
ଓଡ଼ିଶାର ଜଣାଶୁଣା ବାଦାମୀ ରସଗୋଲା. Image ଛବିଟି CC-by-SA 3.0 ରେ User:Riskyishwar ଙ୍କ ଦ୍ୱାରା, ଉଇକିମିଡ଼ିଆ କମନ୍ସ ।
ଏଇ ଜୁଲାଇ ୩୦ ତାରିଖରେ ଭାରତୀୟ ରାଜ୍ୟ ଓଡ଼ିଶାର ଟ୍ୱିଟର ବ୍ୟବହାରକାରୀଗଣ ଓଡ଼ିଶାର ମିଠା ରସଗୋଲାକୁ ବିଶ୍ୱସ୍ତରରେ ଲୋକପ୍ରିୟ କରାଇବା ପାଇଁ ରସଗୋଲା ଦିବସ ପାଳନ କରିଥିଲେ । ଇଣ୍ଟରନେଟ ବ୍ୟବହାରକାରୀଗଣଙ୍କ ବ୍ୟବହୃତ #RasagolaDibasa ହାସଟ୍ୟାଗ ସାରା ଭାରତରେ କିଛି ଘଣ୍ଟା ଧରି ଟ୍ରେଣ୍ଡ ହୋଇରହିଥିଲା। ଏହାକୁ ସଫଳ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ପାଳିତ ହେବା ସହିତ ଉତ୍ସାହ ମିଳିଥିଲା ।
ତିନି ମାସ ପୂର୍ବରୁ ଓଡ଼ିଶା ସରକାର ଓଡ଼ିଶାର ରସଗୋଲା ଓଡ଼ିଶାରେ ଜନ୍ମଲାଭ କରିଥିବାର ଐତିହାସିକ ତଥ୍ୟ ପ୍ରତିଷ୍ଠା କରି ଓଡ଼ିଶାର ନ୍ୟାଯ୍ୟ ଦାବୀ ସାଇତିବା ସକାଶେ “ଜିଓଗ୍ରାଫିକାଲ ଇଣ୍ଡିକେସନ” ଆବେଦନ ପ୍ରସ୍ତାବ ଆଗତ କରିଥିଲେ।
ରସଗୋଲା ବଙ୍ଗଳାର ମିଠା ବୋଲି ଯେଉଁ ନାଁ ରହିଛି ତା'ର ବିପରୀତ ମତରେ ଭାବେ ଓଡ଼ିଶା ଏହା ସେଠାର ବଡ଼ଦେଉଳ (ପୁରୀ ଜଗନ୍ନାଥ ମନ୍ଦିର)ରେ ଜନ୍ମଲାଭ କରିଛି ବୋଲି ଜଣାଇଛି । କିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଓ ସୁଦର୍ଶନଙ୍କ ସଙ୍ଗେ ବିଶାଳ ପଟୁଆର କରି ପରେ ମାଉସୀଘରୁ ବଡ଼ଦେଉଳକୁ ବାହୁଡ଼ନ୍ତି (ଏହା “ନିଳାଦ୍ରୀ ବିଜେ” ନାମରେ ଜଣା)। ପରମ୍ପରା ଅନୁସାରେ ଜଗନ୍ନାଥ ମନ୍ଦିରର ଦେବଦେବୀଙ୍କ ସମ୍ମୁଖରେ ମନ୍ଦିର ଆସୁଥିବା ସଭିଏଁ ରସଗୋଲା ବାଢ଼ିଥାନ୍ତି । ଏହି ପରମ୍ପରା “ବଚନିକା“ନାମରେ ଜଣା ଓ ଏହିଥିରୁ ରସଗୋଲା ଦିବସର ଆରମ୍ଭ।
ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଜଣାଶୁଣା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପୁରୀ ବେଳାଭୂମିରେ ନିଜର ବାଲୁକା କଳାର ପ୍ରଦର୍ଶନ ପାଇଁ ଆମନ୍ତଣ କରିଥିଲା:
On #niladribije, The Lord offers #rasagola to Mahalaxmi. @sudarsansand with his masterpiece @Puri. #RasagolaDibasa pic.twitter.com/nvnusnaRgi
— Odisha Tourism (@odisha_tourism) July 30, 2015
