ଲୋକଙ୍କୁ ନେଇ ଏଲ ସାଲଭାଡୋରର ପିସବି ଓ ପୋଟୋନ ଭାଷାକୁ ବଞ୍ଚାଇବା

ସିସିଏନଆଇଏସର ଚିତ୍ର, ଅନୁମତି ସହ ପ୍ରକାଶିତ ।

ଦେଶୀୟ ଭାଷାରେ ଡିଜିଟାଲ ଆକ୍ଟିଭିଜମ ପାଇଁ ଯୁଦ୍ର ଅନୁଦାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବଛାଯାଇଥିବା ଆମ ଯୋଜନା ବାବଦରେ ଏହା ପଞ୍ଚମ ଅନୁଚ୍ଛେଦ । ଏହି ଯୋଜନାର ଅନୁଦେୟୀମାନେ ପ୍ରକଳ୍ପର ଅଗ୍ରଗତି ବାବଦରେ ନିୟମିତ ପ୍ରସଙ୍ଗ ଲେଖିଥାନ୍ତି ।

ନାଉଆ-ପିପିଲ ଲୋକଙ୍କ ଅବିରତ ଚେଷ୍ଟା ଯୋଗୁଁ ଏବେ ଏଲ ସାଲଭାଡୋରର ପଶ୍ଚିମାଞ୍ଚଳରେ ନାଉଆ ଭାଷାଟି ଅନେକ ଲୋକଙ୍କ ଦ୍ୱାରା ବ୍ୟବହୃତ ହୋଇ ଦୃଢ଼ତମ ହୋଇପାରିଛି । ହେଲେ ଲେଙ୍କାକାକାୱିରା ଜନଜାତିଙ୍କ ଦେଶୀୟ ଭାଷାର ସ୍ଥିତି ସେତେ ଭଲ ନାହିଁ ।

ପିସବି ଓ ପୋଟୋନ ଭାଷାକୁ ଦୃଢ଼ତମ କରିବା ପାଇଁ ସାଲଭାଡୋରାନ ନ୍ୟାସନାଲ କୋଅର୍ଡ଼ିନେଟିଙ୍ଗ ଇଣ୍ଡିଜିନସ କାଉନ୍ସିଲ (ସିସିଏନଆଇଏସ) ଦ୍ୱାରା ପ୍ରାରମ୍ଭିତ ଏହି ପ୍ରକଳ୍ପଟି ଦେଶୀୟ ଭାଷାଗୁଡ଼ିକ ଉପରେ ଆଧାରିତ । ସାଂସ୍କୃତିକ ଦିଗ ପ୍ରତି ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ।

ଏଣୁ ସଂଗଠନାତ୍ମକ ଦିଗରେ କଠିନ ପରିସ୍ଥିତି ଉପୁଜିବା ସ୍ୱାଭାବିକ । ଏହି ଦୁଇଗୋଟି ଜନଜାତିରେ ସଙ୍ଘର ବୟସ୍କମାନେ ନୂଆ ପିଢ଼ିଙ୍କୁ ନିଜ ଭାଷା ଓ ପାରମ୍ପରିକ ଜ୍ଞାନ ଦେବା ପାଇଁ ଦରକାରୀ ନୀତିନିୟମ ଯୋଡ଼ିବା ଆବଶ୍ୟକ । ଏଥି ସଙ୍ଗେ ଶିକ୍ଷଣ ପୁସ୍ତିକା ଛାପିବା, ସେଗୁଡ଼ିକ ସଭିଙ୍କୁ ବାଣ୍ଟିବା ଓ ସାଂସ୍କୃତିକ ବିକାଶ ପାଇଁ ଉପଯୁକ୍ତ କାର୍ଯ୍ୟପ୍ରଣାଳୀଟିଏ ଗଢ଼ିବା ‌- ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖିବା ମଧ୍ୟ ଜରୁରୀ ।

ସିସିନଆଇଏସର ଚିତ୍ର, ଅନୁମତି ସହ ପ୍ରକାଶିତ ।

ସିସିନଆଇଏସ ରାଇଜିଙ୍ଗ ଭଏସେସର ସାହାଯ୍ୟକୁ ଧନ୍ୟବାଦ ଜଣାଏ । ସମାଜ ଭିତରେ ପ୍ରକଳ୍ପଗୁଡ଼ିକୁ ଆରମ୍ଭ କରିବାରେ ରାଇଜିଙ୍ଗ ଭଏସେସ ଅତ୍ୟନ୍ତ ସହାୟକ ହୋଇଛି । ଏହାର ଅନୁକରଣରେ ଦେଶୀୟ ଜନଜାତିଙ୍କ ଅଞ୍ଚଳଗୁଡ଼ିକରେ କାମ କରାଯିବ । ନାଉଆଟ-ପିପିଲ ଲୋକଙ୍କ ପାଇଁ ମଧ୍ୟ ସେହି ପ୍ରକ୍ରିୟା ଅବଲମ୍ବନ କରାଯିବ ।

ସିସିନଆଇଏସର ଚିତ୍ର, ଅନୁମତି ସହ ପ୍ରକାଶିତ ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.