
ପଞ୍ଜାବ, ଭାରତରେ ମୋଜିଲା L10N ହ୍ୟାକାଥନ । ଶୁଭାଶିଷ ପାଣିଗ୍ରାହୀଙ୍କ ଦ୍ୱାରା ଉତ୍ତୋଳିତ ଫଟୋ । ଉଇକିମିଡ଼ିଆରୁ (CC BY-SA 4.0)
ଦୁଇଜଣ ଭାରତୀୟ କମ୍ପୁଟର ପ୍ରୋଗ୍ରାମର ଏପରି ଏକ ୱେବସାଇଟ ନିର୍ମାଣ କରୁଛନ୍ତି ଯାହା ହ୍ୱାଟ୍ସଆପ ଓ ଫେସବୁକରେ ଅଧିକ ଭାବରେ ପ୍ରଚାର ହେଉଥିବା ନକଲି ସନ୍ଦେଶକୁ ଧରିବାରେ ସକ୍ଷମ ହେବ । check4spam.com ନାମକ ଏହି ସାଇଟ ସ୍ୱେଚ୍ଛାସେବୀ ବ୍ୟବହାରକାରୀଙ୍କ ସହ ସେମାନଙ୍କର ନିଜ ଦଳ ଦ୍ୱାରା ଏହି ସବୁ ନକଲି ତଥ୍ୟର ଗବେଷଣା ଏବଂ ଅନୁସନ୍ଧାନ କରୁଛି ।
ଏହି ଦଳ ଟେକନିକାଲ୍ ଉପକରଣ ମାଧ୍ୟମରେ କିଛି ସେବା ଯୋଗାଇଦେବା ପାଇଁ ପୋର୍ଟଲ କ୍ଷମତାର ବିସ୍ତାର କରିବାକୁ ଆଶା ରଖିଛି । ସେମାନେ ଏହି ପ୍ରକଳ୍ପର ବର୍ଣ୍ଣନା କରି କହିଛନ୍ତି:
We verify any known posts with the below actions:
1. Contact the person/organization mentioned in the post
2. Do an extensive search (online and offline) to find any further fine information about the news- How We Work, check4spam.com
ନିମ୍ନରେ ଥିବା ନିୟମ ଅନୁସାରେ ଆମ୍ଭେ କିଛି ଜ୍ଞାତ ପୋଷ୍ଟ ଯାଞ୍ଚକରିବୁ:
୧. ପୋଷ୍ଟଟିରେ ଉଲ୍ଲେଖ ଥିବା ଲୋକ/ସଂସ୍ଥା ସହ ଯୋଗାଯୋଗ କରାଯିବ
୨. ପୋଷ୍ଟରେ ଥିବା ତଥ୍ୟ ଉପରେ ଭରଷାଯୋଗ୍ୟ ତଥ୍ୟ ପାଇବା ପାଇଁ ଅନ୍ଲାଇନ ଏବଂ ଅଫ୍ଲାଇନରେ ଅଧିକରୁ ଅଧିକ ଖୋଜାଯିବ
(SPAM) Top 10 Corrupt Political Parties in The World 2017 by BBC https://t.co/wb2yJxHYpn pic.twitter.com/hlisxbmPTA
— check4spam (@check4spam) March 22, 2017
(ସ୍ପାମ୍) ୨୦୧୭ରେ ପ୍ରକାଶିତ ବିଶ୍ୱରେ ପ୍ରମୁଖ ୧୦ଟି ଭ୍ରଷ୍ଟ ରାଜନୈତିକ ଦଳ: ବିବିସି
ଭାରତରେ ବୟସ୍କମାନଙ୍କ ମଧ୍ୟରେ ମଧ୍ୟ ଇଣ୍ଟରନେଟର ବ୍ୟବହାର ଦୃତ ଭାବରେ ବୃଦ୍ଧି ପାଉଛି । ପ୍ରମାଣଯୋଗ୍ୟ ଏବଂ ନକଲି କିମ୍ବା ହିଂସାତ୍ମକ ସନ୍ଦେଶଥିବା ପୋଷ୍ଟ ମଧ୍ୟରେ ପରଖ କିପରି କରାଯିବ ତାହା କେତେକ ନୂଆ ବ୍ୟବହାରକାରୀମାନଙ୍କୁ ଏବେଯାଏଁ ଜଣାନାହିଁ ଏବଂ ‘କ୍ଲିକ ବେଟ’, ଗୁଜବ କିମ୍ବା ଟ୍ରୋଜନ ହର୍ସ ଭଳି କିଛି ସଫ୍ଟଓୟାର ଜରିଆରେ ବ୍ୟବହାରକାରୀଙ୍କ ଡିଭାଇସ୍ରୁ ତଥ୍ୟ ଚୋରି କରିହେବ ।