ନୀଳାଦ୍ରୀବିଜେ ଦିନ ଠାକୁର ମହାଲକ୍ଷ୍ମୀଙ୍କୁ ଏକ ରସଗୋଲା ଦେଇଥାନ୍ତି । ସୁଦର୍ଶନ ପଟ୍ଟନାୟକ ପୁରୀରେ ନିଜ ମହାନ କଳାକୃତି ସହିତ ।
ଜଣାଶୁଣା ରେଡ଼ିଓ ଚ୍ୟାନେଲ ରେଡ଼ିଓ ଚକୋଲେଟ ଭୁବନେଶ୍ୱରରେ ଏକ ରସଗୋଲା ଚାଖଣା ଉତ୍ସବର ଆୟୋଜନ କରିଥିଲା ଯହିଁରେ ସହରର ପ୍ରମୁଖ ମିଠା କାରିଗରମାନେ ଭାଗ ନେଇ ମିଠା ପ୍ରଦର୍ଶନ ଓ ବିକ୍ରୀ କରିଥିଲେ ।
Earlier in the evening at Reliance Foodcourt #RasagolaDibasa pic.twitter.com/MpHydnDwkC
— Ranjan Nayak (@Ranjan_Nayak) July 30, 2015
ଏହି ସଞ୍ଜ ଆରମ୍ଭରେ ରିଲାଏନ୍ସ ଫୁଡ଼କୋର୍ଟରେ ରସଗୋଲା ଦିବସ ।
– ରଞ୍ଜନ ନାୟକ
ପ୍ରତିବର୍ଷ “ନୀଳାଦ୍ରିବିଜେ ଦିନ ଏହି ଦିବସ ପାଳନର ପ୍ରତିଶ୍ରୁତି ଦେଇ ଜଣାଶୁଣା ଓଡ଼ିଆ ଦୈନିକ ଖବରକାଗଜ ସମ୍ବାଦ ଆନୁଷ୍ଠାନିକ ଭାବେ ସ୍ଥାନୀୟ ମିଠା କାରିଗରଙ୍କ ସହ ମିଶି ପାହାଳରେ ରସଗୋଲା ଦିବସ ପାଳନ କରିଛି ।
Don't forget #RasagolaDibasa tomorrow, even Pahala business is fully supporting, see you tmrw http://t.co/vFICltSsfB pic.twitter.com/9OVXiOiRlJ
— Bhubaneswar Buzz (@BBSRBuzz) July 29, 2015
ଆସନ୍ତାକାଲି ରସଗୋଲା ଦିବସ କଥା ଭୁଲିବେ ନାହିଁ, ପାହାଳ ବ୍ୟବସାୟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି । କାଲି ଦେଖା ହେବ ।
— ଭୁବନେଶ୍ୱର ବଜ
ରସଗୋଲା ବଙ୍ଗଳାରେ ଜନ୍ମିଥିବା ବାବଦରେ ଦାବୀକୁ ଆଧାର କରି ବଙ୍ଗଳାରୁ ଅନେକେ ଓଡ଼ିଶାର ରସଗୋଲା ଦିବସକୁ ଉଭୟ ସମର୍ଥନ ଓ ବିରୋଧ କରି ନିଜ ମତ ଦେଇଥିଲେ ।
“This seemed particularly cruel of our next-door neighbours, who are well aware Bengal loves its icons. We are down to just three authentic pieces: The venerable Tagore, the alarmingly-thin haired Sourav Ganguly and the “sickly sweet” rosogolla. Take away the myth of Subhas Bose being alive at 118 but spare our taste buds.”
