ସାଉଦି ମୌଲବୀଙ୍କ ମତରେ ପୃଥିବୀ ସ୍ଥିର!

Amira Al Hussaini
Sadananda Mohapatra

Humor

ସାଉଦି ଆରବର ରକ୍ଷଣଶୀଳ ମୌଲବୀ ଶେଖ ବନ୍ଦର ଅଲ-ଖାଇବରୀ ଙ୍କ ମତରେ ଏକଥା କେବେବି ସମ୍ଭବ ନୁହେଁ ଯେ ପୃଥିବୀ ନିଜ ଚାରିପଟେ ଘୁରିବୁଲେ । ଏ ବିଷୟରେ ତାଙ୍କ ମତ ଏକ ଭିଡିଓରେ ପ୍ରସାରିତ ହେଇଛି, ଯେଉଥିରେ ସେ ବୁଝୋଇଛନ୍ତି ଯଦି ପୃଥିବୀ ଘୂର୍ଣ୍ଣନଶୀଳ, ତେବେ ଜଣେ ସାଉଦିରୁ କେବେ ବି ବିମାନରେ ଚୀନ ଯାତ୍ରା କରିପାରିବ ନାହିଁ ।

ସାଉଦି ଆରବର ରକ୍ଷଣଶୀଳ ମୌଲବୀ ଶେଖ ବନ୍ଦର ଅଲ-ଖାଇବରୀଙ୍କ ମତରେ ଏକଥା କେବେବି ସମ୍ଭବ ନୁହେଁ ଯେ ପୃଥିବୀ ନିଜ ଚାରିପଟେ ଘୂରିବୁଲେ । ସୋସିଅଲ ମିଡିଆରେ ଏହାର ବ୍ୟାପକ ଚର୍ଚ୍ଚା ପରେ ସାଉଦି ସରକାରଙ୍କ ଦ୍ଵାରା ପରିଚାଳିତ ଅଲ ଆରବୀ ଟିଭି ଏହି ଖବର ପ୍ରସାରଣ କରିଥିଲା। ଫଟୋ: ଅଲ ଆରବିଆ ଟିଭିର ଖବର ପ୍ରସାରଣର ଚିତ୍ର
ଜଣେ ମୁସଲମାନ ହିସାବରେ ଆମର ମଧ୍ୟ ବିଚାର କରିବା ଶକ୍ତି ଅଛି। ପ୍ରଥମ କଥା ଆମେ କେଉଁଠି ଅଛେ ? ଯଦି ଆମେ ଶାରଜା ଏୟାରପୋର୍ଟରୁ ବିମାନ ଯୋଗେ ଚୀନ ଏୟାରପୋର୍ଟ ଯିବା.. ବୁଝିଲେ? ମୁଁ ଚାହୁଁଛି ଆପଣ ମାନେ ମୋ କଥାକୁ ଧ୍ୟାନର ସହିତ ଶୁଣନ୍ତୁ । ଏ ହେଉଛି ପୃଥିବୀ (ଗୋଟେ ବସ୍ତୁକୁ ହାତରେ ଧରି) , ଯଦି ତୁମ କହିବା ଅନୁସାରେ ଏହା ଘୁରୁଥାଏ , ଆଉ ଯଦି ଆମେ ଶାରଜା ଏୟାରପୋର୍ଟରୁ ଚୀନ ଯିବା, ଏବଂ ପୃଥିବୀ ଘୂରୁଥିବ, ହେଲା? ତାହେଲେ ଯଦି ବିମାନଟି ଆକାଶରେ ସ୍ଥିର ହୋଇ ରହିଯାଏ , ଚୀନ ଆସିବ ନା ଆସିବନାହିଁ? ଯଦି ପୃଥିବୀ ପ୍ରକୃତରେ ଘୁରୁଥାଏ, ଆଉ ତୁମେ ବିମାନରେ ଯାତ୍ରା କରୁଥାଅ, ତେବେ ତୁମେ କୌଣସି ମତେ ଚୀନ ପହଞ୍ଚି ପାରିବ ନାହିଁ, କାରଣ ଚୀନ ଆଉ ଆପଣ ନିଜେ ଗତିଶୀଳ। ତାହେଲେ ଜଣେ କେମିତି ଚୀନ ପହଞ୍ଚିବ ?

