ବୟସ ବଢିବା ସହ ଅସୁସ୍ଥତା ମଧ୍ୟ ବଢୁଛି

ଦକ୍ଷିଣ ଆମେରିକାରେ ସମ୍ବାଭିତ ଖରାପ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ବାବଦରେ ଏକ ଇନ୍ଫୋଗ୍ରାଫିକ୍ସ, ଅନୁମତି ପରେ ପ୍ରକାଶିତ .

ସମଗ୍ର ବିଶ୍ଵରେ ରୋଗୀ ଆଉ ଚିକିତ୍ସକମାନଙ୍କୁ ଯୋଡୁଥିବା ଏକ ବିଶିଷ୍ଟ ସ୍ୱାସ୍ଥ୍ୟ ମଞ୍ଚ ମେଡ଼ିଗୋ ବୟସ ସୂଚକାଙ୍କ (life expectancy) ଉପରେ ଏକ ସାର୍ବଜନୀନ ତୁଳନାତ୍ମକ ଅଧ୍ୟୟନ ତିଆରି କରିଛନ୍ତି।

ହାରାହାରି ଭାବେ ମଣିଷ ଏବେ ଆଗ ଅପେକ୍ଷା ବହୁତ ଅଧିକ ବୟସ ବଞ୍ଚୁଛି । ପ୍ରାୟ ସବୁ ଦେଶରେ ୨୧ତମ ଶତାବ୍ଦୀର ଆରମ୍ଭରୁ ବୟସ-ସୂଚାକାଙ୍କରେ ବୃଦ୍ଧି ଦେଖାଯାଉଛି । ୨୦୧୫ରେ ଏହା ବିଶ୍ଵରେ ହାରାହାରି ୭୧.୪ ବର୍ଷ ଥିଲା । କିନ୍ତୁ ଏହା ସହିତ ଦେଶମାନଙ୍କ ମଧ୍ୟରେ ଆଉ ଦେଶ ଭିତରେ ମଧ୍ୟ ବୟସ-ସୂଚକାଙ୍କରେ ବହୁତ ବିବିଧତା ରହିଛି । ଇଉରୋପ ଆଉ ଉତ୍ତର ଆମେରିକାରେ ୭୩ ବର୍ଷ ବୟସ ହାରାହାରି ଥିଲାବେଳେ, ଓସେନିଆରେ ୭୧, ଲାଟିନ ଆମେରିକାରେ ୭୦, ଏସିଆରେ ୬୧ ଆଉ ଆଫ୍ରିକାରେ ମାତ୍ର ୫୫ ବର୍ଷ ବୟସ ରହିଛି ।

ତେବେ ମେଡ଼ିଗୋ ନିଜ ବିଶ୍ଳେଷଣକୁ ଆଉ ଏକ ପାଦ ଆଗେଇ ନିମ୍ନଲିଖିତ ପ୍ରଶ୍ନ ପଚାରିବାକୁ ନିଷ୍ପତ୍ତି ନେଲେ:

The World Health Organization confirms that we are living longer, but are we living healthier?

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମତାନୁସାରେ ଆମେ ବେଶୀ ବର୍ଷ ଯାଏଁ ବଞ୍ଚୁଛୁ, କିନ୍ତୁ ଆମେ କଣ ସୁସ୍ଥ ରହୁଛୁ?

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) “ସୁସ୍ଥ ବୟସ ସୂଚକାଙ୍କ” ଅଥବା HALE (Healthy Life Expectancy)ର ଆଧାରରେ ନିର୍ଦ୍ଧାରଣ କରି କହିଛନ୍ତି ଯେ ଜଣେ ବ୍ୟକ୍ତି ନିରୋଗ ଭାବରେ ବଞ୍ଚି କେତେ ବର୍ଷ ଯାଏଁ ଜୀବିତ ରହିବାର ଆଶା ରଖିପାରୁଛି । ସ୍ୱାସ୍ଥ୍ୟ ସୁବିଧାର ଗୁଣବତ୍ତା ଓ ଯୁଦ୍ଧ ଇତ୍ୟାଦି କାରଣରୁ ପ୍ରଭାବିତ HALE ଏବେ ମଧ୍ୟ ହିଂସା ଦ୍ଵାରା ହଉଥିବା ମୃତ୍ୟୁକୁ ଅନ୍ୟ ଏକ କାରଣ ଭାବେ ଅନ୍ତର୍ଭୁକ୍ତ କରିବାକୁ ବିଫଳ ହେଇଛି। ଯଦିଓ ନିକଟ ବର୍ଷମାନଙ୍କରେ ଏହି ଗଣତିରେ ଅଳ୍ପ ସୁଧୁରିଛି

Life expectancy increased by five years between 2000 and 2015, the fastest increase since the 1960s. Those gains reverse declines during the 1990s, when life expectancy fell in Africa because of the AIDS epidemic and in Eastern Europe following the collapse of the Soviet Union.

