- ଓଡ଼ିଆରେ Global Voices - https://or.globalvoices.org -

ଏବେ ନେପାଳରେ ରିକ୍ସା ନୁହେଁ ପେଡିକ୍ୟାବ ଡାକନ୍ତୁ ସାଆନ୍ତେ

ଶ୍ରେଣୀ: ଦକ୍ଷିଣ ଏସିଆ, ନେପାଳ, ଉନ୍ନତିକରଣ, ଟେକନୋଲୋଜି, ନାଗରିକ ମିଡିଆ, ପରିବେଶ, ଭ୍ରମଣ, ସୁଖବର

ପେଡିକ୍ୟାବ ଚାଳକଙ୍କ ସହିତ ପେଡିକ୍ୟାବ ପରିଚାଳନା ଦଳ। ଛବିଟି ମାଇକେଲ ଲିଣ୍ଡେଙ୍କ ଫେସବୁକ ପୃଷ୍ଠାରୁ। ପୂର୍ବ ଅନୁମତିରେ ପ୍ରକାଶିତ।

ଦକ୍ଷିଣ ନେପାଳରେ ଭଗବାନ ବୁଦ୍ଧଙ୍କ [1] ଜନ୍ମସ୍ଥାନ ଲୁମ୍ବିନୀର [2] ସଡ଼କରେ ପାରମ୍ପରିକ ସାଇକେଲ ରିକ୍ସା ଗାଡ଼ିର ଭିଡ଼ରେ ପେଡିକ୍ୟାବ ପରିଯୋଜନାଦ୍ୱାରା [3] ନିର୍ମିତ ଆଧୁନିକ ସଂସ୍କରଣ ନିଶ୍ଚିତଭାବେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବ।

ଆକର୍ଷକ ଅତ୍ୟାଧୁନିକ ଓ ଦେଖିଲା ଭଳିଆ ଆକାରର ଏ ପେଡିକ୍ୟାବ ଡେନଭର, ଆମେରିକାସ୍ଥିତ କାଟାପଲଟ ଡିଜାଇନଦ୍ୱାରା [4] ତିଆରି ହେଇଛି, ଯାହାର ଡିଜାଇନ ଓ ୬୦ ପରୀକ୍ଷାମୂଳକ ଉତ୍ପାଦନପାଇଁ ଏସୀୟ ଡେଭେଲପମେଣ୍ଟ ବ୍ୟାଙ୍କ ୩,୫୦,୦୦୦ ଆମେରିକୀୟ ଡଲାର (ପାଖାପାଖି ୩.୫ କୋଟି ନେପାଳୀ ଟଙ୍କା)ର ଅନୁଦାନ ଯୋଗାଇ [5]ଦିଆଯାଇଛି।

ଏପ୍ରିଲ ୨୦୧୭ରେ ଏହାର ପରୀକ୍ଷା ନିରୀକ୍ଷା ଆରମ୍ଭ କରାଯାଇଥିଲା, ପରୀକ୍ଷଣପାଇଁ [6] ଯାଏଁ ୨୮ ପେଡିକ୍ୟାବ ଲୁମ୍ବିନି ଓ ୨୮ ପେଡିକ୍ୟାବ କାଠମାଣ୍ଡୁରେ ଚଲାଯାଉଛି। ପ୍ରାରମ୍ଭିକ ପରୀକ୍ଷାତ୍ମକ ଚରଣର ସଫଳ ସମାପନ ପରେ, ବଡ଼ ଧରଣର ଉତ୍ପାଦନପାଇଁ ଡିଜାଇନକୁ ଗ୍ରାହକ ଆଉ ରିକ୍ସା ଚାଳକଙ୍କ ପ୍ରତିକ୍ରିୟା ଜାଣିସାରିଲା ପରେ ଅନ୍ତିମ ରୂପ ଦିଆଯିବ।

ଶେଷରେ #କାଠମାଣ୍ଡୁ [7] ଓ ଲୁମ୍ବିନୀର ସଡ଼କରେ ଆମର ପେଡିକ୍ୟାବ ଡିଜାଇନ ଆସିଲା! #ଏଡ଼ିବି [8], @ନଏଲଗେଲଉଇଲସନ [9] ଓ ସ୍ଥାନୀୟ ଡିଜାଇନ ଟିମକୁ ଶୁଭେଚ୍ଛା! #ନେପାଳ [12]

