- ଓଡ଼ିଆରେ Global Voices - https://or.globalvoices.org -

୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ

ଶ୍ରେଣୀ: ଦକ୍ଷିଣ ଏସିଆ, ଭାରତ, Language, କଳା ଓ ଚଳଣି, ଡିଜିଟାଲ ସକ୍ରୟତା, ନାଗରିକ ମିଡିଆ, ବିଜ୍ଞାନ, ସୁଖବର, ରାଇଜିଙ୍ଗ ଭଏସେସ
"ଏହାର (ଓଡ଼ିଆ ଉଇକିପିଡ଼ିଆ) ବିଶାଳତମ ଓଡ଼ିଆ ଏନସାଇକ୍ଲୋପିଡ଼ିଆ ୧୩" କାର୍ଯ୍ୟକ୍ରମ ବ୍ୟାନରthat has a quote "This (Odia Wikipedia) largest online Odia encyclopedia can be edited by you and us". By Subhashish Panigrahi, under CC-by-SA 4.0. [1]

“ଏହି (ଓଡ଼ିଆ ଉଇକିପିଡ଼ିଆ) ବିଶାଳତମ ଅନଲାଇନ ଓଡ଼ିଆ ଏନସାଇକ୍ଲୋପିଡ଼ିଆ” ଆପଣଙ୍କ ଓ ଆମସଭିଙ୍କ ଦ୍ୱାରା ସମ୍ପାଦିତ ହୋଇପାରିବ” ଉକ୍ତି ଥିବା “ଓଡ଼ିଆ ଉଇକିପିଡ଼ିଆ ୧୩″ କାର୍ଯ୍ୟକ୍ରମ ବ୍ୟାନର । ସୁଭାସିସ ପାଣିଗାହିଙ୍କ ଦ୍ୱାରା, CC-by-SA 4.0 ଅଧୀନରେ ବିତରିତ ।

ପ୍ରଥମ ଭାରତୀୟ କେତୋଟି ଉଇକିପିଡ଼ିଆ ଅନ୍ୟତମ [2] ଓଡ଼ିଆ ଉଇକିପିଡ଼ିଆ [3] ଏହି ମାସ ୩ ତାରିଖରେ ତାହାର ୧୩ ବର୍ଷ ବ୍ୟାପୀ ମୁକ୍ତ ଜ୍ଞାନ ବିତରଣର ମହୋତ୍ସବ ପାଳୁଛି ।

ଇଂରାଜୀ ଉଇକିପିଡ଼ିଆ ଆରମ୍ଭ ହେବାର ବର୍ଷେ ପରେ ୨୦୦୨ ମସିହାରେ ଆରମ୍ଭ ହୋଇଲା ଓଡ଼ିଆ ଉଇକିପିଡ଼ିଆ । ଇଉନିକୋଡ଼ରେ [4] ଉପଲବ୍ଧ ଓଡ଼ିଆ ଉଇକିପିଡ଼ିଆ ଏ ଭିତରେ ଓଡ଼ିଆ ଭାଷାର [5] ବିଶାଳତମ ଅନଲାଇନ ଜ୍ଞାନକୋଷ (ଏନସାଇକ୍ଲୋପିଡ଼ିଆ)ରେ ପରିଣତ ହୋଇଛି ।

ଭାରତର ବିଭିନ୍ନ ସ୍ଥାନରେ ରହୁଥିବା ପାଖାପାଖି ୧୭ ଜଣ ସକ୍ରିୟ ସମ୍ପାଦକ [6] (“ଉଇକିଆଳି” ନାମରେ ପରିଚିତ) ଙ୍କ ଦେଇ ସମ୍ପାଦିତ ଓ ୮,୮୦୦ରୁ ଅଧିକ ପ୍ରସଙ୍ଗରେ ଭରା ଏହି ପ୍ରକଳ୍ପଟି ଏକ ଜ୍ଞାନକୋଷରୁ ଅନେକ ଉପରେ । ସ୍ୱେଚ୍ଛାରେ ସମ୍ପାଦନ କରୁଥିବା ସମ୍ପାଦକମାନଙ୍କ ଉଦ୍ୟମ ହେତୁ କପିରାଇଟ ଥିବା ଅନେକ ବହିର ଲାଇସେନ୍ସ କ୍ରିଏଟିଭ କମନ୍ସ [7] ଭଳି ମୁକ୍ତ ଲାଇସେନ୍ସରେ ରୂପାନ୍ତରିତ [8] କରାଯାଇ ସେସବୁକୁ ଇଣ୍ଟରନେଟ ଜରିଆରେ ଅଧିକ ପାଠକଙ୍କ ନିକଟରେ ପହଞ୍ଚାଇବାର ବାଟ ତିଆରି ହୋଇଛି । ଏହା ଛଡ଼ା ଲେଖକ ଓ ସ୍ୱତ୍ୱାଧୀକାରୀ (କପିରାଇଟ ମାଲିକ)ଙ୍କ ସହ ସନ୍ଧି କରି ଅନେକ ଉପାଦେୟ ରଚନା ଇଣ୍ଟରନେଟରେ ଉପଲବ୍ଧ କରାଯାଉଛି ।