୨୦୦୦ରୁ ୨୦୧୫ ଭିତରେ ବୟସ ସୂଚକାଙ୍କରେ ପାଞ୍ଚ ବର୍ଷର ବୃଦ୍ଧି ହେଇଛି ଯାହାକି ୧୯୬୦ ଦଶକ ପରେ ସବୁଠୁ ଅଧିକ । ୧୯୯୦ର ଦଶକରେ ଆଫ୍ରିକାରେ ଏଡ୍‌ସ ମହାମାରୀ ଆଉ ପୂର୍ବ ଇଉରୋପରେ ସୋଭିଏତ ସଂଘର ପତନ ଯୋଗୁଁ ବୟସ-ସୂଚକାଙ୍କ ନିମ୍ନଗାମୀ ହେଇଥିଲା ।

ଇନ୍ଫୋଗ୍ରାଫିକ୍ସର ମାଧ୍ୟମରେ ମେଡ଼ିଗୋ ୨୦୦୦ରୁ ସମଗ୍ର ବିଶ୍ବରେ ହଉଥିବା ପରିବର୍ତ୍ତନକୁ ଦେଖେଇ ସ୍ୱାସ୍ଥ୍ୟ ପାଇଁ ଏକ ବିକଳ୍ପ ତଥ୍ୟ ପ୍ରଦାନ କରିଛନ୍ତି ଯାହାକୁ “ବ୍ୟାଡ଼ ହେଲଥ ଇଅର୍ସ” ବା “ଖରାପ ସ୍ୱାସ୍ଥ୍ୟ ବର୍ଷ” ବୋଲି ବର୍ଣ୍ଣନା କରାଯାଏ ।

“ଖରାପ ସ୍ୱାସ୍ଥ୍ୟ ବର୍ଷ” ସମୟରେ ପୃଥିବୀରେ ହେବାକୁଥିବା ପରିବର୍ତ୍ତନ ବାବଦରେ ଇନ୍ଫୋଗ୍ରାଫିକ୍ସ (ପୂର୍ବାନୁମତିରେ ପ୍ରକାଶିତ)।

ଗ୍ଲୋବାଲ ଭଏସେସର ସହ ଏକ ସଂକ୍ଷିପ୍ତ ସାକ୍ଷାତକାରରେ ମେଡିକୋର ଅନଲାଇନ ବଜାର ପ୍ରବନ୍ଧକ ଗିଲିଆ ଗୁଟ୍ଟେରର ଡବ୍ଲୁଏଚଓର ପାରମ୍ପରିକ ଓ “ଖରାପ ସ୍ୱାସ୍ଥ୍ୟ” ତଥ୍ୟ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝେଇ କହିଥିଲେ:

Basically we take the total life expectancy, which is just how much we are expected to live and is determined at birth, and we deducted the healthy-life-expectancy years from the actual life expectancy. After doing this, we see the average amount of years someone can expect to live in bad health: “Bad Health Years.” Bad Health Years are the years you live with diseases and disabilities.

ପ୍ରକୃତରେ ଆମେ ମୋଟ ବୟସ ସୂଚକାଙ୍କ (ଯାହାର ଅର୍ଥ ଆମର କେତେ ବର୍ଷ ବଞ୍ଚିବାର ସମ୍ଭାବନା ଅଛି, ଯାହା ଜନ୍ମ ସମୟରେହିଁ ଜାଣିବାର ଚେଷ୍ଟା କରାଯାଇଥାଏ)ରୁ ସୁସ୍ଥ ବୟସ ସୂଚକାଙ୍କକୁ ଫେଡ଼ି ଦେଇଥାଉ। ଏଥିରୁ ଆମକୁ ହାରାହାରି ବୟସ ମିଳିଯାଏ ଯାହାକୁ ଖରାପ ସ୍ୱାସ୍ଥ୍ୟ ଥିବା ଯେକୌଣସି ବ୍ୟକ୍ତି ମଧ୍ୟ ବଞ୍ଚିପାରେ। ନିଜର ରୋଗ ଓ ଶକ୍ତିହୀନତା କାରଣରୁ ଆମେ ଯେଉଁ କିଛି ବର୍ଷ ବଞ୍ଚୁ ତାକୁ ଖରାପ ସ୍ୱାସ୍ଥ୍ୟ ବର୍ଷ କହନ୍ତି ।

ଆପଣ ମେଡ଼ିଗୋର ଉଏବସାଇଟରୁ ସବୁ ଇନ୍ଫୋଗ୍ରାଫିକ୍ସ ପାଇପାରିବେ ।

Exit mobile version