ଅଧିକ ନାରୀ ଉଇକିପିଡ଼ିଆର ଲିଙ୍ଗଗତ ଅସମତା କମାନ୍ତୁ ବୋଲି ଉଇକିମୁହେରେସ ଚାହାନ୍ତି

“ଉଇ କ୍ୟାନ ଡୁ ଇଟ” ପୋଷ୍ଟରର ଏକ ବ୍ୟଙ୍ଗଚିତ୍ର । ଟମ ମୋରିସଙ୍କ ଦ୍ୱାରା ଆହରିତ । ଉଇକିମିଡ଼ିଆ କମନ୍ସ । ପବ୍ଲିକ ଡୋମେନ ।

ଉଇକିପିଡ଼ିଆରେ ଥିବା ଲିଙ୍ଗଗତ ଅସମତା” ଉପରେ ଥିବା ଉଇକିପିଡ଼ିଆ ପ୍ରସଙ୍ଗରେ ଉଲ୍ଲିଖିତ ବିଭିନ୍ନ ପଢ଼ା ଓ ସର୍ବେକ୍ଷଣରୁ ଜଣାପଡ଼େ ଯେ “ଉଇଇପିଡ଼ିଆର ଉଇକିଆଳିଙ୍କ ଭିତରୁ ଅଧିକାଂଶ ପୁରୁଷ” ଓ ସେମାନଙ୍କ ସଂଖ୍ୟା ୮୫-୯୧.୫% । ଏହି ଜନସଂଖ୍ୟା ଅସମତା ପଦ୍ଧତିଗତ ପକ୍ଷପାତିତାକୁ ବଢ଼ାଇବାରେ ଯୋଗଦାନ କରିବାର ଆଶଙ୍କା ଥିବାରୁ ଉଭୟ ଉଇକିମିଡ଼ିଆ ସଂଘ ଓ ବିଶ୍ୱର ବିଶାଳତମ ଖୋଲା ଜ୍ଞାନକୋଷ ପରିଚାଳନା କରୁଥିବା ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ପାଇଁ ଏହା ଏକ ଚିନ୍ତାର କାରଣ ।

ଉଇକିମୁହେରେସ (ଉଇକିମହିଳା) ପ୍ରକଳ୍ପଟି ସ୍ପାନିସ ଓ କାଟାଲାନ କଥିତ ଦେଶଗୁଡ଼ିକରେ କାମକରୁଛି ଓ ଏ ଅସମତାକୁ ବଦଳାଇବା କ୍ଷେତ୍ରରେ କାମକରୁଛି । ସେମାନଙ୍କ ୱେବସାଇଟ ଅନୁସାରେ:

Somos un grupo de usuarias de Wikipedia preocupadas por la diversidad y la neutralidad de la Wikipedia y dispuestas a trabajar para disminuir (y en un futuro eliminar) la brecha de género y culturas que existe en la enciclopedia más consultada en internet.

ଉଇକିପିଡ଼ିଆର ବିଭିନ୍ନତା ଓ ନିରପେକ୍ଷତା ବାବଦରେ ଚିନ୍ତିତ ଆମେ କିଛି ଉଇକିପିଡ଼ିଆ ବ୍ୟବହାରକାରୀ ଏବଂ ଆମେ ଇଣ୍ଟରନେଟରେ ସର୍ବାଧିକ ପରାମର୍ଶିତ ଜ୍ଞାନକୋଷରେ ଥିବା ଲିଙ୍ଗଗତ ଓ ଚଳଣିଗତ ଫାଙ୍କ ପୂରଣ କରିବା (ଓ ଭବିଷ୍ୟତରେ ଦୂର କରିବା) ପାଇଁଁ କାମ କରିବାକୁ ଆଗ୍ରହୀ ।

ନାରୀମାନଙ୍କ ବାବଦରେ ଜୀବନୀ, ବିକାଶଶୀଳ ଦେଶମାନଙ୍କରେ ନାରୀମାନଙ୍କ ଦ୍ୱାରା ବିଷୟ ଭଳି ଅଧିକ ବିଷୟବସ୍ତୁ ଆଦିରେ ଯୋଗଦାନ କରିବା ନିମନ୍ତେ ଅଧିକ ନାରୀଙ୍କୁ ଅଂଶଗ୍ରହଣ କରାଇବା ସେମାନଙ୍କର ଲକ୍ଷ୍ୟ । ମାଡ୍ରିଡ଼ ଓ ବାର୍ସିଲୋନା ଭଳି ଦୁଇଟି ସ୍ଥାନରେ ସାପ୍ତାହିକ ବୈଠକ କରିବା ନିମନ୍ତେ ତାଲିମ ଦେବାରେ ଓ “ଏଡ଼ିଟାଥନ (ଏହି କାର୍ଯ୍ୟକ୍ରମରେ ଲୋକେ ସାଧାରଣତଃ ବ୍ୟକ୍ତିଗତଭାବେ ଯୋଗଦେଇ ମିଳିତଭାବେ ନୂଆ ପ୍ରସଙ୍ଗ ଲେଖିବା ଓ ଉଇକିପିଡ଼ିଆରେ ଥିବା ପ୍ରସଙ୍ଗଗୁଡ଼ିକର ଅନୁବାଦ କରିଥାନ୍ତି) ଭଳି ଶିକ୍ଷା ଓ ପ୍ରଚାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

ମଣ୍ଟେସେରାଟ ବଇଙ୍କ ଦ୍ୱାରା ଉତ୍ତୋଳିତ ଫଟୋ । ଉଇକିମିଡ଼ିଆ କମନ୍ସରୁ (CC BY-SA 4.0)

ନିକଟତମ ଏଡ଼ିଟାଥନଗୁଡ଼ିକ ନାରୀ ଫଟୋଗ୍ରାଫରନାରୀ ବୈଜ୍ଞାନିକମାନଙ୍କ ବାବଦରେ ନୂଆ ପ୍ରସଙ୍ଗ ତିଆରି କରିବା ପାଇଁ ଉଇକିମୁଜେରେସନକ ଦ୍ୱାରା ସହଆୟୋଜିତ ଓ ମାଡ୍ରିଡ଼ର ମିଡ଼ିଆଲ୍ୟାବଠାରେ ଆୟୋଜିତ ହୋଇଥିଲା ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.