— Dhrubo Jyoti, blog on Hindustan Times
ଏ ଆମ ପଡ଼ୋଶୀଙ୍କ ଏ ନିଠୁର ସ୍ୱଭାବ । ସେମାନେ ଜାଣିଛନ୍ତି ଯେ ବଙ୍ଗଳା ତାର ଚିହ୍ନମାନଙ୍କୁ କେତେ ଭଲପାଏ । ଆମର ତିନୋଟି ସନ୍ତକ: ମହାମତି (ରବୀନ୍ଦ୍ରନାଥ) ଠାକୁର, ସୂକ୍ଷ୍ମଲୋମୀ ସୌରଭ ଗାଙ୍ଗୁଲି ଏବଂ “ଅତି ମିଠା” ରସଗୋଲା । ସୁବାସ ବୋଷ ୧୧୮ ବର୍ଷରେ ବଞ୍ଚିଥିବାର କିମ୍ବଦନ୍ତୀ ନେଇଯାଅ ହେଲେ ଆମ ସୁଆଦକୁ ବଞ୍ଚିତ କରନା ।”
— ଧ୍ରୁବ ଜ୍ୟୋତି, ହିନ୍ଦୁସ୍ଥାନ ଟାଇମ୍ସ ବ୍ଲଗ
Revenge is sweet: How Bengalis made rosogolla their own writes @dhrubo127 on #RasagolaDibasa http://t.co/6y2XdXsnYM pic.twitter.com/PSv19EuDYr — Hindustan Times (@htTweets) July 30, 2015
ପ୍ରତିଶୋଧ ମିଠା: ବଙ୍ଗାଳିମାନେ କିପରି ରସଗୋଲାକୁ ନିଜର କରିଛନ୍ତି । #RasagolaDibasaରେ ଲେଖନ୍ତି ଧ୍ରୁବ ।
ଭାରତର ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ଦିବସ ପାଳନ ଖବର ଉପରେ ଗୁରୁତ୍ତ୍ୱାରୋପ କରିଛନ୍ତି । ଜୀ, ହିନ୍ଦୁସ୍ଥାନ ଟାଇମ୍ସ, ଇଣ୍ଡିଆ ଟୁଡ଼େ ତଥା ଅନେକ ବ୍ଲଗ ଏହି ପାଳନ ବାବଦରେ ସୂଚନା ଓ ମତ ପ୍ରକାଶ କରିଛନ୍ତି । ଭାରତର ଦୁଇ ପ୍ରମୁଖ ବ୍ୟକ୍ତିତ୍ୱ ସଞ୍ଜୀବ କପୁର ଏବଂ ପଙ୍କଜ ଭାଡୁରିଆ ଏହାକୁ ସୋସିଆଲ ମିଡ଼ିଆରେ ପ୍ରଚାର କରିଛନ୍ତି ।
Tomorrow (30 July) Odisha is celebrating #RasagolaDibasa Make sure you too have a Rasgulla & also tweet the picture pic.twitter.com/n8oeUGJh0k — Sanjeev Kapoor (@SanjeevKapoor) July 29, 2015
ଆସନ୍ତାକାଲି (୩୦ ଜୁଲାଇ) ଓଡ଼ିଶା #RasagolaDibasa ପାଳନ କରିବାକୁ ଯାଉଛି । ରସଗୋଲାଟିଏ ନିହାତି ଖାଇବେ ଓ ତା’ ବାବଦରେ ଟୁଇଟ କରିବେ ।
– ସଞ୍ଜୀବ କପୁର
ନିଜ ଫେସବୁକ ପୋଷ୍ଟରେ, ରାନ୍ଧୁଣିଆ ପଙ୍କଜ ଭାଡୁରିଆ ଲେଖିଛନ୍ତି, “ଆପଣ ଜାଣନ୍ତି କି ଜୁଲାଇ ୩୦ ତାରିଖ ଏବେ ରସଗୋଲା ଦିବସ ଭାବେ ପାଳିତ ହେଉଛି! ରସଗୋଲା ଜଗନ୍ନାଥ ମନ୍ଦିରରେ ବିଶେଷକରି ରଥଯାତ୍ରାର ଦିନେ ପରେ ପରେ ଲକ୍ଷ୍ମୀଙ୍କୁ ଭୋଗ ଭାବେ ବଢ଼ାଯାଏ! ମୁଁ? ମୁଁ ସବୁଦିନ ବଡ଼ ମଉଜରେ ରସଗୋଲା ଖାଇପାରେ!! #RasagolaDibasa.”

