- ଓଡ଼ିଆରେ Global Voices - https://or.globalvoices.org -

ଭାରତର ପର୍ଣ୍ଣ ଅଟକ କିପରି ଓଲଟା ଅସୁବିଧା ଟାଣି ସାରା ଦେଶକୁ ଏକ କରିଦେଲା

ଶ୍ରେଣୀ: ଦକ୍ଷିଣ ଏସିଆ, ଭାରତ, Censorship, ଟେକନୋଲୋଜି, ନାଗରିକ ମିଡିଆ, ଶାସନ, GV ଆଡ଼ଭୋକେସି
"ସହଯୋଗ ସହ ସମ୍ଭୋଗ," ଖଜୁରାହ, ମଧ୍ୟପ୍ରଦେଶ, ଭାରତ । ଫ୍ଲିକରରୁ କାଇବାନଙ୍କ ଫଟୋ (CC BY-ND 2.0) [1]

“ସହଯୋଗ ସହ ସମ୍ଭୋଗ,”
ଖଜୁରାହ, ମଧ୍ୟପ୍ରଦେଶ, ଭାରତ । ଫ୍ଲିକରରୁ କାଇବାନଙ୍କ ଫଟୋ (CC BY-ND 2.0)” width=”800″ height=”534″ (CC BY-ND 2.0)

ଅଶ୍ଳୀଳ ବିଷୟ ଥିବା ୮୫୭ଟି ୱେବସାଇଟ୍ ବନ୍ଦ କରିବା ପାଇଁ ଭାରତୀୟ ଦୂରସଂଚାର ବିଭାଗର ଗୋପନୀୟ ନିର୍ଦ୍ଦେଶ ଥିବା ନଥିକୁ କେହିଜଣେ ପ୍ରଘଟ କରିଦେବା [2] ପରେ ଭାରତୀୟ ସୋସିଆଲ୍ ମିଡ଼ିଆରେ ନିଆଁ ଲାଗିଯାଇଛି ।

କିଛି ଇଣ୍ଟରନେଟ୍ ସେବା ଯୋଗାଉଥିବା ସଂସ୍ଥା ଏହି ନିର୍ଦେଶ ଉପରେ ଯଥାସମ୍ଭବ ଅଭିଯୋଗ କରିଥିଲେ ହେଁ ଏହା ଅଧିକ ସମୟ ଧରି ବଳବତ୍ତର ରହିପାରି ନ ଥିଲା । ଆଉ କଛି ସରକାରଙ୍କ ଏପରି ପଦକ୍ଷେପକୁ ପରିହାସ କରି ଏହା ନାମ ଦେଇଥିଲେ “ତାଲିବାନିଜେସନ୍ [3]” କିମ୍ବା ଚରମ ପଦକ୍ଷେପ । ଆଉ କିଛି ଦେଖାଇଲେ କି ଏମିତି କିଛି ସାଇଟ୍ ବନ୍ଦ କରାଯାଇଛି ଯେଉଁଥିରେ ମୋଟରୁ ଅଶ୍ଳୀଳତା ନାହିଁ । ଏହିପରି ଅନେକ ହାସ-ପରିହାସ ଏବଂ ଫାଇଲ ସେଆରିଙ୍ଗ ସାଇଟ୍ ମଧ୍ୟ ଅଟକ ଭିତରେ । ଏହି ଅଟକ କେବଳ ଅସ୍ଥାୟୀ [4] ଭାବେ ହୋଇଥିଲା ଏବଂ କେବଳ ଶିଶୁ ଶୋଷଣ ଓ ଅଶ୍ଳୀଳତା ସାଇଟଗୁଡ଼ିକୁ ସ୍ଥାୟୀ ଭାବେ ବନ୍ଦ କରିଦିଆଯିବ ବୋଲି ବିଭାଗ ତରଫରୁ ଖୁବ୍ ଶୀଘ୍ର ଘୋଷଣା କରାଗଲା ।