ଉଇକିଆଳିମାନେ ଜଗତରେ ଜଣାଶୁଣା ଉଇକିପିଡ଼ିଆ ଏଜୁକେସନ ପ୍ରୋଗ୍ରାମ [9] ଭଳି ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇ ପାଖାପାଖି ୨,୦୦୦ରୁ ଅଧିକ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ବିଭିନ୍ନ ବିଷୟରେ ଲେଖିବା ବାବଦରେ ଶିଖାଇଛନ୍ତି ।

ନିଜର ୧୩ଶ ଜନ୍ମବାର୍ଷିକୀ ପାଇଁ ଉଇକିପିଡିଆ ସଂଘ ଏକ କ୍ୟାରେକ୍ଟର-ଏନକୋଡିଂ କନଭର୍ଟର ବିତରଣ କରିବାର ଯୋଜନା କରୁଛି ଯାହା ସରକାରୀ ପୋର୍ଟାଲ ସହ ଖବରକାଗଜ, ଜର୍ଣାଲ ଓ ପତ୍ରିକାମାନଙ୍କରେ ଥିବା ବହୁ ପରିମାଣର ବିଷୟସବୁ ଅଣ-ଇଉନିକୋଡ଼ କ୍ୟାରେକ୍ଟର-ଏନକୋଡିଂମୁକ୍ତ କରିବାରେ ସାହାଯ୍ୟ କରିବ, ଯାହା ଆଗରୁ ବ୍ୟବହାରକାରୀମାନଙ୍କୁ ଡିଜିଟାଲ-ପର୍ଯ୍ୟବସିତ ବିଷୟ ଗୁଡ଼ିକୁ ଖୋଜିବାରେ ଓ ପୁନଃବ୍ୟବହାର କରିବାରେ ବାରଣ କରୁଥିଲା।

ଓଡ଼ିଆ ଉଇକିପିଡିଆରେ  ପୃଷ୍ଠା ଦେଖଣା ସଂଖ୍ୟା (୨୦୦୮-୨୦୧୫).

ଓଡ଼ିଆ ଉଇକିପିଡିଆରେ ପୃଷ୍ଠା ଦେଖଣା ସଂଖ୍ୟା (୨୦୦୮-୨୦୧୫).

ଓଡ଼ିଆ ଭାଷା (ଭାରତର [10]ମ ସର୍ବାଧିକ [10] କଥିତ ଭାଷା) ପ୍ରାୟ ୪୦ ମିଲିଅନରୁ [8] ଅଧିକ ଲୋକଙ୍କ ଦ୍ଵାରା ଭାରତୀୟ ରାଜ୍ୟ ଓଡ଼ିଶା, ଏହାର ପଡ଼ୋଶୀ ରାଜ୍ୟ ଓ ରାଜ୍ୟ ତଥା ଦେଶ ବାହାରେ ଥିବା ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କ ଦ୍ଵାରା କଥିତ।

ଦକ୍ଷିଣ ଏସିଆର ଅନ୍ୟତମ ପୁରୁଣା ଭାଷା ଭାବେ ଗୃହୀତ ଓ ୫୦୦୦ ବର୍ଷରୁ [11] ଅଧିକ ସାହିତ୍ୟ ଐତିହ୍ୟ ଥିବା ଓଡ଼ିଆ ଭାଷାକୁ ଭାରତୀୟ ସରକାରଙ୍କ ଦ୍ଵାରା “ଶାସ୍ତ୍ରୀୟ ମାନ୍ୟତା [12]” ଦିଆଯାଇଥିଲେ ହେଁ ଯଦିଓ ଏହାର ଅନଲାଇନ ଉପସ୍ଥିତି ଆଶାତୀତ ଦୃଷ୍ଟି ଆକର୍ଷଣ କରିପାରିନାହିଁ ।

ପ୍ରାୟ ସବୁ ଅନଲାଇନ ଓଡ଼ିଆ ଖବରକାଗଜ ଅଣ-ଇଉନିକୋଡ଼ ବା ସେମାନଙ୍କ ନିଜର ଏନକୋଡିଂରେ ବା ଛବି ଭାବେ ଉପଲବ୍ଧ । ଯେତେଦୂର ସମ୍ଭବ ଏହା ସେମାନଙ୍କୁ ସର୍ଚ ଇଞ୍ଜିନରେ ପୂରା ଅଦୃଶ୍ୟ କରିଦିଏ ।

