- ଓଡ଼ିଆରେ Global Voices - https://or.globalvoices.org -

ଅଧିକ ନାରୀ ଉଇକିପିଡ଼ିଆର ଲିଙ୍ଗଗତ ଅସମତା କମାନ୍ତୁ ବୋଲି ଉଇକିମୁହେରେସ ଚାହାନ୍ତି

ଶ୍ରେଣୀ: ନାଗରିକ ମିଡିଆ, ରାଇଜିଙ୍ଗ ଭଏସେସ
[1]

“ଉଇ କ୍ୟାନ ଡୁ ଇଟ” ପୋଷ୍ଟରର ଏକ ବ୍ୟଙ୍ଗଚିତ୍ର । ଟମ ମୋରିସଙ୍କ ଦ୍ୱାରା ଆହରିତ । ଉଇକିମିଡ଼ିଆ କମନ୍ସ । ପବ୍ଲିକ ଡୋମେନ ।

ଉଇକିପିଡ଼ିଆରେ ଥିବା ଲିଙ୍ଗଗତ ଅସମତା [2]” ଉପରେ ଥିବା ଉଇକିପିଡ଼ିଆ ପ୍ରସଙ୍ଗରେ ଉଲ୍ଲିଖିତ ବିଭିନ୍ନ ପଢ଼ା ଓ ସର୍ବେକ୍ଷଣରୁ ଜଣାପଡ଼େ ଯେ “ଉଇଇପିଡ଼ିଆର ଉଇକିଆଳିଙ୍କ ଭିତରୁ ଅଧିକାଂଶ ପୁରୁଷ” ଓ ସେମାନଙ୍କ ସଂଖ୍ୟା ୮୫-୯୧.୫% । ଏହି ଜନସଂଖ୍ୟା ଅସମତା ପଦ୍ଧତିଗତ ପକ୍ଷପାତିତା [3]କୁ ବଢ଼ାଇବାରେ ଯୋଗଦାନ କରିବାର ଆଶଙ୍କା ଥିବାରୁ ଉଭୟ ଉଇକିମିଡ଼ିଆ ସଂଘ ଓ ବିଶ୍ୱର ବିଶାଳତମ ଖୋଲା ଜ୍ଞାନକୋଷ ପରିଚାଳନା କରୁଥିବା ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ପାଇଁ ଏହା ଏକ ଚିନ୍ତାର କାରଣ ।

ଉଇକିମୁହେରେସ [4] (ଉଇକିମହିଳା) ପ୍ରକଳ୍ପଟି ସ୍ପାନିସ ଓ କାଟାଲାନ କଥିତ ଦେଶଗୁଡ଼ିକରେ କାମକରୁଛି ଓ ଏ ଅସମତାକୁ ବଦଳାଇବା କ୍ଷେତ୍ରରେ କାମକରୁଛି । ସେମାନଙ୍କ ୱେବସାଇଟ ଅନୁସାରେ:

Somos un grupo de usuarias de Wikipedia preocupadas por la diversidad y la neutralidad de la Wikipedia y dispuestas a trabajar para disminuir (y en un futuro eliminar) la brecha de género y culturas que existe en la enciclopedia más consultada en internet.

ଉଇକିପିଡ଼ିଆର ବିଭିନ୍ନତା ଓ ନିରପେକ୍ଷତା ବାବଦରେ ଚିନ୍ତିତ ଆମେ କିଛି ଉଇକିପିଡ଼ିଆ ବ୍ୟବହାରକାରୀ ଏବଂ ଆମେ ଇଣ୍ଟରନେଟରେ ସର୍ବାଧିକ ପରାମର୍ଶିତ ଜ୍ଞାନକୋଷରେ ଥିବା ଲିଙ୍ଗଗତ ଓ ଚଳଣିଗତ ଫାଙ୍କ ପୂରଣ କରିବା (ଓ ଭବିଷ୍ୟତରେ ଦୂର କରିବା) ପାଇଁଁ କାମ କରିବାକୁ ଆଗ୍ରହୀ ।

ନାରୀମାନଙ୍କ ବାବଦରେ ଜୀବନୀ, ବିକାଶଶୀଳ ଦେଶମାନଙ୍କରେ ନାରୀମାନଙ୍କ ଦ୍ୱାରା ବିଷୟ ଭଳି ଅଧିକ ବିଷୟବସ୍ତୁ ଆଦିରେ ଯୋଗଦାନ କରିବା ନିମନ୍ତେ ଅଧିକ ନାରୀଙ୍କୁ ଅଂଶଗ୍ରହଣ କରାଇବା ସେମାନଙ୍କର ଲକ୍ଷ୍ୟ । ମାଡ୍ରିଡ଼ ଓ ବାର୍ସିଲୋନା ଭଳି ଦୁଇଟି ସ୍ଥାନରେ ସାପ୍ତାହିକ ବୈଠକ କରିବା ନିମନ୍ତେ ତାଲିମ ଦେବାରେ ଓ “ଏଡ଼ିଟାଥନ [5] (ଏହି କାର୍ଯ୍ୟକ୍ରମରେ ଲୋକେ ସାଧାରଣତଃ ବ୍ୟକ୍ତିଗତଭାବେ ଯୋଗଦେଇ ମିଳିତଭାବେ ନୂଆ ପ୍ରସଙ୍ଗ ଲେଖିବା ଓ ଉଇକିପିଡ଼ିଆରେ ଥିବା ପ୍ରସଙ୍ଗଗୁଡ଼ିକର ଅନୁବାଦ କରିଥାନ୍ତି) ଭଳି ଶିକ୍ଷା ଓ ପ୍ରଚାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

[6]

ମଣ୍ଟେସେରାଟ ବଇଙ୍କ ଦ୍ୱାରା ଉତ୍ତୋଳିତ ଫଟୋ । ଉଇକିମିଡ଼ିଆ କମନ୍ସରୁ (CC BY-SA 4.0)

ନିକଟତମ ଏଡ଼ିଟାଥନଗୁଡ଼ିକ ନାରୀ ଫଟୋଗ୍ରାଫର [7]ନାରୀ ବୈଜ୍ଞାନିକମାନଙ୍କ [8] ବାବଦରେ ନୂଆ ପ୍ରସଙ୍ଗ ତିଆରି କରିବା ପାଇଁ ଉଇକିମୁଜେରେସନକ ଦ୍ୱାରା ସହଆୟୋଜିତ ଓ ମାଡ୍ରିଡ଼ର ମିଡ଼ିଆଲ୍ୟାବଠାରେ ଆୟୋଜିତ ହୋଇଥିଲା ।