ସରକାରଙ୍କ ଏହି ପଦକ୍ଷେପ ସେନସରସିପ ଓ ବ୍ୟକ୍ତିଗତ ଅଧୀକାରର ଉଲ୍ଲଙ୍ଘନ ବାବଦରେ ସମାଲୋଚନା କରି ବିରୋଧ କରିବାଠାରୁ ଆରମ୍ଭ କରି ଲୋକଙ୍କ ଗୋପନୀୟତା ରକ୍ଷାକରି ତାଙ୍କ ବ୍ୟକ୍ତିଗତ ଭିଡ଼ିଓ ସର୍ବସାଧାରଣରେ ନପହଞ୍ଚିବା ଯୁକ୍ତିକରୁଥିବା ଲୋକଙ୍କ ସପକ୍ଷରେ ଅନେକଙ୍କ ମତାମତ ପ୍ରକାଶ ପାଇଛି । ଅନେକ ଏହାକୁ ଟାହିଟାପରା କରି ନାନାଦି ମତ ଦେଇଛନ୍ତି ।

ଏକ ସରକାର ଉପରେ ଆକ୍ରମଣ ହେଲେ ଯେତେ ବିପଦ ନୁହେଁ ସେ ସରକାର ଲୋକହସା ହେବା ସବୁଠୁ ବଡ଼ ବିପଦ
— ବୀର ସାଙ୍ଗଭି

ଏହି ଅଟକ ସପକ୍ଷରେ ଯୁକ୍ତିବାଢ଼ିଥିବା ବ୍ୟକ୍ତିଙ୍କ ଭିତରେ ଅନ୍ୟତମ ଓକିଲ ଓ ଆନ୍ଦୋଳନ କର୍ମୀ କମଲେଶ ଭାସ୍ୱାନି [7] । ଆଗରୁ ସେ ଥରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରେ ଅଶ୍ଳୀଳତା ଥିବା ସାଇଟସବୁକୁ ଅଟକାଇବା ପାଇଁ ଆବେଦନ କରିଥିଲେ:

“Under Prime Minister Modi’s good governance and the good faith with which this government has been working,” Mr. Vaswani said in an interview, “they have been instrumental in blocking the 857 websites that I have been looking to get blocked.”

- Kamlesh Vaswani

“ଏହି ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କର ଉତ୍ତମ ଶାସନ ଏବଂ ଉତ୍ତମ ବୁଝାମଣା ସହକାରେ ଯେ କାମ କରୁଛି ।” ଶ୍ରୀଯୁକ୍ତ ଭସ୍ୱାନି ଏକ ସାକ୍ଷାତକାରରେ କହିଥିଲେ, “ମୁଁ ବନ୍ଦ କରିବାକୁ ଚାହୁଁଥିବା ୮୫୭ଟି ୱେବସାଇଟ୍ କୁ ସେମାନେ ଖାଲି ସହାୟକ ଭାବରେ ବନ୍ଦ କରିଛନ୍ତି ।”

- କମଳେଶ ଭସ୍ୱାନି

ଅନ୍ୟମାନଙ୍କ ମଧ୍ୟରେ ଟ୍ୱିଟର ବ୍ୟବହାରକାରୀ ସୁଧୀର ଚୌଧୁରୀ [8] ଏବଂ ରେଡିଟ୍ ଇଣ୍ଡିଆ ସରକାରଙ୍କର ଏହି ଲଗାମକୁ ତାଚ୍ଛଲ୍ୟ କରି ହାସ-ଉପହାସ କରିଥିଲେ:

ଏହି ପର୍ଣ୍ଣ ଅଟକ ସାରା ଦେଶକୁ ଏକ କରିଦେଲା । ଗରିବୀ, ଆତଙ୍କବାଦ, ବେକାରୀ ଆଦି କେବେ ହେଁ ଭାରତକୁ ଏକ କରିପାରିବ ନାହିଁ ।

ପର୍ଣ୍ଣ ଅଟକ ପାଇଁ କିଛି ପାଉନଥିବା ଲୋକଙ୍କ ଲାଗି କିଛି ପୁରୁଣା, ଦେଶୀ ଜିନିଷ ।

ଭାରତୀୟ ସାଂସଦ ବୈଜୟନ୍ତ ପଣ୍ଡା [13] ବିଭିନ୍ନ ଡିଭାଇସ ଯୋଗେ ଇଣ୍ଟରନେଟ ସହ ସଂଯୁକ୍ତ ଦେଶମାନଙ୍କ ମାନଚିତ୍ରରେ ପର୍ଣ୍ଣ ଅଟକ ଯୋଗୁ ଭାରତ କିପରି ନୀଚ ତାହା ଉଲ୍ଲେଖ କରି ଏକ ମାନଚିତ୍ର ସେୟାର କରିଥିଲେ ଓ ଲେଖିଥିଲେ:

