- ଓଡ଼ିଆରେ Global Voices - https://or.globalvoices.org -

ନୂଆ ପ୍ରଯୁକ୍ତି ଓ ଆବିଷ୍କାର ଉପରେ ମୁମ୍ବାଇର ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ମତ

ଶ୍ରେଣୀ: ଦକ୍ଷିଣ ଏସିଆ, ଭାରତ, Ideas, ନାଗରିକ ମିଡିଆ, ଯୁବା, ଶିକ୍ଷା, ସୁଖବର
ଭିଡ଼ିଓର କିଛି ଚିତ୍ରର ଅଂଶ (ଦେଖିବା ପାଇଁ ଫଟୋରେ କ୍ଲିକ କରନ୍ତୁ) [1]

ଭିଡ଼ିଓର କିଛି ଚିତ୍ରର ଅଂଶ (ଦେଖିବା ପାଇଁ ଫଟୋରେ କ୍ଲିକ କରନ୍ତୁ)

ଲେଖକ @sutarcv [2]  ଆତ୍ମା ସହିତ ସମ୍ପର୍କ ସମନ୍ଵୟକାରୀ ଭାବେ କାମ କରନ୍ତି

ଆତ୍ମା [3]ଭାରତର ନିମ୍ନତମ ସୁବିଧାରୁ ବଞ୍ଚିତ ପିଲାମାନଙ୍କୁ ସାହାଯ୍ୟ କରୁଥିବା ପ୍ରକଳ୍ପମାନଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ସ୍ଥାପିତ ଏକ ଅଣଲାଭକାରୀ ଶିକ୍ଷା ସଂସ୍ଥା ।  ନିକଟରେ ଆତ୍ମା ଦ୍ୱ୍ୱାରା ପ୍ରକାଶିତ ଏକ ଭିଡ଼ିଓରେ ଏକ ସ୍ଥାନୀୟ ମହାନଗର ନିଗମ ବିଦ୍ୟାଳୟର ପିଲାମାନେ ଉଦ୍ଭାବନ, ପ୍ରଯୁକ୍ତି, ପରିବେଶ ଓ ଅର୍ଥ ଉପରେ ନିଜର ମତାମତ ଦେଇଛନ୍ତି ।

ଏହି ଭିଡ଼ିଓ ସ୍ଥାନୀୟ ମହାନଗର ବିଦ୍ୟାଳୟରେ ପଢୁଥିବା, ଖରାପ ପରିବେଶରେ ବଢ଼ୁଥିବା ଓ ସ୍ଥଳବିଶେଷରେ ନିଜର ମଦ୍ୟପ ଅଭିଭାବକମାନଙ୍କର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ମସ୍ତିଷ୍କକୁ ପରଖିବାର ଏକ ସୂକ୍ଷ୍ମଦୃଷ୍ଟି ଦେଇଥାଏ ।

ଝିଅଟିଏ ଏମିତି ଏକ ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ ଯାହାଫଳରେ ମଣିଷ ନିଜ ଇଚ୍ଛା ଅନୁସାରେ ଉଡ଼ିପାରିବ। ଆଉଜଣେ ଏମିତି ଏକ ଟଙ୍କାମୁଣି (ଉଆଲେଟ) ଉଦ୍ଭାବନ କରିବାକୁ ଚାହୁଁଛି ଯେଉଁଥିରୁ ପଇସା କେବେ ସରିବ ନାହିଁ । ପ୍ରଯୁକ୍ତି କଥା ପଡ଼ିଲେ ଏହି ମହାନଗର ନିଗମ ବିଦ୍ୟାଳୟର ପିଲାମାନେ ଭାରୀ ଉତ୍ସାହୀ । ସେମାନେ ମେସେଜିଙ୍ଗ ସେବା ହ୍ଵାଟ୍ସଆପ, ଇମେଲ ଓ ଗୁଗଲ ବିଷୟରେ ଜାଣିଛନ୍ତି, କିନ୍ତୁ ସେମାନଙ୍କ କଥାବାର୍ତ୍ତାରୁ ଯାହା ଜଣାଗଲା ଇଣ୍ଟରନେନେଟ ବ୍ୟବହାର ସେମାନଙ୍କପାଇଁ ସୀମିତ ।

ଆତ୍ମା ଫେସବୁକ ପୋଷ୍ଟରେ [4] ଇନିଶ ମର୍ଚ୍ଚାଣ୍ଟ ଭିଡ଼ିଓ ଉପରେ ମନ୍ତବ୍ୟ ଦେଇ କହିଛନ୍ତି:

ମୁଁ ଚାହେଁ, ସରକାରୀ ବିଦ୍ୟାଳୟଗୁଡିକ ସେମାନଙ୍କର ପାଠ୍ୟକ୍ରମର ଅଂଶ ଭାବେ ଆଇଟି ଶିଖାନ୍ତୁ ।

ଏକ କାଳ୍ପନିକ ପ୍ରଶ୍ନର ସବୁଠୁ ଚଟୁଳ ଉତ୍ତର — ସେମାନଙ୍କୁ ଅନେକ ପଇସା ମିଳିଲେ ସେମାନେ କଣ କରିବେ? କେଇ ଜଣ କହିଲେ ଏହାକୁ ନିଜ ଅଭିଭାବକଙ୍କ ପାଇଁ ସଞ୍ଚିବେ ଆଉ ବାକି କିଛି କହିଲେ ଏହାକୁ ଭିନ୍ନକ୍ଷମମାନଙ୍କ ସାହାଯ୍ୟ ନିମନ୍ତେ ଦାନ କରିବେ । ସେମାନଙ୍କ ଭିତରେ ଆହୁରି କିଛି ମଧ୍ୟ କହିଲେ ଯେ ସେମାନେ ନିଜ ପାଇଁ ପ୍ରଥମେ କିଛି ତିଆରି କରିବେ, ତାପରେ ଅନ୍ୟପାଇଁ କିଛି ତିଆରି କରିବେ ।

ମେକ ଏ ଡିଫରେନ୍ସ [5] ଅନାଥ ଓ ଅସହାୟ ପିଲାଙ୍କୁ ସାହାଯ୍ୟ କରୁଥିବା ଏକ ଅଣଲାଭକାରୀ ସଂସ୍ଥା । ଏହାର ଜଣେ କମ୍ୟୁନିକେସନ ବିଶେଷଜ୍ଞ ପ୍ରତୀକ ଇଉ. କେଶରୀ ଲେଖିଲେ [4],

ଏହା ବହୁତ ସୁନ୍ଦର! ଯଦି କେବଳ ବୟସ୍କମାନେ ଏହି ପିଲାର ଆଖି ମାଧ୍ୟମରେ ବିଚାରଗୁଡ଼ିକର ସମ୍ଭାବନାକୁ ଦେଖିପାରନ୍ତେ ।