- ଓଡ଼ିଆରେ Global Voices - https://or.globalvoices.org -

୨୦୧୮ ମାତୃଭାଷା ମିମ ଅଭିଯାନ ଜରିଆରେ ଇଣ୍ଟରନେଟରେ ଅଧିକ ଭାଷାଗତ ବିଭିନ୍ନତାର ପ୍ରସାର

ଶ୍ରେଣୀ: ନାଗରିକ ମିଡିଆ, ଘୋଷଣାବଳୀ, ରାଇଜିଙ୍ଗ ଭଏସେସ

mememl3 [1]

ଗତବର୍ଷର ସଫଳ ଅଭିଯାଙ୍କୁ ଭିତ୍ତିକରି ଆମେ ଆପଣଙ୍କୁ ନିଜ ମାତୃଭାଷାରେ କିଛି ମଜାଳିଆ ବା ଚିନ୍ତାଶୀଳ ତିଆରି କରିବା ପାଇଁ ଦ୍ୱିତୀୟ ମାତୃଭାଷା ମିମ ଅଭିଯାନ ୨୦୧୮କୁ ଆମନ୍ତ୍ରଣ କରୁଛୁ । ଫେବ୍ରୁଆରୀ ୧୪ ତାରିଖରେ ଆରମ୍ଭ ହୋଇ ୨୧ ତାରିଖ ଯାଏ ଚାଲୁଥିବା ଏହି ମଜାଳିଆ ଅଭିଯାନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ନିମନ୍ତେ ଓ ଆମେ ଏଥିରେ ଭାଗ ନେବା ପାଇଁ ଆପଣଙ୍କୁ ଆମନ୍ତ୍ରଣ କରୁଛୁ ।

ଅନ୍ତର୍ଜାତୀୟ ମାତୃଭାଷା ଦିବସ [2] ବିଶ୍ୱବ୍ୟାପୀ ଭାଷା ଓ ଚଳଣିଗତ ବିଭିନ୍ନତାର ପ୍ରଚାର ନିମନ୍ତେ ଆରମ୍ଭ ହୋଇଥିଲା । ଏହାର ବିଶେଷ ଧ୍ୟାନ ଆଦିମ, ସଂଖ୍ୟାଲଘୁ, ଐତିହ୍ୟ, ଓ ବିରଳ ଭାଷାମାନଙ୍କର ରକ୍ଷା ନିମନ୍ତେ ହୋଇଥିଲା । ଡିଜିଟାଲ ଟୁଲ ଓ ଇଣ୍ଟରନେଟ ଜରିଆରେ ଅଧୁନା ପ୍ରକାଶ କରିବା ପାଇଁ ଓ ବାକିମାନଙ୍କ ସହ ସମ୍ବନ୍ଧ ସ୍ଥାପନ କରି ସେମାନଙ୍କ ଭାଷାଗୁଡ଼ିକୁ ପୁନରୁଜ୍ଜୀବିତ କରିବା ପାଇଁ ଏକ ନିଆରା ସ୍ଥାନ ହେଲାଣି ।

ଗତବର୍ଷର ଅଭିଯାନ ବେଳେ ଆମେ ବେରିଚୋନ-ବୁରବୋନ୍ନାଇସ [3], କାରୁକ [4], ଫୁଲଫୁଲଡ଼େ [5], ଉଇରାଡ଼ଜୁରି [6], କେଚୁଆ [7], ଓ କୁଆକୁଆଲା [8] ଆଦି ଭାଷାରେ ମିମ ତିଆରି କରିଥିବା ରଥୀମାନଙ୍କ ସଙ୍ଗେ ଭେଟିଥିଲୁ । ଶହଶହ ଭାଷାରେ ମିମ ତିଆରି ହୋଇ ଅନଲାଇନରେ ବଣ୍ଟାଯାଇଥିଲା । ଆପଣମାନେ ଏସବୁରୁ କିଛି ବଛା ମିମ ଗତବର୍ଷର ଏହି ସାରାଂଶ ପୋଷ୍ଟ [9]ରୁ ପଢ଼ିପାରିବେ ।

« ko mbile yimi woo, mbile nanay » ##MemeML #pular #fulfulde [10]