ସେହିଭଳି ରାଜ୍ୟ ସରକାରଙ୍କ ପୋର୍ଟାଲଗୁଡ଼ିକରେ ଓଡ଼ିଆ ଭାଷା ବ୍ୟବହାର ନହେବା ଅଥବା କେବଳ ଅଣ-ମୁକ୍ତ ଏନକୋଡିଂ ପଦ୍ଧତିର ବ୍ୟବହାର ଦେଖାଯାଏ । ଏହାର ସମ୍ମୁଖୀନ ହେବାପାଇଁ ଓଡ଼ିଆ ଉଇକିପିଡିଆ ଦ୍ଵାରା ଏକାଧିକ କ୍ୟାରେକ୍ଟର ଏନକୋଡିଂ କନଭର୍ଟର [13] ତିଆରି କରାଯାଇଛି ଯାହା ବିଭିନ୍ନ ଅଣ-ଇଉନିକୋଡ଼ ପଦ୍ଧତିରୁ ଇଉନିକୋଡ଼କୁ ବଦଳାଇବାରେ ସାହାଯ୍ୟ କରିବ।
ଏହି ନୂଆ ଉପକରଣ ଖବରକାଗଜରୁ ଆରମ୍ଭକରି ପତ୍ରିକା ଓ ସରକାରୀ ଜର୍ଣ୍ଣାଲ ଓ ପୋର୍ଟାଲ ପର୍ଯ୍ୟନ୍ତ ସବୁ ଉତ୍ସରୁ ବିଭିନ୍ନ ବିଷୟବସ୍ତୁ ଏକସଙ୍ଗେ ଇଉନିକୋଡ଼ରେ ବଦଳାଇବା ପାଇଁ ତିଆରି ଫଳରେ ବିଷୟବସ୍ତୁସବୁକୁ ଓଡ଼ିଆ ଉଇକିପିଡିଆକୁ ସମୃଦ୍ଧ କରିବାରେ ଓ ସାଧରଣତଃ ଭାଷାର ଅନଲାଇନ ପାଠକସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିବ।
୨୦୧୧ରେ ସମ୍ପାଦକମାନେ ସକ୍ରିୟ ହେବାବେଳକୁ ଓଡ଼ିଆ ଉଇକିପିଡ଼ିଆର ପ୍ରସଙ୍ଗମାନ ସେତେ ସମୃଦ୍ଧ ନଥିଲା ।
ସେ ଚିକିତ୍ସା ବିଜ୍ଞାନ [14] ହେଉ କିମ୍ବା ଓଡ଼ିଆ ରାନ୍ଧଣା [15], ଏହା ପରଠୁ ଏହାର ବିଷୟଗୁଡିକ ଅଧିକରୁ ଅଧିକ ବଢ଼ିଚାଲିଲା ।
ବିଷୟସବୁ କିପରି ଇଣ୍ଟରନେଟ ଚଳାନ୍ତି, ପ୍ରକଳ୍ପର ପାଠକ ସଂଖ୍ୟାରେ ଆଶାତୀତ ବୃଦ୍ଧି ଏହାର ଏକ ଦୃଢ଼ ଉଦାହରଣ । କିଛି ବର୍ଷ ପୂର୍ବେ ପାଖାପାଖି ସମସ୍ତଙ୍କୁ ଅଜଣା ଥିବା ଏହି ପ୍ରକଳ୍ପର ମାସିକ ପାଠକ ସଂଖ୍ୟା ଯାହା କେଇ ହଜାର ଯାଏଁ ସୀମିତ ଥିଲା ତାହା କେବଳ ୨୦୧୫ ମାର୍ଚ ମାସରେ [16] ୮,୦୮,୮୩୪ ସଂଖ୍ୟକ ପାଠକଙ୍କ ଦ୍ଵାରା ପଢ଼ାଯାଇଛି।
କିଶୋରାବସ୍ଥାରେ ପାଦ ରଖିବାକୁ ଯାଉଥିବା ଓଡ଼ିଆ ଉଇକିପିଡିଆର ୧୩ଶ ଜନ୍ମଦିନ ପାଳନ କରିବାପାଇଁ ଉଇକିମିଡିଆ ସଂଘ ଜୁନ ୩ ଓଡିଶାର ରାଜଧାନୀ ଭୁବନେଶ୍ଵରରେ ଏକାଠି ହଉଛି।

କାର୍ଯ୍ୟକ୍ରମ ବିବରଣୀ : https://or.wikipedia.org/s/sml [17]

* ଉଇକିପିଡିଆ ଓ ଅନ୍ୟ କିଛି ପୋର୍ଟାଲ ବିଶ୍ୱରେ ଗ୍ରହଣ କରାଯାଇଥିବା ମାନକ କ୍ୟାରେକ୍ଟର ଏନକୋଡିଂ ଇଉନିକୋଡ଼ [4]ର ସମର୍ଥନ ତଥା ପ୍ରଚାର କରିଥାନ୍ତି । ଏହା ସମାନତାର ପ୍ରଚାର କରିବା ସହ ଓ ସୂଚନା କ୍ଷତିକୁ ରୋକିଥାଏ । ଏହା ବିଷୟ ଖୋଜିବା, ପୁନଃବ୍ୟବହାର ଓ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଶ୍ରେଷ୍ଠ ଏନକୋଡିଂ ପଦ୍ଧତି ।