ସମସ୍ତ ଭାଷା ଉପରେ ଦେଖୁଛନ୍ତି? ଜଗତର ନାଗରିକ ମିଡିଆ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ଆମେ ଗ୍ଲୋବାଲ ଭଏସେସ କାହାଣୀମାନ ଅନୁବାଦ କରିଥାଉ ।

ସୁନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞା କିଶୋରୀ ଆମୋଣକରଙ୍କୁ ଶ୍ରଦ୍ଧାଞ୍ଜଳି

କିଶୋରୀ ଆମୋଣକର । ୟୁଟିଉବରୁ ସ୍କ୍ରିନସଟ ।

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଧାରାର ଜଣେ ସୁପ୍ରସିଦ୍ଧ କଳାକାର କିଶୋରୀ ଆମୋଣକର ଏପ୍ରିଲ ୩ ତାରିଖ ରାତିରେ ମୁମ୍ବାଇ ସହରରେ ଥିବା ନିଜ ଘରେ ଦେହତ୍ୟାଗ କରିଛନ୍ତି । ପରଲୋକ କାଳରେ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ଆମୋଣକର ଦ୍ୱାଦଶ ଶତାବ୍ଦୀରୁ ବିକଶିତ ହୋଇଥିବା ହିନ୍ଦୁସ୍ତାନୀ ବା ଉତ୍ତର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ସୁନାମଧନ୍ୟ ଗାୟିକା ଥିଲେ । ସୋସିଆଲ ମିଡ଼ିଆରେ ଭାରତୀୟମାନେ ତାଙ୍କ ଅବଦାନଗୁଡ଼ିକ ସୁମରି ତାଙ୍କ ପରଲୋକରେ ଶୋକଚିତ୍ତ ହୋଇଛନ୍ତି ।

ମହାନ ହିନ୍ଦୁସ୍ତାନୀ ଗାୟିକା କିଶୋରୀ ଆମୋଣକରଙ୍କ ପରଲୋକରେ ମୁଁ ଅତି ଦୁଃଖିତ ହୋଇଛି । ଏହା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଏକ ବଡ଼ କ୍ଷତି ।

କିଶୋରୀ ଆମୋଣକର ଚାଲିଗଲେ । କେବଳ ସଙ୍ଗୀତ ନୁହେଁ, ତାଙ୍କର ଅନ୍ୟ ଜିନିଷଗୁଡ଼ିକ ମଧ୍ୟ ଶିକ୍ଷଣୀୟ: ତାଙ୍କ ପ୍ରଖର ବୁଦ୍ଧି ଓ ନିଜ କଳାକୁ ରକ୍ଷା କରିବା ।

ଦୁଃଖଦ ଖବର । ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ସୁପ୍ରସିଦ୍ଧ ଗାୟିକା କିଶୋରୀ ଆମୋଣକର ଆଉ ନାହାନ୍ତି! ଆମେ ଆପଣଙ୍କୁ ସବୁବେଳେ ମନେ ପକାଇବୁ । ଆପଣଙ୍କ ଆତ୍ମାର ସଦ୍‌ଗତି କାମନା କରୁଛୁ ।

ଆମୋଣକର ଖୟାଲ ନାମକ ଏକ ବିଭାଗର ସଙ୍ଗୀତ ରଚୁଥିଲେ । ଏହା ସଙ୍ଗେ ସଙ୍ଗେ ଠୁମୁରୀଭଜନର ବିଭାଗରେ ମଧ୍ୟ ତାଙ୍କର ଅବଦାନ ରହିଛି । ବିଶିଷ୍ଟ ଜୟପୁର ଘରାନାର ସେ ଥିଲେ ନବପ୍ରବର୍ତ୍ତିକା ।

ଶ୍ରୀମତୀ କିଶୋରୀ ଆମୋଣକର – ରାଗ ବସନ୍ତୀ କେଦାର # ୨ ଓ ଭଜନ

ଦୀପକ ରାଜାଙ୍କ ‘ଉଆର୍ଲଡ ଅଫ ହିନ୍ଦୁସ୍ତାନୀ ମିଉଜିକ’ ଅନୁସାରେ:

Kishori Amonkar (born: 1932) is by far the most influential female Hindustani vocalist to emerge in independent India. She is the daughter and disciple of the Jaipur-Atrauli gharana (tradition) stalwart, Mogubai Kurdikar, but acquires her stature from her originality as an interpreter of the gharana’s musical wisdom. She jettisoned the classicism of her gharana’s style in favor of a marked romanticism, braved criticism from conservative opinion and triumphed. As a result, her revisionist style has now come to signify Jaipur-Atrauli vocalism, while its orthodox stream drifts towards history.