ଏହି ଆଧୁନିକ ରିକ୍ସା ଓ ନେପାଳୀ ଲୋକମାନଙ୍କ ଏହି ରିକ୍ସାକୁନେଇ ଥିବା ଦୃଷ୍ଟିକୋଣ ଉପରେ ଗ୍ଲୋବାଲ ଭଏସେସ ନେପାଳର ଲେଖକ ସଂଜୀବ ଚୌଧରୀ ପେଡିକ୍ୟାବ ପରିଯୋଜନାର ପ୍ରବନ୍ଧକ ବ୍ରେଡଲି ଶ୍ରଏଡର କଥା ହେଇଥିଲେ। ଏ ସାକ୍ଷାତକାରର ଅଂଶ ତଳେ ଦିଆଗଲା:

ଗ୍ଲୋବାଲ ଭଏସେସ (ଜି.ଭି): ଏଇ ପରିଯୋଜନା ପଛର ପ୍ରେରଣା କଣ ଥିଲା?

ବ୍ରେଡଲି ଶ୍ରଏଡର (ବିଏସ): ପେଡିକ୍ୟାବ (ଯାହାକୁ ସାଇକେଲ ରିକ୍ସା ମଧ୍ୟ କୁହାଯାଏ) ଦକ୍ଷିଣ ଏସିଆ ଅଧିକାଂଶ ଲୋକଙ୍କ ଜୀବନର ଗତିକୁ ପ୍ରଭାବିତ କରିଥାଏ। ହିଭଳି ସାଇକେଲ ରିକ୍ସାର ଉତ୍ପାଦନ ଓ ପ୍ରବନ୍ଧନ କରିବା ଉଦ୍ୟୋଗ ମଧ୍ୟ ଗରିବମାନଙ୍କ ପାଇଁ ରୋଜଗାର ଓ ଆୟର ଏକ ମୁଖ୍ୟ ସ୍ରୋତ। ମୋଟର ଚାଳିତ ବାହାନ ତୁଳନାରେ ରିକ୍ସା ନିଃସରଣ ରହିତ ଓ ଶବ୍ଦମୁକ୍ତ ମଧ୍ୟ ଥାଏ।

ଜିଭି: ପେଡିକ୍ୟାବ କେମିତି କାମ କରେ ଆମକୁ ଜଣେଇବେ କି? ଏହା ସାଧାରଣ ରିକ୍ସାଠାରୁ କେମିତି ଅଲଗା?

ବି ଏସ: ପେଡିକ୍ୟାବ ପାରମ୍ପରିକ ରିକ୍ସାର ଏକ ଆଧୁନିକ ସଂସ୍କରଣ। ପାରମ୍ପରିକ ରିକ୍ସା ପୁରୁଣା ହେବାସହ ଏହାର ରଙ୍ଗରୂପ,ଆକାର (ଓଜନ), ଗିଅରିଂ ତୁଳନାରେ ବର୍ତ୍ତମାନ ଉପଲବ୍ଧ ଆଧୁନିକ କୌଶଳର ଉପଯୋଗ କରୁନାହାନ୍ତି। ପରିଯୋଜନାରେ ଆମେ ଆଧୁନିକ ଡିଜାଇନସହ ପୂର୍ବାପେକ୍ଷା ଭଲ ଗୁଣବତ୍ତା ଥିବା ଉପାଦାନ ଉପରେ ଅଧିକ ଗୁରୁତ୍ତ୍ଵ ଦେଇଛୁ।

ଜିଭି: ଆପଣ ଲୁମ୍ବିନୀର ପେଡିକ୍ୟାବର ପ୍ରଥମ ପର୍ଯ୍ୟାୟର ଆରମ୍ଭ କଲେ। ଯାତ୍ରୀ ଓ ପର୍ଯ୍ୟଟକଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ପ୍ରତିକ୍ରିୟା କେମିତି ଥିଲା?

