୨୦୧୬ ମସିହା ଅଗଷ୍ଟ ୨୪ ତାରିଖରେ ୪୮ ବର୍ଷ ବୟସ୍କ ଦାନ ମାଝୀ ନାମକ ଜଣେ ବ୍ୟକ୍ତି ତା'ର ବେମାରୀ ପତ୍ନୀ ଅମଙ୍ଗ ଦେଇ ମାଝୀକୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ତା'ର ପତ୍ନୀ ଯକ୍ଷ୍ମା ରୋଗରେ ପିଡ଼ୀତ ଥିଲା ଏବଂ ପାଖାପାଖି ମଧ୍ୟରାତ୍ରରେ ପ୍ରାଣ ହରାଇଥିଲା ।
ଏହା ପରେ ହାସପାତାଳ କର୍ତୃପକ୍ଷଙ୍କ ତରଫରୁ ଦାନଙ୍କୁ ତାଙ୍କ ପତ୍ନୀଙ୍କୁ ନେଇଯିବାକୁ ସୂଚନା ଦିଆଯାଇଥିଲା କିନ୍ତୁ ଶବକୁ ଘରକୁ ନେବା ପାଇଁ ମାଗଣା ଶବବାହକ ଗାଡ଼ିଟିଏ ଯୋଗାଇ ଦେବାକୁ ତାକୁ ମନା କରିଦିଆଯାଇଥିଲା । ଏହା ପରେ ସେ ହାସପାତାଳ କର୍ତୃପକ୍ଷଙ୍କୁ ଗାଡ଼ିଟିଏ ଯୋଗାଡ଼ କରିଦେବାକୁ ଅନୁରୋଧ କରିଥିଲା, କିନ୍ତୁ କେହି ତାକୁ ସାହାଯ୍ୟ କରି ନ ଥିଲେ । ଗରୀବ ଆଦିବାସୀ ଚାଷୀଟି ପାଖରେ ଏତେ ପଇସା ନ ଥିଲା ଯେ ସେ ଗାଡ଼ିଟିଏ ଭଡ଼ା କରି ତା'ର ପତ୍ନୀର ଶବକୁ ନେଇପାରିବ । ସେଥିପାଇଁ ଅନେଷ୍ଟିକ୍ରିୟା ପାଇଁ ସେ କାନ୍ଧରେ ଶବଟିକୁ ବୋହି ବୋହି ନେବାକୁ ନିଷ୍ପତ୍ତି ନେଲା । ପରବର୍ତ୍ତୀ ସମୟରେ ହସ୍ପାତାଳ କତୃପକ୍ଷ ଦାବି କରିଥିଲେ କି ସେ ସେମାନଙ୍କୁ କୌଣସି ସୂଚନା ନ ଦେଇ ସେ ଶବଟିକୁ ନେଇଯାଇଥିଲା ।
ପତ୍ନୀର ଶବକୁ କପଡ଼ା ଖଣ୍ଡିଏରେ ଗୁଡ଼ାଇ ତା'ର ୧୨ ବର୍ଷର ଝିଅ ସହ ଦାନ ତା'ର ପାଖାପାଖି ୧୦ କିଲୋମିଟର ଦୂର ଘର ଆଡ଼କୁ ଚାଲିଚାଲି ଯାଇଥିଲା । ଭୋର ହେବା ବେଳକୁ ଲୋକଟିଏ କାନ୍ଧରେ ତା'ର ପତ୍ନୀର ଶବକୁ ଧରି ଯାଉଥିବାର ଲୋକମାନେ ଦେଖିଲେ । ସେଠାରୁ ତା’ ଗାଁ ମେଳଘର ୫୦ କିଲୋମିଟର ଦୂରରେ ଥିଲା । ଅଜିତ ସିଂହ ନାମକ ଜଣେ ଦୂରଦର୍ଶନ ପ୍ରତିନିଧି ସେହି ଦୃଶ୍ୟର କରିଥିବା ଏକ ଭିଡ଼ିଓ ରେକର୍ଡିଂ କରିଥିଲେ ଭାରତରେ ଅନେକ ଲୋକଙ୍କ ଦ୍ୱାରା ସେୟାର କରାଯାଇଥିଲା । ଏହା ପରେ ଆଖପାଖର ଲୋକମାନେ ଏକ ଆମ୍ବୁଲାନ୍ସ ଠିକ କରି ଅନ୍ତିମ ସଂସ୍କାର କରିବା ପାଇଁ ଚାନ୍ଦା ଆଦାୟ କରିଥିଲେ ।
ମୃତକ ପତ୍ନୀକୁ ବୋହି ନେଇଯାଉଥିବା ଦାନର ଭିଡ଼ିଓ ଓ ଅନ୍ୟାନ୍ୟ ଫଟୋସବୁ ସୋସିଆଲ ମିଡ଼ିଆରେ ଜୋରଦାର ପ୍ରଚାର ହେବା ପରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ସେମାନଙ୍କର ରାଗ ଦେଖାଇଥିଲେ:
We live in a country where a journalist didn't help a poor man carry his wife's dead body to his home so that he could make a news on it.
