ଗ୍ଲୋବାଲ ଭଏସେସ ଘୋଷଣାନାମା

ଆମେ ଖୋଲା କଥନରେ ବିଶ୍ୱାସ କରୁ: ଯାହା କହିବାର ଅଧିକାରକୁ ରକ୍ଷା କରିଥାଏ — ଏବଂ ଶୁଣିବାର ଅଧିକାରକୁ ରକ୍ଷା କରିଥାଏ । ଆମେ କଥନ ନିମନ୍ତେ ସାରା ଜଗତର ଟୁଲଗୁଡ଼ିକ ଉପରେ ବିଶ୍ୱାସ କରୁ ।

ତେଣୁ, ଯେଉଁମାନେ କହିବାକୁ ଇଚ୍ଛୁକ ସେମାନଙ୍କ କହିବା ପାଇଁ ଓ ଯେଉଁମାନେ ତାହା ଶୁଣିବା ପାଇଁ ଇଚ୍ଛୁକ ସେମାନଙ୍କ ଶୁଣିବା ନିମନ୍ତେ ସୁବିଧା ତିଆରି କରିଥାଉ ।

ନୂଆ ନୂଆ ଟୁଲ/ସାଧନ ଆସିବା ଆମ ପାଇଁ ଆନନ୍ଦର ବିଷୟ, କଥନ ଏଣିକି ଆଉ ପ୍ରକାଶନ ଓ ବିତରଣର ମାଲିକମାନଙ୍କ ଦେଇ କିମ୍ବା ଚିନ୍ତାଧାରା ଓ ଯୋଗାଯୋଗକୁ ରୋକୁଥିବା ସରକାରଙ୍କ ଦେଇ ନିୟନ୍ତ୍ରିତ ହେବ ନାହିଁ । ଅଧୁନା ସଭିଏଁ ପ୍ରେସର ଶକ୍ତି ଧାରଣ କରିପାରିବେ । ସଭିଏଁ ନିଜର କାହାଣୀ ଦୁନିଆଁକୁ କହିପାରିବେ ।

ଆମେ ଦରିଆ ସେପାରିର ବିଭାଜିତ ଲୋକମାନଙ୍କ ଭିତରେ ବନ୍ଧ ବାନ୍ଧୁ, ଯାହାଫଳରେ ସେମାନେ ନିଜ ନିଜକୁ ଭଲ ଭାବେ ବୁଝିପାରିବେ । ଆମେ ମିଳିମିଶି ଅଧିକ ପ୍ରଭାବ ପକାଇବା ଭଳି କାମ ପାଇଁ ଆଶା କରୁ ଓ ଅଧିକ ଦମ୍ଭର ସହିତ କାମ କରୁ ।

ଆମେ ସିଧାସଳଖ ଯୋଗାଯୋଗରେ ବିଶ୍ୱାସ କରୁ । ଅଲଗା ଅଲଗା ଦୁନିଆଁର ଲୋକଙ୍କ ଭିତରେ ଥିବା ବିଭେଦ ବ୍ୟକ୍ତିଗତ, ରାଜନୈତିକ ଓ ଖୁବ ଦମ୍ଭିଲା । ଆମେ ସୀମାର ସେପାରିରେ ଆଳାପ-ଆଲୋଚନାରେ ବିଶ୍ୱାସ କରୁ ଯାହା ଏକ ଖୋଲା, ନୈତିକ, ସୁଖଦ ଓ ଶାସ୍ୱତ ଭବିଷ୍ୟତ – ଏ ଜଗତର ସବୁରି ନାଗରିକ ନିମନ୍ତେ ପାଇଁ ନିତାନ୍ତ ଜରୁରୀ ।

ଯେବେ ଆମେ ଜଣେ ଜଣେ ବ୍ୟକ୍ତି ଭାବେ କାମ କରୁ ଓ କହୁ, ଆମେ ନିଜ ନିଜର ପରିଚୟ ପ୍ରକାଶ କରିବା ପାଇଁ ଓ ସମାନ ରୁଚି ତଥା ଲକ୍ଷ୍ୟ ସାଧନର ଉଦ୍ୟମ କରିଥାଉ । ଆମେ ପରସ୍ପରକୁ ସମ୍ମାନ ଦେବା, ସହଯୋଗ କରିବା, ପରସ୍ପରଠୁ ଶିଖିବା ଓ ଶୁଣିବା ନିମନ୍ତେ ସଦା ଉନ୍ମୁଖ ।

ଆମେ ହେଉଛୁ ଗ୍ଲୋବାଲ ଭଏସେସ ।