ବି ଏସ: ପ୍ରାରମ୍ଭିକ ପ୍ରତିକ୍ରିୟା ଭଲ ମିଳିଛି।କେବଳ ପେଡାଲଦ୍ୱାରା ଚାଲୁଥିବା ରିକ୍ସା ଅପେକ୍ଷା ଏହାର ବିଜୁଳି ଚାଳିତ ସଂସ୍କରଣ ନିଶ୍ଚିତଭାବେ  ଅଧିକ ଲୋକପ୍ରିୟ ହେଇପାରିଛି। ରିକ୍ସା ଚାଳକ ଓ ପର୍ଯ୍ୟଟକ ଦୁହେଁ ଏହାକୁ ଭଲ ପାଉଛନ୍ତି। ରହିଯାଇଥିବା ଛୋଟମୋଟ ଜିନିଷକୁ କାଟାପଲଟ ଆସନ୍ତା ପେଡିକ୍ୟାବରେ ବଦଳେଇବାପାଇଁ ପ୍ରସ୍ତାବ ଦବ। ଏହା ଏକ ପରୀକ୍ଷାମୂଳକ ବାହାନ ହେଇଥିବାରୁ ଏଥିରେ ପ୍ରାରମ୍ଭିକ ସମସ୍ୟା ଦେଖାଯିବ ସ୍ୱାଭାବିକ ଧ୍ୟାନ ରଖିବାକୁ ହେବ, ହେଲେ ମୋଅଟଉପରେ ଏହା ଗୋଟେ ବଢ଼ିଆ ବାହାନ। ସବୁଠାରୁ ଭଲକଥା ହେଲା “ସାଇକେଲରୁ ଚକା ବାହାରିଗଲାନି” ଯେଉଁଟା ମତେ ବହୁତ ଭଲ ଲାଗିଲା।

ଜିଭି: ଏହା କାମ କିପରି କରିଥାଏ? ଆପଣ ମାଗଣାରେ ପେଡିକ୍ୟାବ ଦେଉଛନ୍ତି କି? ପେଡିକ୍ୟାବ ଚାଳକମାନଙ୍କୁ ଆପଣ କିପରି ବାଛିଲେ?

ବି ଏସ:ମୁଁ ଆଗରୁ କହିଥିଲି ଯେ ଏହା ଗୋଟେ ପରୀକ୍ଷାମୂଳକ ବାହାନ, ତେଣୁ ସବୁ ଚାଳକଙ୍କୁ ମାଗଣାରେ ଦିଆଯାଇଛି। ଯେପର୍ଯ୍ୟନ୍ତ ବାହାନର ବ୍ୟବହରିତା ପ୍ରମାଣ ହେଇନି ସେପର୍ଯ୍ୟନ୍ତ ତାର ମୂଲ୍ୟପାଇବାର ଆଶାରଖିବା ଅମୂଳକ। ଭବିଷ୍ୟତରେ ପେଡିକ୍ୟାବ ବିତରଣ ପୁନଃପଞ୍ଜିକରଣ ଓ ଆର୍ଥିକ ସହାୟତାଭଳି ଏକ ସ୍ଥାୟୀ ପ୍ରଣାଳୀ ମାଧ୍ୟମରେ ହବ।

ଜିଭି: ଏ ପରିଯୋଜନା ବେଶୀ ମହରଗ ନୁହେଁ କି? ଆପଣଙ୍କୁ 60 ପେଡିକ୍ୟାବ ତିଆରିପାଇଁ 350000 ଡଲାର ଦିଆଯାଇଛି, ଯେତେବେଳେ ବଜାରରେ ସାମାନ୍ୟ ଦରରେ ଏହି ଭଳିଆ ବ୍ୟାଟେରୀ ଚଳିତ ରିକ୍ସା ମିଳିଯାଉଛି। ଆପଣ ଆମକୁ ପରିଯୋଜନାର ମୂଲ୍ୟ-ଲାଭ ବିଶ୍ଳେଷଣ କହିପାରିବେ କି?