— Gब्बR (@imAbhishek_J) August 25, 2016
ଆମେ ଏପରି ଏକ ଦେଶରେ ବାସ କରୁଛୁ ଯେଉଁଠି ଜଣେ ସାମ୍ବାଦିକ ଗରୀବ ଲୋକଟିର ପତ୍ନୀର ଶବକୁ ବୋହିନେବାରେ ସାହାଯ୍ୟ କରେନା ଫଳରେ ସେ ଏହା ଉପରେ ଏକ ଖବର ତିଆରିକରିପାରିବ ।
A CM gets cops to carry him on their shoulders so his shoes don't get wet. While a man carries his dead wife alone to the ghat. Waah India!
— deep halder (@daipayanhalder) August 26, 2016
ଜୋତାକୁ ଓଦା ନ କରିବା ଲକ୍ଷରେ ଜଣେ ମୁଖ୍ୟମନ୍ତ୍ରୀ କାନ୍ଧରେ ବୁହାହେବା ଲାଗି ପୁଲିସ ମଗାଇଥାଏ । ଆଉ ଜଣେ ଲୋକ ତା'ର ମୃତ ପତ୍ନୀକୁ ମଶାଣି ଯାଏ ଏକୁଟିଆ ବୋହି ନେଇଯାଇଥାଏ । ଧନ୍ୟ ଭାରତ!
Should I support sports where lakhs r spent to arrange buses to felicitate winners while a man cant get even rickshaw to carry a dead body?
— punjAAP !! (@AapKiQasam) August 25, 2016
ଯେଉଁଠି ବିଜେତାମାନଙ୍କୁ ଖୁସି କରାଇବା ପାଇଁ ଲକ୍ଷ ଲକ୍ଷ ଖର୍ଚ୍ଚ କରାଯାଇ ବସ୍ର ବ୍ୟବସ୍ଥା କରାଯାଏ ମୁଁ ସେଠି କଣ ଖେଳକୁ ସମର୍ଥନ କରିବା ଉଚିତ? ସେଠି କିନ୍ତୁ ଜଣେ ଲୋକ ତା'ର ମୃତ ପତ୍ନୀର ଶବକୁ ବୋହି ନେବାକୁ ରିକ୍ସାଟିଏ ଯୋଗାଡ଼ କରିପାରେନା ।
ସାର୍ବଜନିକ ସ୍ୱାସ୍ଥ୍ୟ ସୁବିଧାରୁ ଏଭଳି ଅମାନବିକ ବ୍ୟବହାର ଲଭିବାରେ ଦାନ ପ୍ରଥମ ବ୍ୟକ୍ତି ନ ଥିଲେ । ୨୦୧୬ ସେପ୍ଟେମ୍ବର ୨ ତାରିଖ ଶୁକ୍ରବାର ଦିନ ଓଡ଼ିଶାର ମାଲକାନାଗିର ଜିଲ୍ଲାରେ ହାସପାତାଳକୁ ନେଇଯାଉଥିବା ଆମ୍ବୁଲାନ୍ସ ଅଧାବାଟରେ ଓହ୍ଲାଇ ଦେବାରୁ ଜଣେ ଲୋକକୁ ତା'ର ୬ବର୍ଷର ଝିଅର ଶବକୁ ଧରି ୬ କିଲୋମିଟର ଚାଲିବାକୁ ପଡ଼ିଥିଲା । ହାସପାତାଳକୁ ଯାଉଥିବା ରାସ୍ତାରେ ଝିଅଟି ମରିସାରିଥିବା ଆମ୍ବୁଲାନ୍ସର କର୍ମଚାରୀ ଜାଣିବା କ୍ଷଣି ସେମାନେ ତା'ର ପିତାମାତାକୁ ତାଙ୍କ ଝିଅର ଶବରୁ ଆମ୍ବୁଲାନ୍ସରୁ ବାହାର କରି ନିଜ ସାଥେ ନେଇଯିବାକୁ କହିଥିଲେ । ଏହାପରେ ଆମ୍ବୁଲାନ୍ସର ଡ୍ରାଇଭର, ଫାର୍ମାସିଷ୍ଟ ଏବଂ ଆମ୍ବୁଲାନ୍ସରେ ଥିବା ଅନ୍ୟାନ୍ୟ କର୍ମଚାରୀମାନଙ୍କ ବିରୁଦ୍ଧରେ ଓଡ଼ିଶାର ମାଲକାନାଗିରି ପୁଲିସ ଥାନାରେ ଏକମାମଲା ରୁଜୁ ହୋଇଥିଲା ।
