- ଓଡ଼ିଆରେ Global Voices - https://or.globalvoices.org -

ମାତୃଭାଷା ମିମ ଚ୍ୟାଲେଞ୍ଜ ସହ ଅନଲାଇନରେ ଭାଷାଗତ ବିଭିନ୍ନତା ପାଳନ୍ତୁ

ଶ୍ରେଣୀ: ନାଗରିକ ମିଡିଆ, ଘୋଷଣାବଳୀ, ରାଇଜିଙ୍ଗ ଭଏସେସ

mememl3 [1]ଆପଣଙ୍କ ନିଜ ଭାଷାରେ ମଜାଳିଆ ବା ପ୍ରତିଫଳକ ଇଣ୍ଟରନେଟ ମିମ ତିଆରି କରି ମାତୃଭାଷା ମିମ ଚ୍ୟାଲେଞ୍ଜରେ ଯୋଗଦିଅନ୍ତୁ । ଆଜି ଆରମ୍ଭ ହୋଇ ଫେବୃଆରୀ ୨୧ ଯାଏ ଚାଲୁଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମଜାଳିଆ ଅନଲାଇନ ଅଭିଯାନରେ ଭାଗନେଇ ବିଶ୍ୱ ମାତୃଭାଷା ଦିବସ ପାଳିବା ନିମନ୍ତେ ଆମେ ଆପଣଙ୍କୁ ଆମନ୍ତ୍ରଣ କରୁଛୁ ।

ବିଶ୍ୱ ମାତୃଭାଷା ଦିବସ [2] ଜଗତସାରା ଭାଷାଗତ ଓ ଚଳଣିଗତ ବିଭିନ୍ନତା ପ୍ରସାର କରିବା ଉଦ୍ଦେଶ୍ୟରେ ଓ ବିଶେଷ କରି ଆଦିମ, ସଂଖ୍ୟାଲଘୁ, ଐତିହ୍ୟପୂର୍ଣ୍ଣ ଓ ଲୁପ୍ତପ୍ରାୟ ଭାଷାଙ୍କ ଉପରେ ଲକ୍ଷ୍ୟ ରଖି ଆରମ୍ଭ ହୋଇଥିଲା । ଡିଜିଟାଲ ଟୁଲ ଓ ଇଣ୍ଟରନେଟ ସାହାଯ୍ୟରେ ଏବେ ଏଥିରେ ପ୍ରକାଶ କରିବା ଓ ବାକିମାନଙ୍କ ସହ ଯୋଡ଼ିବା ଆରମ୍ଭ ହୋଇଛି ।

ରାଇଜିଂ ଭଏସେସ [3] ତଥା ଲିଭିଂ ଟଙ୍ଗ୍ସ ଇନଷ୍ଟିଚ୍ୟୁଟ [4], ଫାଷ୍ଟ ପିପୁଲ୍ସ କଲଚରାଲ କାଉନସିଲ [5], ଇଣ୍ଡିଜିନସ ଟୁଇଟ୍ [6]ସ, ଏଣ୍ଡେଜର୍ଡ଼ ଲାଙ୍ଗୁଏଜେସ ପ୍ରୋଜେକ୍ [7]ଟ, ଫାଷ୍ଟ ପିପୁଲ୍ସ କଲଚରାଲ କାଉନସିଲ [8], ଇଣ୍ଡିଜିନସ ଟୁଇଟ୍ସ [6], ଏଣ୍ଡେଞ୍ଜର୍ଡ଼ ଲାଙ୍ଗୁଏଜେସ ପ୍ରୋଜେକ୍ଟ [7], ଫାଷ୍ଟ ଲାଙ୍ଗୁଏଜେସ ଅଷ୍ଟ୍ରେଲିଆ [8], ଓ ଡିଜିଟାଲ ଲାଙ୍ଗୁଏଜ ଡାଇଭର୍ସିଟି ପ୍ରୋଜେକ୍ଟ [9], ଓ ଆହୁରି ଅନେକ ବିଶ୍ୱସ୍ତରୀୟ ସହଯୋଗୀ ଅନୁଷ୍ଠାନର ସାଥିମାନଙ୍କ ଦ୍ୱାରା ସହ-ନିର୍ମିତ ମାତୃଭାଷା ମିମ ଚ୍ୟାଲେଞ୍ଜ ଆପଣଙ୍କୁ ଭାଷା ପାଇଁ ନିଜ ସୃଜନଶୀଳତା ଓ ଆବେଗ ଜଣାଇ ନିଜ ଭାଷାରେ ଏକ ମିମ ତିଆରି କରିବା ନିମନ୍ତେ ଆମନ୍ତ୍ରଣ କରୁଛି ।

ମେକ୍ସିକୋର ଟେନେକ ଭାଷାରେ ଏକ ମିମ । ଲୁଇସ ଫ୍ଲୋରେସଙ୍କ ଦ୍ୱାରା ତିଆରି । [10]

ମେକ୍ସିକୋର ଟେନେକ ଭାଷାରେ ଏକ ମିମ । ଲୁଇସ ଫ୍ଲୋରେସଙ୍କ ଦ୍ୱାରା ତିଆରି ।

ଭାଗ ନେବା ପାଇଁ କେତେକ ସରଳ ସୋପାନ ଏହି ଚ୍ୟାଲେଞ୍ଜ ୱେବସାଇଟରେ (http://memeML.org [11]) ଲେଖାଯାଇଛି । ସେଥିରେ କିପରି ଏକ ଛବି ଖୋଜିବେ, ଲେଖା ଓ #MemeML ସହ ବାକି ହ୍ୟାସଟ୍ୟାଗ ଯୋଡ଼ିବେ, ଏବଂ ନିଜ ପ୍ରିୟ ସୋସିଆଲ ମିଡ଼ିଆ ଚ୍ୟାନେଲରେ ବାଣ୍ଟିବେ ତାହା ରହିଛି । ବିଶ୍ୱ ମାତୃଭାଷା ଦିବସର ମାସେ ଆଗରୁ ଆମେ ସେସବୁ ବାଣ୍ଟିବା, ରିଟୁଇଟ କରିବା ଓ ସାରାବିଶ୍ୱର ଅବଦାନସବୁକୁ ଲାଇକ କରିବା, ଓ ସେଥିରୁ କେତେକ ବଛା ଏଠାରେ ରାଇଜିଂ ଭଏସେସରେ ରଖିବା ।

ଆପଣ ବିଶ୍ୱର ଯେକୌଣସି ସ୍ଥାନରୁ ଭାଷା ପୁନରୁଦ୍ଧାର ନିମନ୍ତେ କାମ କରୁଥିବା ଏକ ସଂଗଠନ, ସମୂହ, ପ୍ରକଳ୍ପ କିମ୍ବା ଅନ୍ୟାନ୍ୟ ଦଳରୁ ହୋଇଥିଲେ ଜାଣିବେ ଯେ ଆମେ ଏହି ଚ୍ୟାଲେଞ୍ଜଟିର ପ୍ରଚାର-ପ୍ରସାର କରିବା ନିମନ୍ତେ ଅଧିକ ସହଯୋଗୀ ଖୋଜୁଛୁ । ଆମେ ବାକିମାନଙ୍କୁ ଅଧିକ ଭାଷାରେ ସାଇଟଟିର ଅନୁବାଦ କରିବାରେ ସହଯୋଗ ଲୋଡ଼ୁଛୁ । ଏହା ଅଧିକ ପାଠକମାନଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବ । ଦୟାକରି ଅଧିକ ଜାଣିବା ପାଇଁ ଯୋଗାଯୋଗ [12] କରିବେ ।