କିରିଗିଜସ୍ଥାନର ଲିଙ୍ଗଗତ ହିଂସା ଓ ଅସମତା ଅସୁବିଧା କଥା ଜଣାଇବା

gender equality

ଲୋକେ କହନ୍ତି ଯେ ହିଂସା କେବଳ ବାହାରେ, ଅନ୍ଧାର ଗଳିରେ ଘଟେ । କିନ୍ତୁ ଅନେକାଂଶରେ ହିଂସା ଆମେ ନିଶ୍ଚିତ ଓ ଆନନ୍ଦିତ ହେବା ଭଲି ଜାଗାରେ, ଆମେ ଜାଣିଥିବା ଲୋକଙ୍କ ସଙ୍ଗେ ଘଟେ । ଅଧିକାଂଶ ହିଂସ୍ର ଘଟଣା ଆମ କାନ୍ଥ ଭିତରେ ଘଟେ, ଆଉ ବର୍ଷକୁ ବର୍ଷ ଏହା ବଢ଼ିଚାଲିଛି ।

ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ୨୦୧୪ର ହିଂସାର ଅସୁବିଧାକୁ ନେଇ ସମାଜର ବାସ୍ତବ  ଅବସ୍ଥା ଦେଖାଇବା ପାଇଁ ନୂଆ ନୂଆ ବାଟ ଆରମ୍ଭ କଲେ । 

ଯୁବ କର୍ମୀ କ୍ୟାମ୍ପ

ନଭେମ୍ବର ଶେଷ ଆଡ଼କୁ ଲିଙ୍ଗଗତ ସମତା, ଯୌନ ସ୍ୱାସ୍ଥ୍ୟ, ସମାଜର ବିଭିନ୍ନ ବର୍ଗ ମଧ୍ୟରେ ସଂହତି ଏବଂ ମାନବିକ ଅଧିକାର ପାଇଁ ଯୁବାମାନଙ୍କୁ ଭାଗ ନେବା, ଓ ସମାଜକୁ ପ୍ରଭାବିତ କରିବା ଲାଗି ତିଆରି କରିବା ଲକ୍ଷ୍ୟରେ ଆମେ ଏକ ଯୁବ କର୍ମୀ କ୍ୟାମ୍ପ ଆୟୋଜନ କରିଥିଲୁ ।

ଏହି କ୍ୟାମ୍ପ ଗାର୍ଲସ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ଦେଇ ଆୟୋଜିତ ହୋଇଥିଲା ଏବଂ ୨୦୧୪ ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ବିସକେକଠାରେ ଅନୁଷ୍ଠିତ ହୋଇଥିଲା । ଏହ କ୍ୟାମ୍ପରେ କିରିଗିଜସ୍ଥାନରୁ ଦୁଇଟି ଅଞ୍ଚଳରୁ ତେରଜଣ (କିରିଗିଜସ୍ଥାନରେ ମୋଟ ସାତଟି ଅଞ୍ଚଳ) ଅଂଶଗ୍ରହଣ କରିଥିଲେ ।

ଡିସେମ୍ବର ୧ ତାରିଖରେ ସପ୍ତାହରେ ଆମେ “ବିଶ୍ୱ ଏଡ଼ସ ଦିବସ” ଆୟୋଜନ କରିଥିଲୁ । କାରଣ ଏ ସଭିଙ୍କ ଗୋଚର ହେବା ଭଳି ଅସୁବିଧାଟିଏ ।
World AIDs day

ଏହା ଅତି ଜରୁରୀ କାରଣ ଏଚଆଇଭି/ଏଡ଼ସ ଲିଙ୍ଗଗତ ଭେଦଭାବର ଏକ ବଡ଼ କାରଣ, ଆଉ ଲୋକେ ଏଚଆଇଭି-ପଜିଟିଭ ପୀଡ଼ିତ ଲୋକଙ୍କୁ ଆପଣେଇବା ଶିଖିବା ଉଚିତ ।

World AIDs day

କ୍ୟାମ୍ପ କଲାବେଳେ ଆମେ HeForShe ଆନ୍ଦୋଳନ ଲିଙ୍ଗଗତ ହିଂସା ଓ ଅସମତାକୁ ଭିତ୍ତି କରି ଘଟୁଥିବା ହିଂସା ଯେ ଘଟୁଛି ଆଉ ତାକୁ ପରେ ନୁହେଁ ଏବେ ହିଁ ରୋକିବା ବାବଦରେ ଜଣାଇବା ପାଇଁ ପ୍ରଚାର କରିବାକୁ ସିଦ୍ଧାନ୍ତ ନେଇଥିଲୁ ।

gender equality

gender eguality

gender equality

gender equality

ସମସ୍ତ ଆନ୍ଦୋଳନାତ୍ମକ କାମରେ ଏ ଏକ ବଡ଼ ଅସୁବିଧା ହୋଇଥିବାରୁ ଆଗରୁ ଆମେ ନିରାପତ୍ତା ଓ ସୁରକ୍ଷା ବାବଦରେ ଅସୁବିଧା କଥା ଉଠାଇ ଥିଲୁ । ଆମ ସକ୍ରିୟତା କାମଟି ଏକ ଡିଜିଟାଲ ଭିତ୍ତିଭୂମିରେ ରହି କିରିଗିଜସ୍ଥାନର ଝିଅମାନଙ୍କ କାହାଣୀ ପ୍ରଚାର କରୁଥିବାରୁ ଏହି ଅସୁବିଧା ଆମ ପାଇଁ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ।

ନଭେମ୍ବର ଆରମ୍ଭରେ ଜଣେ ତଥ୍ୟ ନିରାପତ୍ତା ବିଶେଷଜ୍ଞ ଏକ କର୍ମଶାଳା ଆୟୋଜନ କରିଥିଲେ । ସେଥିରେ ପାଇଥିବା କିଛି ଉପଦେଶ ଆମେ ଆଗାମୀ ସଂଖ୍ୟାରେ ଜଣାଇବୁ ।

ଫଟୋଟି ଡାରିଆ କାସମାମିଟୋଭାଙ୍କ ଦେଇ ଉତ୍ତୋଳିତ

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.