ଏହି ୱେବସାଇଟ୍ର ନିର୍ମାଣ କରିଥିବା ବାଳ କୃଷ୍ଣ ବିର୍ଲା ଏବଂ ଶମ୍ମାସ ଓଲିୟାଥ ଭାରତୀୟ ସହର ବାଙ୍ଗାଲୋରରେ ବାସ କରୁଥିବା ଦୁଇ ଅନୁଭବୀ ‘ଟେକି’ । “ମାନବତା ପାଇଁ ସର୍ତ୍ତବିହୀନ ସେବା” ଏବଂ “ସାଧାରଣ ଜନତାଙ୍କ ପାଇଁ ଜୀବନଶୈଳୀକୁ ଆହୁରି ସହଜ କରିବା ଏବଂ ସ୍ପାମ କରୁଥିବା ଲୋକଙ୍କ ଜୀବନକୁ ଜଞ୍ଜାଳମୟ କରିବା”ର ଲକ୍ଷ ନେଇ ସେମାନେ ଭାରତର ଲୋକମାନଙ୍କୁ ଏହିଭଳି ନକଲି ସନ୍ଦେଶ ସୃଷ୍ଟି କରୁଥିବା ଏବଂ ନକଲି ସନ୍ଦେଶକୁ ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଶିକ୍ଷିତ କରାଇବା ଆରମ୍ଭ କରିଛନ୍ତି ।
ସେମାନେ ଅଗଷ୍ଟ ୨୦୧୬ରେ ଲୋକମାନଙ୍କ ପାଇଁ ଏକ ହ୍ୱାଟ୍ସଆପ ନମ୍ବର ସେବା ଆରମ୍ଭ କରିଥିଲେ ଯେଉଁଥିରେ ଲୋକମାନେ କୌଣସି ସନ୍ଦେଶର ସଠିକ ପରଖ ପାଇଁ ପଠାଉଥିଲେ । ଶମ୍ମାସଙ୍କ କହିବା ଅନୁସାରେ ସେମାନେ ପରୀକ୍ଷଣ ପାଇଁ ଦିନକୁ ପାଖାପାଖି ୧୦୦ଟି ସନ୍ଦେଶ ପାଉଥିଲେ । ଶାମ୍ମାସ ତାଙ୍କର ମଧ୍ୟାନ ଭୋଜନ ବିରତି ସମୟରେ ଏହି ସନ୍ଦେଶଗୁଡ଼ିକ ପଢ଼ୁଥିଲେ ଏବଂ ଏହା ଉପରେ ଅନୁସନ୍ଧାନ ଆରମ୍ଭ କରିଥିଲେ ।
Check4Spam ଏକ ସ୍ୱୟଂ-ପୋଷିତ ପ୍ରକଳ୍ପ । ଏହା ସାଇଟ୍ରେ ପ୍ରକାଶିତ କିଛି ବିଜ୍ଞାପନରୁ ଅର୍ଥ ସଂଗ୍ରହ କରିଥାଏ ଓ ତାହା ଏହି ପ୍ରକଳ୍ପର ସଞ୍ଚାଳନ ଖର୍ଚ୍ଚ ଏବଂ ଫେସବୁକରେ ପ୍ରଚାର ପାଇଁ ନିବେଶିତ ହୋଇଥାଏ ।
#Check4Spam
1 Add +9035067726 on your phone.
2. Copy the content you doubt.
2 WhatsApp them. They'll tell you if it is fake or not. RT pic.twitter.com/tJHj0we7uI— VenuMaun (@VenuSpeak) March 28, 2017
୧. ଆପଣଙ୍କର ଫୋନରେ +9035067726 ସାଇତନ୍ତୁ ।
୨. ଆପଣଙ୍କୁ ସନ୍ଦେହ ଆସୁଥିବା ସନ୍ଦେଶକୁ କପି କରନ୍ତୁ ।
୩. ଉପର ସାଇତାଥିବା ନମ୍ବରରେ ହ୍ୱାଟ୍ସଆପ କରନ୍ତୁ । ସେମାନେ ଆପଣଙ୍କୁ କହିବେ କି ଏହା ନକଲି କି ନୁହେଁ ।
Check4spam.com ବର୍ତ୍ତମାନ ସେହି ଲେଖା, ଫଟୋ, ଏବଂ ଉଭୟ ଫଟୋ ଓ ଲେଖା ଆକାରରେ ଥିବା ତଥ୍ୟ ଥିବା ସନ୍ଦେଶଗୁଡ଼ିକୁ ଯାଞ୍ଚ କରୁଛି । ଜନସ୍ରୋତ ଆଧାରରେ ସେମାନେ ମଧ୍ୟ ଏହି ଭଳି ସ୍ପାମ ସନ୍ଦେଶଗୁଡ଼ିକୁ ଖୋଜି ଲୋକମାନଙ୍କୁ ଏହାକୁ ରିପୋର୍ଟ କରିବାକୁ କହୁଛନ୍ତି, ଫଳରେ ବ୍ୟବହାରକାରୀ ନିଜେ ମଧ୍ୟ ଜାଣିପାରିବେ । ବର୍ତ୍ତମାନ ଜଣାପଡ଼ିଥିବା ସନ୍ଦେଶଗୁଡ଼ିକୁ ଇଣ୍ଟରନେଟ ଗୁଜବ, ଦୁର୍ଘଟଣା, ଚାକିରୀ, ଚିକିତ୍ସା, ନିଖୋଜ, ସରକାରୀ ଘୋଷଣା ଏବଂ ବିଜ୍ଞାପନ ଭଳି ଶ୍ରେଣୀଭୁକ୍ତ କରାଯାଇଛି ।
ଏହି ସାଇଟ୍ ମାସକୁ ୫ଲକ୍ଷ ଥରରୁ ଅଧିକ ଥର ଖୋଲାଯାଇଛି ।