କିଶୋରୀ ଆମୋଣକର (ଜନ୍ମ: ୧୯୩୨) ସ୍ୱାଧୀନ ଭାରତର ସବୁଠୁ ପ୍ରଭାବଶାଳୀ ନାରୀ ସଙ୍ଗୀତଜ୍ଞା ଥିଲେ । ଜୟପୁର-ଅତରଉଳି ଘରାନାର ଦିଗ୍ଗଜ ମୋଗୁବାଇ କୁର୍ଡୀକରଙ୍କ କନ୍ୟା ଓ ଶିଷ୍ୟା ଥିଲେ, କିନ୍ତୁ ପାରମ୍ପରିକ ଜ୍ଞାନକୁ ନୂଆ ଭାବେ ପ୍ରୟୋଗ କରିବାରେ ତାଙ୍କ ପ୍ରସିଦ୍ଧି । ନିଜ ଘରାନାର ରକ୍ଷଣଶୀଳତାକୁ ପରିତ୍ୟାଗ କରି ସେ ପ୍ରାକୃତ ଓ ସ୍ୱଚ୍ଛନ୍ଦତା ପ୍ରତି ଆଗ୍ରହ କରିଥିଲେ । ସେ ଅନେକଙ୍କ ସମାଲୋଚନାକୁ ସାମନା କରି ଅନ୍ତରେ ବିଜୟିନୀ ହୋଇଥିଲେ । ଏହାର ଫଳସ୍ୱରୂପ ଜୟପୁର-ଅତରଉଳି ଘରାନା ଏବେ ତାଙ୍କ ନବୀନତାରୁ ଚିହ୍ନିତ ହେଉଅଛି ।

ଆମୋଣକର ଛୋଟବେଳୁ ଗାଉଥିଲେ ମଧ୍ୟ ତାଙ୍କୁ ଲୋକେ ୧୯୬୦ ଏବଂ ୧୯୭୦ ଦଶକରେ ବିଶାଳ ଶ୍ରୋତାସମାଜଙ୍କ ଆଗରେ ସଙ୍ଗୀତ ପରିବେଷଣ କଲାପରେ ଚିହ୍ନିଲେ । ସେବେଠୁଁ ଅସଂଖ୍ୟ କାସେଟ ଓ ରେକର୍ଡ଼ ମାଧ୍ୟମରେ ତାଙ୍କ ଗୀତଗୁଡ଼ିକ ଘରେ ଘରେ ପହଞ୍ଚିଲା । ତାଙ୍କ ନିଜସ୍ୱ ଜୀବନରେ ସେ ଭାରି ଏକାନ୍ତ ଥିଲେ ।

ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ତବଲା ଓସ୍ତାଦ ଜାକିର ହୁସେନ ୨୦୧୧ ମସିହାରେ “ଭିନ୍ନ ଷଡ଼ଜ” (ଆମୋଣକରଙ୍କ ବିଷୟରେ ଭାରତର ବିଦେଶ ମନ୍ତ୍ରାଳୟଦ୍ୱାରା ଆୟୋଜିତ ଡକୁମେଣ୍ଟାରୀ) ନାମକ ଏକ ଡକୁମେଣ୍ଟାରୀରେ ଆମୋଣକରଙ୍କୁ ହିନ୍ଦୁସ୍ତାନୀ ସଙ୍ଗୀତର ଅମର କଣ୍ଠଶିଳ୍ପୀଙ୍କ ମଧ୍ୟରେ ସ୍ଥାନିତ କରିଥିଲେ:

୨୦୧୩ରେ ହାର୍ମୋନିଅମ ନାମକ ଏକ ସଙ୍ଗୀତ ବ୍ଲଗ ଆମୋଣକରଙ୍କ ବିଷୟରେ ଲେଖିଥିଲା:

There are certain voices that have the ability to mesmerise and Kishori Amonkar’s is one. I have the feeling as I listen to this record that the music does not come from her but that she is the music. They are indivisible. One and the same. We float with her. We feel weightless and yet never more connected. As she sings we cry and want to curl up in the sound and never be let go.

କେତେଜଣଙ୍କ ସ୍ୱରରେ ମଣିଷର ମନ ବଶୀଭୂତ ହୋଇଯାଏ— କିଶୋରୀ ଆମୋଣକର ସେହିପରି ଜଣେ । ଏହି ରେକର୍ଡ଼ ଶୁଣୁ ଶୁଣୁ ମୁଁ ଭାବେ ଯେ ସଙ୍ଗୀତ ତାଙ୍କଠାରୁ ଆସୁନାହିଁ- ସେ ନିଜେ ହିଁ ସଙ୍ଗୀତ । ଉଭୟ ଏକ ଓ ଅବିଚ୍ଛେଦ୍ୟ । ଆମେ ତାଙ୍କ ସହ ଭାସୁ । ମଣିଷ ନିଜକୁ ହଜିଯାଇ ମଧ୍ୟ ସଂଯୁକ୍ତି ଅନୁଭବ କରେ । ସେ ଗାଇଲେ ଆମେ ବାହୁନୁ ଓ ତାଙ୍କ ନାଦରେ ମିଶିଯାଉ । ସେ ନାଦକୁ ଛାଡ଼ିବାକୁ ମନ ବଳେନା ।

