ପୁନରୁଜ୍ଜୀବିତ କରିବା ପାଇଁ ଏକ ନିଆରା ସ୍ଥାନ ହେଲାଣି ।

ଗତବର୍ଷର ଅଭିଯାନ ବେଳେ ଆମେ ବେରିଚୋନ-ବୁରବୋନ୍ନାଇସ, କାରୁକ, ଫୁଲଫୁଲଡ଼େ, ଉଇରାଡ଼ଜୁରି, କେଚୁଆ, ଓ କୁଆକୁଆଲା ଆଦି ଭାଷାରେ ମିମ ତିଆରି କରିଥିବା ରଥୀମାନଙ୍କ ସଙ୍ଗେ ଭେଟିଥିଲୁ । ଶହଶହ ଭାଷାରେ ମିମ ତିଆରି ହୋଇ ଅନଲାଇନରେ ବଣ୍ଟାଯାଇଥିଲା । ଆପଣମାନେ ଏସବୁରୁ କିଛି ବଛା ମିମ ଗତବର୍ଷର ଏହି ସାରାଂଶ ପୋଷ୍ଟରୁ ପଢ଼ିପାରିବେ ।

« ko mbile yimi woo, mbile nanay » ##MemeML #pular #fulfulde

A post shared by Teddungal.com (@teddungal_com) on

ଆଉଥରେ ଜଣେଇଦେଉଛୁ ଯେ ଏହି ଅଭିଯାନଟି ରାଇଜିଂ ଭଏସେସ, Living Tongues Institute, First Peoples’ Cultural Council, Indigenous Tweets, Endangered Languages Project, ଏବଂ Digital Language Diversity Projectରେ ଥିବା ଆମ ସାଥିମାନଙ୍କ ସହଯୋଗରେ, ତଥା ଅନେକ ବିଶ୍ୱସ୍ତରୀୟ ସହଯୋଗୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି । ମାତୃଭାଷା ମିମ ଅଭିଯାନ ଆପଣଙ୍କୁ ନିଜ ସୃଜନଶୀଳତା ଓ ଭାଷା ପାଇଁ ଉତ୍ସାହକୁ କାମରେ ଲଗେଇ ନିଜ ମାତୃଭାଷାରେ ମିମ ତିଆରି ପାଇଁ ଆମନ୍ତ୍ରଣ କରୁଛି ।

ଭାଗ ନେବା ପାଇଁ ଅଭିଯାନ ୱେବସାଇଟରେ (http://memeML.org) ଥିବା କେତେକ ସରଳ ସୋପାନ ଅବଲମ୍ବନ କରିପାରିବେ । ସେଥିରେ କିପରି ଏକ ଛପି ଖୋଜିବେ, ଲେଖା ଯୋଡ଼ିବେ ଓ ହ୍ୟାସଟ୍ୟାଗ ଯୋଡ଼ିବେ ସେ ବାବଦରେ ଲେଖାଯାଇଛି । ଆଉ କାହାକୁ ଟ୍ୟାଗ କରି ସେମାନଙ୍କୁ ନିଜ ଭାଷାରେ ମିମ ତିଆରି କରିବା ପାଇଁ ଆମନ୍ତ୍ରଣ କରିବା ପାଇଁ ମନେରଖିଥିବେ ।

ତିଆରି କରିବା ପାଇଁ ଓ ନିଜ କାମ ସାଇତିବା ପାଇଁ ଆପଣ କେତେକ ମାଗଣା ଓ ୱେବଭିତ୍ତିକ ପ୍ଲାଟଫର୍ମ ମଧ୍ୟ ପାଇବେ । ୨୦୧୮ ଅନ୍ତର୍ଜାତୀୟ ମାତୃଭାଷା ଦିବସର ଆଗ ସପ୍ତାହେ ଆମେ ଜଗତଯାକର ଯୋଗଦାନ ବାଣ୍ଟିବୁ, ରିଟୁଇଟ କରିବୁ, ଓ ଲାଇକ କରିବୁ, ଓ ଏଠାରେ ରାଇଜିଂ ଭଏସେସରେ କେତେକ ବାଛିରଖିବୁ ।

ଯଦି ଆପଣ ବିଶ୍ୱସାରାର ଭାଷାମାନଙ୍କ ପୁନରୁଦ୍ଧାର ନିମନ୍ତେ କାମ କରୁଥିବା ଏକ ସଂଗଠନ, ଗୋଷ୍ଠୀ, ପ୍ରକଳ୍ପ ଓ ଅନ୍ୟାନ୍ୟ ଦଳ ହୋଇଥାନ୍ତି ତାହେଲେ ଆମେ ଏହି ଅଭିଯାନ ପାଇଁ ଆମ ସହ ଯୋଗଦେଇ ଏହାର ପ୍ରସାରରେ ସାହାଯ୍ୟ କତିବା ପାଇଁ ନୂଆ ସହଯୋଗୀ ଖୋଜୁଛୁ । ଆମେ ପାଖାପାଖି ୧୫୦ଟି ଶବ୍ଦର ଅନୁବାଦ ପାଇଁ ବାକି ବାକିମାନଙ୍କ ସାହାଯ୍ୟ ବି ଖୋଜୁଛୁ ଫଳରେ ଏହି ସାଇଟଟି ଅଧିକ ଭାଷାରେ ଉପଲବ୍ଧ ହେବ । ଅଧୁନା ସାଇଟଟି ୩୫ରୁ ଅଧିକ ଭାଷାରେ ଉପଲବ୍ଧ ଆଉ ଆମେ ଏହି ବର୍ଷ ଆହୁରି ଅନେକ ଭାଷା ଯୋଡ଼ିପାରିବୁ ବୋଲି ଆଶାବାଦୀ । ଅଧିକ ତଥ୍ୟ ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.