ଦୁଃଖର ବିଷୟ ଯେ ଏହିଭଳି ଆହୁରି ଅନେକ ଘଟଣା ଘଟିଛି:
A man forced to carry his mothers dead body on his bike after an ambulance driver refused to take the corpse( M.P) pic.twitter.com/1D8H3LRpQy
— MUDIT AGARWAL (@mudit_aggarwal) September 1, 2016
ଜଣେ ଲୋକ ମୃତ ମାଆର ଶବକୁ ଆମ୍ବୁଲାନ୍ସ ଡ୍ରାଇଭର ନେବା ପାଇଁ ମନା କରିବା ପରେ ସେ ତାକୁ ତା'ର ମୋଟରସାଇକେଲରେ ନେବାକୁ ବାଧ୍ୟ ହୋଇଥିଲା । (ଏମ.ପି.)
ବାଲେଶ୍ୱର ଜିଲ୍ଲାର ହାସପାତାଳ କର୍ମଚାରୀମାନେ ଗୋଟିଏ ଶବକୁ ବସ୍ତାରେ ବାନ୍ଧି ବ୍ୟବଚ୍ଛେଦ ପାଇଁ ପଠାଇବା ଘଟଣା ଉପରେ ଓଡ଼ିଶା ମାନବାଧିକାର ଆୟୋଗ ଅଧୁନା ଯାଞ୍ଚ କରୁଛି । ମୃତକ ଜଣକ ହେଉଛନ୍ତି ୮୫ ବର୍ଷ ବୟସ୍କ ଜଣେ ବିଧବା ମହିଳା ତାରାମଣୀ ବାରିକ ଓଉପରେ ଗୋଟିଏ ମାଲବାହୀ ଟ୍ରେନ ମାଡ଼ିଯାଇଥିଲା । ଦୁର୍ଘଟଣା ପରେ ସେଠାରେ କୌଣସି ଆମ୍ବୁଲାନ୍ସର ସୁବିଧା ନ ଥିଲା କି ଭଡ଼ାରେ ଗାଡ଼ିଟିଏ ଠିକ କରିବା ପାଇଁ କେହି ସାହାଯ୍ୟ କରିବାକୁ ନଥିଲେ । ତେଣୁ ଶବ ବ୍ୟବଚ୍ଛେଦ ପାଇଁ ୩୦ କିଲୋମିଟର ଦୂର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଏହିପରି କରାଯାଇଥିଲା ।
ଏହିସବୁ ଘଟଣା ସ୍ୱାସ୍ଥ୍ୟସେବା ଆଇନର ଅସଙ୍ଗତି । ଭାରତର ୧୯ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ମାନବ ବିକାଶ ସୂଚକାଙ୍କ ତାଲିକାର ସବୁଠୁ ତଳେ ଅଛି । Mediumରେ ଏହି ସବୁ ଘଟଣାକୁ ସୂଚିତ କରିବା ପାଇଁ ଓଡ଼ିଶାରେ ଦୁଇଟି ଯୋଜନା ରହିଛି ବୋଲି ସିଦ୍ଧାର୍ଥ ଶର୍ମା ସୂଚନା ଦେଇଥିଲେ । ହରିଶ୍ଚନ୍ଦ୍ର ସହାୟତା ଯୋଜନା(ଗରୀବ ଏବଂ ବେସାହାରା ନିରାଶ୍ରୟମାନଙ୍କୁ ଅନ୍ତିମ ସଂସ୍କାର ପାଇଁ ସହାୟତା) ଅନ୍ତିମ ସଂସ୍କାର ପାଇଁ ଅସମର୍ଥ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ଆର୍ଥିକ ସହାୟତା ଦେଇଥାଏ । ଏହା ବ୍ୟତୀତ ମହାପରାୟଣ ଯୋଜନାରେ ୩୭ଟି ସରକାରୀ ହାସପାତାଳ ୪୦ଟି ଗାଡ଼ି ଏବଂ ଶବ ବୋହିନେବାରେ ସାହାଯ୍ୟ କରିବା ପାଇଁ ପାଖାପାଖି ୧୦୦ ଜଣ ସଦସ୍ୟ ଯୋଗାଇଦେଇଛି । ସିଦ୍ଧାର୍ଥ ପଚାରିଥିଲେ:
The state enjoys the privilege of two schemes for one purpose but why wasn’t the citizenry able to avail it?
ଏକା ଉଦ୍ଦେଶ୍ୟରେ ରାଜ୍ୟଟି ଦୁଇଟି ବିଶେଷ ଯୋଜନା ଉପଭୋଗ କରୁଥିବା ବେଳେ ଏହି ସୁବିଧାର ଲାଭ ଉଠାଇବା ପାଇଁ ନାଗରିକମାନେ କାହିଁକି ସକ୍ଷମ ନୁହଁନ୍ତି?
Being Indianରେ ଅପରାଜିତା ମିଶ୍ର ମଧ୍ୟ ପଚାରିଥିଲେ:
When Daana was carrying the corpse with his crying daughter, people assisted him by calling some ‘influential people’. Why do we rely on the crutches of power to get the job done?
ଯେତେବେଳେ ଦାନ ତାଙ୍କ କାନ୍ଧୁରା ଝିଅ ସହିତ ଶବଟିକୁ ନେଇ ଯାଉଥିବା ବେଳେ ଲୋକେ କିଛି ‘ପ୍ରଭାବଶାଳୀ ଲୋକ'ଙ୍କୁ ଫୋନ କରି ତା'ର ସହାୟତା କରିଥିଲେ । ଆମେ କାମଟି କରିବା ପାଇଁ କାହିଁକି କୌଣସି ଶକ୍ତି ଆଶ୍ରା ଉପରେ ନିର୍ଭର କରିବା?
ଶେଷରେ ଟି.ଏସ୍. ସୁଧିର Huffington Postରେ ଲେଖିଥିଲେ:
Frankly if these are acche din [good times, a slogan of the ruling party], India was better off in the dark ages. Frankly, Mr Prime Minister, Balochistan can wait, let us fix our Kalahandis [people of Kalahandi district, Odisha] first.
ସତ କହିବାକୁ ଗଲେ ଯଦି ଏହିସବୁ ଆଚ୍ଛେ ଦିନ [ଭଲ ସମୟ, ଶାସକ ଦଳର ଗୋଟିଏ ସ୍ଳୋଗାନ] ଭାରତ ଅନ୍ଧକାରରେ ହିଁ ଭଲ ଥିଲା । ସତ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ମହାଶୟ, ବାଲୋଚିସ୍ତାନ ଅପେକ୍ଷା କରିପାରିବ ହେଲେ ଏବେ ଆମ କଳାହାଣ୍ଡିର ଅସୁବିଧା ଦୂର କରନ୍ତୁ ।