ବି ଏସ:କାଟାପଲଟ ଡିଜାଇନ ବର୍ତ୍ତମାନର ବଜାରରେ ଉପଲବ୍ଧ ବିକଳ୍ପ ଉପରେ ବ୍ୟାପକ ଗବେଷଣାକରି ପାଇଲେ ଯେ କୌଣସି ଗୋଟେ ମଧ୍ୟ ପ୍ରତିକୃତି(ମଡେଲ) ଦକ୍ଷିଣ ଏସିଆ ବଜାର ପାଇଁ ଉପଯୁକ୍ତ ନୁହେଁ। ବାହାନର ଖର୍ଚ୍ଚର ହିସାବ ଖାଲି 350000 ଡଲାରକୁ 60ଦ୍ୱାରା ଭାଗକରିଦେଲେ ହବନି, କମ ସଂଖ୍ୟାର ଇଉନିଟକୁ ଧ୍ୟାନରେ ରଖି ଏହାର ଡିଜାଇନ, ମୂଲ୍ୟାୟନ ଓ ନିର୍ମାଣର ଖର୍ଚ୍ଚ ମଧ୍ୟ ଯୋଡ଼ିବାକୁ  ପଡ଼ିବ। यଆମେ ଅଧିକ ସଂଖ୍ୟାରେ ଉତ୍ପାଦନ କରିଲେ ପେଡିକ୍ୟାବର ମୂଲ୍ୟ ବର୍ତ୍ତମାନ ରିକ୍ସାର ମୂଲ୍ୟସହ ପ୍ରତିଯୋଗିତାମୂଳକ ରହିବ, କିନ୍ତୁ ଆମର ମୂଲ୍ୟ 10%ରୁ ଅଧିକ ହବନି।

ଏକ ପେଡିକ୍ୟାବ ସହ ମାଇକେଲ ଲିଣ୍ଡେ। ଛବିଟି ତାଙ୍କ ଫେସବୁକ ପୃଷ୍ଠାରୁ। ସହଅନୁମତିରେ ପ୍ରକାଶିତ।

ଜିଭି: ଆପଣଙ୍କର ଭବିଷ୍ୟତର ଯୋଜନା କଣ? ଆପଣ ପେଡିକ୍ୟାବକୁ କେତେଦୂର ଯାଏଁ ପହଞ୍ଚେଇବାକୁ ଚାହୁଁଛନ୍ତି?

ବି ଏସ: ପରିଯୋଜନାର ଅନ୍ତିମ ଚରଣରେ ମୂଲ୍ୟାଙ୍କନ ହୁଏ।ଯଦି ସେପରି କିଛି ପ୍ରସ୍ତାବ ସେ ସମୟରେ ଆସିବ ଦରକାର ପଡ଼ିଲେ ଆମେ ସଂଶୋଧନ କରିପାରିବା। ପେଡିକ୍ୟାବର ଡିଜାଇନ (ଏଡିବି ଦ୍ୱାରା କୁହାଯାଇଥିବା ଆବଶ୍ୟକତା ଅନୁସାରେ) ଲାଇସେନ୍ସ ମୁକ୍ତ ଥିବାରୁ, ଏହାକୁ ଯେକୌଣସି ନିର୍ମାତା ବ୍ୟବହାର କରିପାରିବ। ଦକ୍ଷିଣ-ପୂର୍ବ ଏସିଆର ବଜାର ଏତେବଡ଼ ଯେ ଯଦି ଡିଜାଇନ ଭଲ ରହିଲା, ଲୋକ ଏହାର ନକଲ ହିଁ କରିବେ। ଏହାପରେ ସେଠାକାର ବ୍ୟବସାୟୀ ଏହାର ଭବିଷ୍ୟତ ନିଶ୍ଚିତ କରିବେ।

ଯଦି ଏହି ପରିଯୋଜନା ସଫଳ ହେଇଯାଏ,ତାହେଲେ ଆମେ ନିକଟ ଭବିଷ୍ୟତରେ ବଙ୍ଗଳାଦେଶ, ଫିଲିପାଇନ୍ସ ଭଳିଆ ଦେଶରେ ଶତାଧିକ ନୂଆ ଓ ଆଧୁନିକ ପେଡିକ୍ୟାବ ଚାଲୁଥିବାର ଦେଖିବା।