ସୋସିଅଲ ମିଡିଆରେ ଏହାର ବ୍ୟାପକ ଚର୍ଚ୍ଚା ପରେ ସାଉଦି ସରକାରଙ୍କ ଦ୍ଵାରା ପରିଚାଳିତ ଅଲ ଆରବିଆ ଟିଭି ଏହି ଖବର ପ୍ରସାରିତ କରିଥିଲା ଓ ସେହି ଭିଡିଓର ଇଂରାଜୀ ଅନୁବାଦ ମଧ୍ୟ କରିଥିଲା। ଏଠାରେ (ଇଂରାଜୀ ଅନୁବାଦ ଦେଖନ୍ତୁ)।

ପୃଥିବୀ ନିଜ ଚାରିପଟେ ଘୂରେ ନା ସୂର୍ଯ୍ୟ ଚାରିପଟେ ଘୁରେ ଏ ବାବଦରେ ଟ୍ଵିଟରରେ ସାଉଦିମାନେ ପରସ୍ପର ଭିତରେ #داعية_ينفي_دوران_الأرض  ହ୍ଯାସ ଟାଗ (ଅର୍ଥାତ ପୃଥିବୀ ଘୂରେ ବୋଲି ମୌଲବୀ ମାନନ୍ତି ନାହିଁ) ବ୍ୟବହାର କରି ଯୁକ୍ତିତର୍କ କରିଥିଲେ। ।

ତେବେ ଏହି ବିତର୍କ ଆହୁରି ଆଗକୁ ବଢ଼ିଲା ଯେବେ ଅନ୍ୟ ଲୋକମାନେ ଯୋଗଦେଇ ସୂର୍ଯ୍ୟ ପୃଥିବୀ ଚାରିପଟେ ଘୂରେ ବୋଲି କହିବା ଆରମ୍ଭ କଲେ।

ସାଉଦି ଆରବର ନୟଫିକ ଟ୍ଵିଟରରେ ଏହି ପୁରୁଣା ଫତୁଆୱାକୁ ଉଦ୍ଧୃତ କରିଛନ୍ତି, ଯେଉଥିରେ କୁହାଯାଇଛି ଯେ ପୃଥିବୀ ସ୍ଥିର ଓ ସୂର୍ଯ୍ୟ ଏହା ଚାରିପଟେ ଘୂରେ। ଏଇ ଟ୍ଵିଟରକୁ ବର୍ତ୍ତମାନ ସୁଦ୍ଧା ୫୦୦ ରୁ ଅଧିକ ଲୋକ ନିଜ ନିଜ ପ୍ରୋଫାଇଲ ରେ ଶେୟାର କରି ସାରିଛନ୍ତି।

— NAiFco (@naifco) February 15, 2015

ଏହି ଫତୁଆ (ଯାହାକି ସାଉଦି ଆରବ ର ଫତୁଆ ସ୍ଥାୟୀ ସାଧାରଣ ସଚିବାଳୟ ଦ୍ଵାରା ଜଣେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ହିସାବରେ ଜାରି କରାଯାଇଛି) ମତରେ ସୂର୍ଯ୍ୟ ପୃଥିବୀ ଚାରିପଟେ ଘୂରିଥାଏ, ପୃଥିବୀ ସୂର୍ଯ୍ୟ ଚାରିପଟେ ନୁହେଁ।
ପ୍ରଶ୍ନ ୩ : ଏକ ବିଜ୍ଞାନ କ୍ଳାସ ରେ ମୁଁ ପଢ଼ାଉଛି : ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବୁଲେ, କିନ୍ତୁ ଯେହେତୁ ମୁଁ ଶେଖ ଅବୁ ବକର ଅଲ ଜାଜେରୀଙ୍କ ଠାରୁ ଶୁଣିଛି ପ୍ରକୃତରେ ସୂର୍ଯ୍ୟ ହିଁ ପୃଥିବୀ ଚାରିପଟେ ଘୂରିବୁଲେ ଆଉ ଯେଉଁମାନେ ଏହାର ବିପରୀତ ପାଠ ପଢ଼ାଉଛନ୍ତି ସେମାନେ ଆଲ୍ଲାଙ୍କୁ ଡରିବା କଥା। ଏ ପ୍ରକାର ଶିକ୍ଷା ଲୋକଙ୍କ ଆସ୍ଥା ବିରୁଦ୍ଧରେ ଏବଂ ଏହା ଲୋକ ଙ୍କୁ ନାସ୍ତିକ କରିଦେଇଥାଏ। ମୁଁ ଛାତ୍ର ମାନଙ୍କୁ ବିଜ୍ଞାନ ପଢ଼ାଇସାରିବା ପରେ ଏକଥା ବୁଝେଇଥିଲି । ମୁଁ ଠିକ କଲି ନାଁ ଭୁଲ କଲି । ଦୟାକରି ଉତ୍ତର ଦେବେ, ଆଲ୍ଲା ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତୁ।
ଉତ୍ତର ୩ : ଯାହା ଅବୁ ବକର କହିଛନ୍ତି ତାହା ହି ଠିକ। ପୃଥିବୀ ସ୍ଥିର ଓ ସୂର୍ଯ୍ୟ ଏହା ଚାରିପଟେ ଘୂରିବୁଲେ।