#RasagolaDibasa ବାବଦରେ ରାନ୍ଧୁଣିଆ ପଙ୍କଜ ଭାଡୁରିଆଙ୍କ ଫେସବୁକ ପୋଷ୍ଟ ।
ଏହି ଅଭିଯାନର ଆଉ ଜଣେ ପ୍ରମୁଖ ପ୍ରଚାରକ ଅନିତା ରସଗୋଲା ଦିବସ ଉପରେ ନିଜ ବ୍ଲଗରେ: ଲେଖିଥିଲେ :
[..] Niladri Bije is an important day of celebration – the last day of the Rath Yatra marks the entry of the Gods to the Temple after their trip. [..] We are celebrating this day as Rasagola Dibasa- a day dedicated to Rasagolas. In Odia language, Dibasa means day. #RasagolaDibasa means Rasagola Day.
[..] ନୀଳାଦ୍ରୀବିଜେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପାଳନ । ଏହା ରଥ ଯାତ୍ରାର ଶେଷ ଦିବସ ଓ ଦେବତାମାନଙ୍କ ଦେଉଳକୁ ବାହୁଡ଼ିବାର ସୂଚକ । [..] ଆମେ ଏହି ଦିନଟିକୁ ରସଗୋଲାକୁ ଉତ୍ସର୍ଗଙ୍କୁ “ରସଗୋଲା ଦିବସ” ଭାବେ ପାଳନ କରୁଛୁ । ଓଡ଼ିଆରେ ଦିବସ ଅର୍ଥ ଦିନ . #RasagolaDibasa ର ଅର୍ଥ ରସଗୋଲା ଦିବସ ।
ଏହି ଖାଦ୍ୟର ମୂଳକୁ ନେଇ ବିବାଦ ଚାଲିଥିଲେ ହେଁ ଗତ ସପ୍ତାହର ପାଳନ କୌଣସି ଅଯଥା ଓଡ଼ିଆ ଓ ବଙ୍ଗଳା ଦ୍ୱନ୍ଦ ହୋଇନାହିଁ । ଦେଶବ୍ୟାପୀ ରସଗୋଲା ପ୍ରଚାର ମଧ୍ୟ ପାହାଳ ଭଳି ଓଡ଼ିଶାର ଅଳ୍ପ ଜଣା ଜାଗାଗୁଡ଼ିକ ବାବଦରେ ଅଭିଙ୍କୁ ଜଣାଇବାରେ ସାହାଯ୍ୟ କରିଥିଲା ଯାହା ଜିଓଗ୍ରାଫିକାଲ ଇଣ୍ଡିକେସନ ଦୃଷ୍ଟିକୋଣରୁ ଗୁରୁତ୍ତ୍ୱପୂର୍ଣ୍ଣ ହୋଇପାରେ । ଆଗକୁ ଅଧିକ ଜାତୀୟ ଓ ଏପରିକି ଆନ୍ତର୍ଜାତୀୟ ଖବର ଓଡ଼ିଶାର ଚଳଣିଗତ ଐତିହ୍ୟକୁ ଦେଶବିଦେଶକୁ ନେଇପାରିବ ତଥା ରାଜ୍ୟ ଓ ବାହାର ଲୋକେ ଏହାର ଗୁରୁତ୍ତ୍ୱପୂର୍ଣ୍ଣ ଇତିହାସ ବାବଦରେ ଜାଣିପାରିବେ ।