ବୋଧେ ଏହି ପର୍ଣ୍ଣ ଅଟକ ପାଇଁ ଏ ଅବସ୍ଥା । ଦେଖାଯାଉ ଆଗାମୀ ୫ ବର୍ଷରେ ପୃଥିବୀର ଏହି ଭାଗରେ ଆଲୁଅ ପଡ଼ୁଛି କି ନାହିଁ ।

ଏଥି ସହିତ ଟ୍ୱିଟର ବ୍ୟବହାରକାରୀ ଟିନୁ ଚେରିଆନ୍ ପରିହାସ କରି କହିଥିଲେ ଯେ ଉଦ୍ଦେଶ୍ୟ ନଥାଇ ଏ ଅଟକ ଏହି ସାଇଟସବୁକୁ ବନ୍ଦ କରିବା ବଦଳରେ ଅଧିକ ସେସବୁ ପ୍ରତି ଅଧିକ ଦୃଷ୍ଟି ଆକର୍ଷଣ କରିଛି:

#PornBan [5] କିନ୍ତୁ ପୂରା ୮୦୦+ ୱେବସାଇଟ ତାଲିକ ଏବେ ସାଧାରଣରେ । ଅଟକ ଉଠିଗଲା । ଲୋକଙ୍କୁ ଏଡ଼େ ଲମ୍ବା ତାଲିକା ବାବଦରେ ଅବଗତ କରାଇଥିବାରୁ ଭାରତ ସରକାରଙ୍କୁ ସାଧୁବାଦ ।

— ଟିନୁ ଚେରିଆନ୍

ଅନ୍ୟକିଛି ଦର୍ଶାଇଥିଲେ ଯେ ଯୁକ୍ତରାଷ୍ଟ୍ର ଆମେରିକା, ଇଉନାଇଟେଡ଼ କିଙ୍ଗଡମ ଓ କାନାଡ଼ା ପରେ ଭାରତ ଚତୁର୍ଥ ଅଧିକତମ [17] ଅନଲାଇନ୍ ପର୍ଣ୍ଣଗ୍ରାଫି ଦର୍ଶକ । ପୂର୍ବ ସପ୍ତାହରେ ଏହି ଅଟକ ବିଷୟରେ ଖବର ବଢ଼ୁଥିଲା ବଢ଼ିଚାଲିଥିଲା ଚାଲିଥିଲା ସମ୍ବାଦ ସାଇଟ [18] ଓ ସୋସିଆଲ୍ ମିଡ଼ିଆ ବ୍ୟବହାରୀଗଣ ପ୍ରୋକ୍ସି ସରଭର୍ ମାଧ୍ୟମରେ ପର୍ଣ୍ଣ ସାଇଟକୁ ହ୍ୟାକ୍ କରି ଦେଖିବାର ଉପାୟମାନ ବତାଇଥିଲେ:

ମୋତେ ପରେ ଧନ୍ୟବାଦ ଦେଇଦେବେ । 🙂

ପ୍ରଣେଶ ପ୍ରକାଶ, ବାଙ୍ଗାଲୋର ବାସୀ ଜଣେ ଓକିଲ ଓ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ପଲିସି ନିର୍ଦେଶକ ପ୍ରଥମ କରି ବନ୍ଦ କରାଯାଇଥିବା ସାଇଟମାନ ସେୟାର କରି ଶିଶୁ ପର୍ଣ୍ଣଗ୍ରାଫି ଉପରେ ପଚାରିଥିଲେ::

ସାଥି ଓକିଲମାନଙ୍କୁ ପ୍ରଶ୍ନ: ୬୭ବି ନିୟମ ଅଧୀନରେ ଅଟକାଇବା ଆଗରୁ ଜଣେ ISP କର୍ମକର୍ତ୍ତା ଶିଶୁ ପର୍ଣ୍ଣ ଦେଖିବା ନିୟମ ଉଲ୍ଲଙ୍ଘନ ନୁହେଁ କି?

ଏହି ୮୫୭ଟି ସାଇଟ ଅଟକାଇଥିବା ସବୁ ଆଇଏସପି ଏବେ ସେସବୁକୁ ଛାଡ଼ କରିନାହାନ୍ତି । ମିଡ଼ିଆନାମାର ନିଖିଳ ପାୱା [23] ଆଇଏସପିମାନଙ୍କ ଦ୍ୱନ୍ଦ ବାବଦରେ ସୂଚାଇଛନ୍ତି:

[..]if child porn is found on any of the unblocked sites in the list, the ISPs will be held liable for the content under Section 79(3)(b). Now, how exactly are the ISPs expected to determine whether any of the 857 sites have child pornography or not? Can they be expected to watch each and every video, and determine whether someone in the porn video is above or below the age of 18?