ନିଜ ଜୀବନକାଳରେ ଆମୋଣକର ଭାରତର ଦୁଇଗୋଟି ନାଗରିକ ପୁରସ୍କାର ଗ୍ରହଣ କରିଥିଲେ: ୧୯୮୭ ମସିହାରେ ପଦ୍ମ ଭୂଷଣ ଓ ୨୦୦୨ ମସିହାରେ ପଦ୍ମ ବିଭୂଷଣ । ଇଣ୍ଟରନେଟରେ ଲୋକେ ତାଙ୍କର ଗୀତଗୁଡ଼ିକୁ ସେୟାର କରି ତାଙ୍କୁ ମନେପକାଇଥିଲେ:

ଏହା ଏକ ଦୁଃଖର ଦିନ । କିଶୋରୀ ଆମୋଣକର ଜଣେ ଅଦ୍ୱିତୀୟ ବିଦୁଷୀ ଥିଲେ ।
ସେ ଭାରତୀୟ ସଙ୍ଗୀତକୁ କେତେ କଣ ଦେଇଗଲେ ।

କିଶୋରୀ ତାଇ, ଆପଣଙ୍କ ଭଳିଆ ସୁରିଲା ଆଉ କେହି ହୋଇପାରିବେ ନାହିଁ ।
ଆଜି ଦେବତାମାନେ ନିଶ୍ଚୟ ଆନନ୍ଦିତ ଥିବେ ।

ସ୍ୱର୍ଗତ କିଶୋରୀ ଆମୋଣକରଙ୍କ ଏହି ରାଗେଶ୍ରୀ ଅତ୍ୟନ୍ତ ସୁନ୍ଦର ହୋଇଛି ।
ବାରମ୍ବାର ଶୁଣୁଥିବ ।
— ରାମଚନ୍ଦ୍ର ଗୁହା

ସକାଳୁ ଲୁପରେ ‘ମ୍ହାରୋ ପ୍ରଣାମ’ ପଡ଼ିଛି । ଏବେ ବି ଏହି ଶୁଦ୍ଧତା ଓ ପ୍ରେମକୁ ବର୍ଣ୍ଣିବାପାଇଁ ଶବ୍ଦ ଖୋଜି ଖୋଜି ପାଉ ନାହିଁ ।

ଲୋକମାନେ ତାଙ୍କ କଥାଗୁଡ଼ିକୁ ମଧ୍ୟ ଖୁବ ମନେ ପକାଇଛନ୍ତି:

I believe that Indian music is nothing but the expression of a feeling. If I say, ‘I love you,’ can you measure it? You just have to feel that vibration.

ମୁଁ ବିଶ୍ୱାସ କରେ ଯେ ଭାରତୀୟ ସଙ୍ଗୀତ ହେଲା ଭାବନାର ଅଭିବ୍ୟକ୍ତି ମାତ୍ର । ‘ମୁଁ ତୁମକୁ ଭଲ ପାଏ’ କହିଲେ ତାକୁ କଣ ମାପିହୁଏ? କେବଳ ସେହି ଭାବନାକୁ ଅନୁଭବ କରାଯାଇପାରେ ।

It is a nice blend of mind and brain which you need in art. You cannot be merely sentimental, devoid of intellect. There should be a perfect balance between intellect and heart.

କଳା ପାଇଁ ମନ ଆଉ ମସ୍ତିଷ୍କ ଉଭୟ ଦରକାର । ବୁଦ୍ଧିହୀନ ହୋଇ ମାତ୍ର ଭାବୁକ ହେଲେ ଲାଭ ନାହିଁ । ଉଭୟ ମଧ୍ୟରେ ସନ୍ତୁଳନ ଥିବା ଆବଶ୍ୟକ ।

Scroll.inରେ ଅର୍ଣ୍ଣବ ଚକ୍ରବର୍ତ୍ତୀ ଲେଖିଥିଲେ :

In a field where most successful professionals burn out in their 40s and 50s from complacence, Amonkar’s musical growth continued unabated right until her last days.

ସବୁଠୁ ସଫଳ କଳାକାରମାନେ ମଧ୍ୟ ୪୦ ଓ ୫୦ ବର୍ଷ ଆଡ଼କୁ ନୀରସ ହୋଇ ବେଳକୁ ଆମୋଣକର ନିଜ ଶେଷ ଦିନ ଯାଏଁ ସେହି କ୍ଷେତ୍ରରେ ସଙ୍ଗୀତରେ ସମୃଦ୍ଧ ହୋଇଚାଲିଲେ ।

ଅନ୍ତିମ କ୍ରିୟା ପରେ ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ଆମୋଣକରଙ୍କ ଦାହ ସଂସ୍କାର କରାଯିବ । ଭାରତର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି ତାଙ୍କୁ ଏହିପରି ଶ୍ରଦ୍ଧାଞ୍ଜଳି ଦେଇଥିଲେ-

କିଶୋରୀ ଆମୋଣକର ଚିରକାଳ ପାଇଁ ଜନସମାଜଙ୍କ ଦ୍ୱାରା ଆଦୃତ ହେଉଥିବେ ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.