
କିଛି ଭାରତୀୟ ଲିପି ଓ ତାର ଲାଟିନ ଉଚ୍ଚାରଣର ତୁଳନାତ୍ମକ ଚିତ୍ର । ଉଇକିପିଡିଆ ଦ୍ଵାରା CC BY-SA 3.0 ସ୍ଵତ୍ଵରେ ପ୍ରକାଶିତ।
୨୦୧୪ ସେପ୍ଟେମ୍ବରରେ, ଆପଲ ନିଜର ଆଇପ୍ୟାଡ ଟଚ, ଆଇପ୍ୟାଡ ଓ ଆଇଫୋନ ପାଇଁ ତା'ର ଅପରେଟିଙ୍ଗ ସିଷ୍ଟମର ନୂଆ ସଂସ୍କରଣ iOS 8 ଆରମ୍ଭ କରିଥିଲା । ବ୍ୟବହାରରେ ସୁବିଧା ସକାଶେ ଯୋଡ଼ା ଯାଇଥିବା କିଛି ପ୍ରମୁଖ ସୁବିଧାକୁ ଛାଡିଦେଲେ, iOS 8 ଅଣ-ଲାଟିନ ଲିପି ବ୍ୟବହାର କରୁଥିବା ଭାଷାମାନଙ୍କପାଇଁ ଏକ ମୁଖ୍ୟ ସୁବିଧା ଆଣିଦେଇଛି, ତାହା ହେଲା ନେଟିଭ ଇନପୁଟ ବା ନିଜ ଭାଷାରେ ଟାଇପ କରି ଲେଖିବା । ଏହାର ଅନୁପସ୍ଥିତି ବହୁ ସମୟ ହେଲା ବାରି ହୋଇପଡୁଥିଲା ଆଉ ଏହା ଭାଷାମାନଙ୍କ ପାଇଁ ଏହା ଖୁବ ଲାଭଦାୟକ ହେବ – ଅନେକ ଲୋକ ଏବେ ନିଜ ଭାଷାରେ ସହଜରେ ଟାଇପ କରିପାରିବେ । ମାଇକ୍ରୋବ୍ଲଗିଙ୍ଗ ସାଇଟ ହେଉ କିବା ସାମାଜିକ ଗଣମାଧ୍ୟମ, ଇମେଲ କିମ୍ବା ଉଇକିପିଡିଆ ଭଳିଆ କୌଣସି ମଞ୍ଚ ହେଉ, ପ୍ରଥମ iOS ଆରମ୍ଭହେବା ପରଠାରୁ ନେଟିଭ ଇନପୁଟରେ ଟାଇପ କରିବାପାଇଁ ବହୁ କାଳ ହେଲା ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିଲା । ଭାରତୀୟ ଉପମହାଦେଶରେ ଆପଲର ଉତ୍ପାଦ ଆରମ୍ଭ ହେବା ପରଠାରୁ ପ୍ରଥମଥର ପାଇଁ iOS 8ରେ ୫ଟି ଭାରତୀୟ ଲିପିର ସୁବିଧା ରହିଛି: ହିନ୍ଦୀ, ବଙ୍ଗଳା, ମରାଠୀ, ତାମିଲ ଓ ଉର୍ଦ୍ଦୁ । ଭାଷାର ଇନପୁଟ ଛଡ଼ା, iOS ନିଜର ବ୍ୟବାହାରକାରୀ ମାନଙ୍କୁ ଇଣ୍ଟରଫେସ ଭାଷାକୁ ସଂପୂର୍ଣ୍ଣ ରୂପେ ବା ଆଂଶିକ ଭାବେ ନିଜ ସ୍ଥାନୀୟ ଭାଷାରେ ବଦଳାଇବା ଅନୁମତି ଦେଇଥାଏ ଯାହାଫଳରେ ଏସୀୟ ବ୍ୟବାହାରକାରୀ ମାନଙ୍କ ମଧ୍ୟରେ ଏହା ବହୁଳ ଭାବେ ବ୍ୟବହାର ହେଇପାରିବ।
ଫେସବୁକ ବ୍ୟବାହାରକାରୀ ଜୟନ୍ତ ନାଥ ଏହି ଅପଡେଟ ଜାଣି ଅତି ଉତ୍ସାହିତ ଭାବେ କହନ୍ତି:
After update iOS 8 ,its added bengali default keyboards
iOS 8ର ଅଦ୍ୟତନ ପରେ, ଏହାର ଡିଫଲ୍ଟ କିବୋର୍ଡ଼ରେ ବଙ୍ଗଳା ଭାଷା ଯୋଡ଼ାଯାଇଛି।