ଲେଖାସମୂହ ବାବଦରେ ରାଇଜିଙ୍ଗ ଭଏସେସ
୨୦୧୮ ମାତୃଭାଷା ମିମ ଅଭିଯାନ ଜରିଆରେ ଇଣ୍ଟରନେଟରେ ଅଧିକ ଭାଷାଗତ ବିଭିନ୍ନତାର ପ୍ରସାର
୨୦୧୮ ମସିହା ଫେବ୍ରୁଆରୀ ୧୪-୨୧ ଭିତରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମାତୃଭାଷା ମିମ ଅଭିଯାନରେ ଭାଗନେଇ ଏକ ସଂଖ୍ୟାଲଘୁ, ଆଦିମ କିମ୍ବା ବିରଳ ଭାଷାରେ ଏକ ମିମ ତିଆରି ପାଇଁ ସମସ୍ତଙ୍କୁ ଏକ ଖୋଲା ଆମନ୍ତ୍ରଣ ।
ଅଧିକ ନାରୀ ଉଇକିପିଡ଼ିଆର ଲିଙ୍ଗଗତ ଅସମତା କମାନ୍ତୁ ବୋଲି ଉଇକିମୁହେରେସ ଚାହାନ୍ତି
ଉଇକିପିଡ଼ିଆର ବିଭିନ୍ନତା ଓ ନିରପେକ୍ଷତା ବାବଦରେ ଚିନ୍ତିତ ଆମେ କିଛି ଉଇକିପିଡ଼ିଆ ବ୍ୟବହାରକାରୀ ଏବଂ ଆମେ...ଲିଙ୍ଗଗତ ଓ ଚଳଣିଗତ ଫାଙ୍କ...କମାଇବା ପାଇଁ କାମ କରିବାକୁ ଆଗ୍ରହୀ ।
ଓଡ଼ିଆ ଭାଷାର ଜନସ୍ରୋତ ଆଧାରିତ ଉଇକିଅଭିଧାନ ପ୍ରକଳ୍ପ ପାଇଁ ଏକ ନୂଆ ଅଡ଼ିଓ ଅପଲୋଡ଼ିଂ ଉପକରଣ
ଓଡ଼ିଆ ଭାଷା ପାଇଁ ଉତ୍ସାହୀ ଜଣେ ଗ୍ଲୋବାଲ ଭଏସେସ ଯୋଗଦାନକାରୀ ଉଇକିଅଭିଧାନ ଭଳି ପ୍ରକଳ୍ପରେ ଶବ୍ଦଗୁଡ଼ିକର ରେକର୍ଡ଼ିଂ ଓ ମୁକ୍ତ ଲାଇସେନ୍ସରେ ସେଗୁଡ଼ିକର ଅପଲୋଡ଼ କରିବା ପାଇଁ ଏକ ଓପନ ସୋର୍ସ ସମାଧାନ ଗଢ଼ିଛନ୍ତି ।
ଲୋକଙ୍କୁ ନେଇ ଏଲ ସାଲଭାଡୋରର ପିସବି ଓ ପୋଟୋନ ଭାଷାକୁ ବଞ୍ଚାଇବା
"ଏଲ ସାଲଭାଡୋରର ପୋଟୋନ ଓ ପିସବି ଭାଷାଙ୍କ ପୁନରୁଜ୍ଜୀବୀକରଣ" ପ୍ରକଳ୍ପର ଏହା ପଞ୍ଚମ ଅପଡେଟ । ଏଗା ଲେଙ୍କା ଓ କାକାୱିରା ଲୋକଙ୍କ ପରିଚିତି ଦୃଢ଼ କରିବା ନିମନ୍ତେ ଓ ସେମାନଙ୍କ ମାତୃଭାଷାର ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଥିଲା ।
ମାତୃଭାଷା ମିମ ଚ୍ୟାଲେଞ୍ଜ ସହ ଅନଲାଇନରେ ଭାଷାଗତ ବିଭିନ୍ନତା ପାଳନ୍ତୁ
ମାତୃଭାଷା ମିମ ଚ୍ୟାଲେଞ୍ଜ ସହ ଅନଲାଇନରେ ଭାଷାଗତ ବିଭିନ୍ନତା ପାଳନ୍ତୁ
ଗୁଗୁଲ୍ର ଅକ୍ଷର ଚିହ୍ନିବା ସଫ୍ଟୱାର୍ ଏବେ ଦକ୍ଷିଣ ଏସିଆର ସବୁ ଭାଷା ପାଇଁ କାର୍ଯ୍ୟ କରୁଛି
ଗୁଗୁଲର ଓସିଆର ସଫ୍ଟଓଏର ପୃଥିବୀର ୨୪୮ରୁ ଅଧିକ ଭାଷା ପାଇଁ କାମ କରେ । ଏ ଭିତରେ ରହିଛି ପ୍ରାୟ ସମସ୍ତ ଜଣା ଦକ୍ଷିଣ ଏସୀୟ ଭାଷା । ଏହା ପୁରୁଣା ଲେଖାର ବିଶାଳ ଡିଜିଟାଲକରଣ ପାଇଁ ଆଶାସଞ୍ଚାର କରିଛି ।
୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ
ଏକ ପ୍ରକଳ୍ପ ଯାହା କିଛି ବର୍ଷ ପୂର୍ବେ ପାଖାପାଖି ସମସ୍ତଙ୍କୁ ଅଜଣା ଥିଲା ଓ ମାସିକ ପୃଷ୍ଠା ପାଠକ କିଛି ହଜାର ଯାଏଁ ସୀମିତ ଥିଲା କେବଳ ୨୦୧୫ ମାର୍ଚ ମାସରେ ଅଧୁନା ୮,୦୮,୮୩୪ ପାଠକଙ୍କ ଦ୍ଵାରା ପଢାଯାଇଛି।
କିରିଗିଜସ୍ଥାନର ଲିଙ୍ଗଗତ ହିଂସା ଓ ଅସମତା ଅସୁବିଧା କଥା ଜଣାଇବା
RV ଅନୁଦାନ ପାଇଥିବା ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିସ୍ଥାନ ବିସକେକରେ ଲିଙ୍ଗଗତ ହିଂସା ଏବଂ ଏଚଆଇଭି/ଏଡ଼ସ ଶିକ୍ଷା ଓ ପୀଡ଼ିତଙ୍କୁ ଆପଣେଇବା ଅସୁବିଧା କଥା ଜଣାଇବା ପାଇଁ ଏକ ଯୁବ କର୍ମୀ କ୍ୟାମ୍ପ ଆୟୋଜନ କରିଥିଲେ ।