ଉପରୋକ୍ତ ଫତୁଆ କୁ ନିଜ ପ୍ରୋଫାଇଲ ରେ ଛାଡିବା ପରେ ଏହି ବ୍ୟକ୍ତି ଅନେକ ଲୋକଙ୍କ ରୋଷର ଶିକାର ହେଇଛନ୍ତି ନିଜ ଧର୍ମକୁ ନେଇ ଥଟ୍ଟା କରିବା ପାଇଁ।

ଏହାକୁ ନେଇ ସାଉଦି ଆରବ ରାଜଧାନୀ ରିୟାଦ ରେ ବାସକରୁଥିବା ମୁସଫର ବେନ ଅଲି ତାଙ୍କର ୮୫୦୦ ଅନୁଗାମୀ ଙ୍କୁ ଟ୍ଵିଟର ରେ କହିଛନ୍ତି :

ଆପଣ ମାନଙ୍କ ସୂଚନା ପାଇଁ, ଶାରିଆ ନିୟମ ଦ୍ଵାରା ପରିଚାଳିତ ସାଉଦି ଆରବର ମତ ହେଲା ପୃଥିବୀ ନିଜ ଚାରିପଟେ ଘୁରେ ନାହି। ଏହି ବ୍ୟକ୍ତି ସେହି କଥା କହୁଛନ୍ତି ଯାହା ତାଙ୍କୁ ଶିଖା ଯାଇଛି।

ଏସବୁ ସତ୍ତ୍ୱେ ଅକ୍ରମ ବାଦୀଦ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଟ୍ଵିଟର ରେ ଏତେ ସଂଖ୍ୟା ରେ ଲୋକ ମାନେ ସେହି ମୌଲବୀ ଙ୍କୁ ସମର୍ଥନ କରିଛନ୍ତି।

“ଆଶ୍ଚର୍ଯ୍ୟର କଥା ହଉଛି ଏମିତି ବି କିଛି ଲୋକ ଅଛନ୍ତି ଯୋଉମାନେ ମୌଲବୀ ଙ୍କ ପୃଥିବୀ ଘୁରେ ନାହିଁ ବକ୍ତବ୍ୟ କୁ ସମର୍ଥନ କରିଛନ୍ତି। ଜଣେ କି ଦୁଇ ଜଣ ନୁହେଁ, ….ବହୁତ ଜଣ”

ଏବଂ ଶେଷରେ ଦୁବାଇ ରୁ ହାଜା ଅଲ ମାରୀ ତାଙ୍କର ୧୨୦୦ ଟ୍ଵିଟର ବନ୍ଧୁଙ୍କୁ ଲେଖିଛନ୍ତି:

“ପୁଥିବୀ ସ୍ଥିର ଓ ସୂର୍ଯ୍ୟ ଚାରିପଟେ ଘୁରେ ନାହିଁ, ଏବଂ ଯେ ଏହା ଭିନ୍ନ ଅଲଗା କଥା କହେ ସେ ଜଣେ ତର୍କବାଦୀ ମଣିଷ, ଯାହାକୁ କେହି ପଚାରନ୍ତି ନାହିଁ।””!!

ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଗାଲିଲିଙ୍କୁ “ସ୍ଥିର ସୂର୍ଯ୍ୟ ଚାରିପଟେ ଗତିଶୀଳ ଗ୍ରହ” ମତବାଦ ପୋଷଣ କରି ୧୬୪୨ ଯାଏ ନିଜ ଜୀବନର ଶେଷ ନଅ ବର୍ଷ ଯାକ ସ୍ଥିର ସୂର୍ଯ୍ୟ ଚାରିପଟେ “ହେଲିଓସେଣ୍ଟ୍ରିଜିମ” ପୃଥିବୀ ତଥା ଅନ୍ୟ ଗ୍ରହମାନ ଘୂରୁଥିବା କଥା କହି ଶେଷରେ ଜୀବନ ହାରିବାକୁ ପଡ଼ିଥିଲା ।