[..]ସେକ୍ସନ 79(3)(b) ଛାଡ଼ କରାଯାଇଥିବା ତାଲିକାରେ କୌଣସି ଶିଶୁ ପର୍ଣ୍ଣ ଥିଲେ ଆଇଏସପି ବିଷୟବସ୍ତୁ ଆଧାରରେ ଆଇଏସପିକୁ ଦାୟୀ କରାଯାଇପାରେ । ଏବେ ଆଇଏସପିସବୁ କେଉଁ ସାଇଟରେ ପର୍ଣ୍ଣ ରହିଛି କିପରି ନିର୍ଣ୍ଣୟ କରିବେ? ସେମାନେ କଣ ସବୁ ଭିଡ଼ିଓ ଦେଖି ୧୮ ବା ତହିଁରୁ କମ ବୟସ୍କ ଜଣେ ତାହା ଦେଖିପାରିବ କି ନାଁ ନିର୍ଣ୍ଣୟ କରିବେ?

ଭାରତରେ ଏହି ୱେବସାଇଟ ଅଟକ ନୁଆ ନୁହେଁ । ଅତୀତରେ ସରକାର ୩୨ ପାଖାପାଖି ୱେବସାଇଟ ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ [24] । ଏହି ତାଲିକାରେ ଥିଲା କୋଡ଼ ଭଣ୍ଡାର Github [25], ଭିଡ଼ିଓ ଷ୍ଟ୍ରିମିଙ୍ଗ ସାଇଟ Vimeo [26]ଏବଂ Dailymotion [27], ଏବଂ Internet Archive [28] । ପରେ ଭୀଷଣ ସମାଲୋଚନା ପରେ ଏହାକୁ ହଟାଇଦିଆଯାଇଥିଲା ।

ଅସରନ୍ତି ଆଲୋଚନା-ଯୁଦ୍ଧ ଚାଲିଛି, କିଛି ଯୁକ୍ତି ରଖିଛନ୍ତି ଯେ ଯୁବ ନାଗରିକମାନଙ୍କୁ ନିଜର ବାଛିବା କ୍ଷମତା ଉପରେ ସ୍ୱାଧୀନତା ରହିବା ଦରକାର ଆଉ କିଛି ଆଉ କିଛି ଯୁକ୍ତି ବାଢ଼ିଛନ୍ତି ଯେ ଏଭଳି ହେବା ଦ୍ୱାରା ଭାରତୀୟ ସମାଜ ଓ ସଂସ୍କୃତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।

ଫାଷ୍ଟ ପୋଷ୍ଟର ସନ୍ଦୀପ ରାୟଙ୍କ [29] ପ୍ରଥମ ଲେଖା ଅନୁସାରେ, ଏଠାରେ ପର୍ଣ୍ଣ ଅଟକର ସୁଖଦ ପରିସମାପ୍ତି ନାହିଁ ।

Online pornography might not be as pressing an issue for the national economy as the Land Bill or GST but by rushing into without thinking it through and then doing a wishy-washy half U-turn with a “lift” that’s not quite a “lift”, the government has ensured that this porn story will not have a happy ending for anyone.

ପ୍ରକୃତରେ ଏକ ଅଟକ ହୋଇନଥିବା ବସ୍ତୁରୁ ଅଟକ-ଉଠା ସତରେ ଅଟକ-ଉଠା ନୁହେଁ ବରଂ ଲାଇଣ୍ଡ ବିଲ କିମ୍ବା GST bhLi ଜାତୀୟ କମ୍ପାନିମାନଙ୍କ ଅନଲାଇନ ପର୍ଣ୍ଣୋଗ୍ରାଫି ପାଇଁ ଏକ ଅସୁବିଧା ହୋଇନପାରେ । ସରକାର ଏହି ପର୍ଣ୍ଣ କାହାଣୀର ଏକ ସୁଖଦ ଅନ୍ତ ନ ଆଣିବା ମସୁଧାଟିଏ ସାଧିଛନ୍ତି ।