A post shared by Teddungal.com [11] (@teddungal_com) on

ଆଉଥରେ ଜଣେଇଦେଉଛୁ ଯେ ଏହି ଅଭିଯାନଟି ରାଇଜିଂ ଭଏସେସ [12], Living Tongues Institute [13], First Peoples’ Cultural Council [14], Indigenous Tweets [15], Endangered Languages Project [16], ଏବଂ Digital Language Diversity Project [17]ରେ ଥିବା ଆମ ସାଥିମାନଙ୍କ ସହଯୋଗରେ, ତଥା ଅନେକ ବିଶ୍ୱସ୍ତରୀୟ ସହଯୋଗୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି । ମାତୃଭାଷା ମିମ ଅଭିଯାନ ଆପଣଙ୍କୁ ନିଜ ସୃଜନଶୀଳତା ଓ ଭାଷା ପାଇଁ ଉତ୍ସାହକୁ କାମରେ ଲଗେଇ ନିଜ ମାତୃଭାଷାରେ ମିମ ତିଆରି ପାଇଁ ଆମନ୍ତ୍ରଣ କରୁଛି ।

ଭାଗ ନେବା ପାଇଁ ଅଭିଯାନ ୱେବସାଇଟରେ (http://memeML.org [18]) ଥିବା କେତେକ ସରଳ ସୋପାନ ଅବଲମ୍ବନ କରିପାରିବେ । ସେଥିରେ କିପରି ଏକ ଛପି ଖୋଜିବେ, ଲେଖା ଯୋଡ଼ିବେ ଓ ହ୍ୟାସଟ୍ୟାଗ ଯୋଡ଼ିବେ ସେ ବାବଦରେ ଲେଖାଯାଇଛି । ଆଉ କାହାକୁ ଟ୍ୟାଗ କରି ସେମାନଙ୍କୁ ନିଜ ଭାଷାରେ ମିମ ତିଆରି କରିବା ପାଇଁ ଆମନ୍ତ୍ରଣ କରିବା ପାଇଁ ମନେରଖିଥିବେ ।

ତିଆରି କରିବା ପାଇଁ ଓ ନିଜ କାମ ସାଇତିବା ପାଇଁ ଆପଣ କେତେକ ମାଗଣା ଓ ୱେବଭିତ୍ତିକ ପ୍ଲାଟଫର୍ମ ମଧ୍ୟ ପାଇବେ । ୨୦୧୮ ଅନ୍ତର୍ଜାତୀୟ ମାତୃଭାଷା ଦିବସର ଆଗ ସପ୍ତାହେ ଆମେ ଜଗତଯାକର ଯୋଗଦାନ ବାଣ୍ଟିବୁ, ରିଟୁଇଟ କରିବୁ, ଓ ଲାଇକ କରିବୁ, ଓ ଏଠାରେ ରାଇଜିଂ ଭଏସେସରେ କେତେକ ବାଛିରଖିବୁ ।

‪Celebramos el Día Internacional de la Llingua Materna con memes n'asturianu y gallego-asturianu #MemeML #asturianu ‬ [19]

A post shared by Iniciativa pol Asturianu [20] (@iniciativaxast) on

ଯଦି ଆପଣ ବିଶ୍ୱସାରାର ଭାଷାମାନଙ୍କ ପୁନରୁଦ୍ଧାର ନିମନ୍ତେ କାମ କରୁଥିବା ଏକ ସଂଗଠନ, ଗୋଷ୍ଠୀ, ପ୍ରକଳ୍ପ ଓ ଅନ୍ୟାନ୍ୟ ଦଳ ହୋଇଥାନ୍ତି ତାହେଲେ ଆମେ ଏହି ଅଭିଯାନ ପାଇଁ ଆମ ସହ ଯୋଗଦେଇ ଏହାର ପ୍ରସାରରେ ସାହାଯ୍ୟ କତିବା ପାଇଁ ନୂଆ ସହଯୋଗୀ ଖୋଜୁଛୁ । ଆମେ ପାଖାପାଖି ୧୫୦ଟି ଶବ୍ଦର ଅନୁବାଦ ପାଇଁ ବାକି ବାକିମାନଙ୍କ ସାହାଯ୍ୟ ବି ଖୋଜୁଛୁ ଫଳରେ ଏହି ସାଇଟଟି ଅଧିକ ଭାଷାରେ ଉପଲବ୍ଧ ହେବ । ଅଧୁନା ସାଇଟଟି [18] ୩୫ରୁ ଅଧିକ ଭାଷାରେ ଉପଲବ୍ଧ ଆଉ ଆମେ ଏହି ବର୍ଷ ଆହୁରି ଅନେକ ଭାଷା ଯୋଡ଼ିପାରିବୁ ବୋଲି ଆଶାବାଦୀ । ଅଧିକ ତଥ୍ୟ ନିମନ୍ତେ ଆମ ସହ ଯୋଗାଯୋଗ [21] କରନ୍ତୁ ।