- ଓଡ଼ିଆରେ Global Voices - https://or.globalvoices.org -

ହାତୀଙ୍କ ଆକ୍ରମଣରୁ ରକ୍ଷା କରିବ ଭାରତୀୟ ବୈଜ୍ଞାନିକଙ୍କ ପ୍ରଯୁକ୍ତି ବିଦ୍ୟା

ଶ୍ରେଣୀ: ଦକ୍ଷିଣ ଏସିଆ, ଭାରତ, Ideas, ଉନ୍ନତିକରଣ, ଟେକନୋଲୋଜି, ନାଗରିକ ମିଡିଆ, ପରିବେଶ
ଦିମାପୁରରେ ହାତୀମାନେ ରହିବା ଘରସବୁ ଭାଙ୍ଗିଦେଇଛନ୍ତି। କାଇଶି ମାଓଙ୍କ ଛବି। ସ୍ଵତ୍ଵାଧିକାର: Demotix (୨୧/୬/୨୦୧୨) [1]

ଦିମାପୁରରେ ହାତୀମାନେ ରହିବା ଘରସବୁ ଭାଙ୍ଗିଦେଇଛନ୍ତି। କାଇଶି ମାଓଙ୍କ ଦେଇ ଉତ୍ତୋଳିତ ଫଟୋ । କପିରାଇଟ: Demotix (୨୧/୬/୨୦୧୨)

ପ୍ରତିବର୍ଷ ଭାରତରେ [2]ବଣୁଆ ହାତୀ ଆକ୍ରମଣରେ [2] ବହୁ ଲୋକ ପ୍ରାଣ ହରାଉଛନ୍ତି । ପ୍ରକୃତି ସଂରକ୍ଷଣ ପ୍ରତିଷ୍ଠାନ ( ଏନଏଫସି [3]) ବୈଜ୍ଞାନିକ ଆନନ୍ଦ କୁମାର ଓ ଗବେଷକ ଗଣେଶ ରଘୁନନ୍ଦନ ତାମିଲନାଡୁର ବାଲାପରାଇରେ ହାତୀ ଆଉ ମଣିଷମାନଙ୍କ ମଧ୍ୟରେ ହଉଥିବା ସଂଘର୍ଷରୁ [4] ବଞ୍ଚିବାପାଇଁ ଏକ ନୂଆ ପଦ୍ଧତି ବାହାର କରିଛନ୍ତି।

ହାତୀମାନେ କେଉଁ ଦିଗକୁ ଯାଉଛନ୍ତି ତାହା ଜାଣିବା ପାଇଁ ସେମାନେ ଏକ ଏଲେଫାଣ୍ଟ ଇନଫରମେସନ ନେଟୱର୍କ ତିଆରି କରିଛନ୍ତି। ଏଥିପାଇଁ ସ୍ଥାନୀୟ କେବୁଲ ଟିଭି ଓ ମୋବାଇଲ ଫୋନର ବ୍ୟବହାର କରାଯାଇଥାଏ। ବାଲାପରାଇର ଏକ ଛୋଟ ଦଳ ଦିନରେ ହାତୀମାନଙ୍କ ସ୍ଥିତି ବିଷୟରେ ଜାଣିଲାପରେ ସ୍ଥାନୀୟ ଟିଭି ଚାନେଲକୁ ଜଣାଇଥାନ୍ତି।

ଏହି ସମ୍ପର୍କିତ ତଥ୍ୟ ସ୍ଥାନୀୟ କେବୁଲ ଚାନେଲମାନଙ୍କରେ ନିତି ଅପରାହ୍‌ଣ ୪ଟା ବେଳେ ସ୍କ୍ରୋଲିଙ୍ଗ ସମାଚାର ମାଧ୍ୟମରେ [4] ଦିଆଯାଇଥାଏ। ଏହା ବ୍ୟତୀତ ଆଗରୁ ଚେତାବନୀ ଦେବାପାଇଁ ମଧ୍ୟ ଅନେକ ବ୍ୟବସ୍ଥା [5] ରହିଛି। ପ୍ରତିଷ୍ଠାନ ପାଖରେ ଅଢ଼େଇ ହଜାର ସ୍ଥାନୀୟ ନାଗରିକଙ୍କ ଡାଟାବେସ ରହିଛି। ହାତୀମାନଙ୍କ ଗତିପଥର ୨ କିଲୋମିଟର ଦୂରତା ଭିତରେ ରହିଥିବା ଲୋକଙ୍କୁ  ଏସଏମଏସ [6] ପଠାଇ ଦିଆଯାଇଥାଏ। ପ୍ରତିଷ୍ଠାନ ୨୨ଟି ଜାଗାରେ ହାତୀଙ୍କଠାରୁ ବଞ୍ଚିବାପାଇଁ ନାଲି ଏଲଇଡ଼ି ଲାଇଟ ଲଗାଇଛି। ଏକ ବିଶେଷ ସଂଖ୍ୟାକୁ କଲ କରାଗଲେ ଲାଇଟସବୁ ଜଳିଥାଏ।

ବ୍ଲଗର ଡେପୋଣ୍ଟି [7] କହନ୍ତି:

ଅସ୍ତିତ୍ଵ ଓ ସଂଘର୍ଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ।

ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରବଣକୁମାର ବାଲାପରାଇ ପଠାରେ ସ୍ଥାନୀୟ ସ୍ତରରେ ବ୍ୟବହାର କରାଯାଉଥିବା ସହଜ ପ୍ରୟୋଗସବୁ ଏକ ଭିଡ଼ିଓ ସନ୍ଦେଶ ମାଧ୍ୟମରେ ଦର୍ଶାଇଛନ୍ତି [8]:

ବରୁଣ ଅଲଗାର [9], ଏହି ୟୁଟ୍ୟୁବ ଭିଡ଼ିଓ ଉପରେ ଟିପ୍ପଣୀ ଦେଇ କହିଛନ୍ତି:

ଏଠାରେ ନିଶ୍ଚିତ ଭାବେ କିଛି ଲୋକଙ୍କୁ ପ୍ରେରଣା ମିଳିଥିବ। ଏହି ଭଳି ଉପାୟ ସବୁ ସଂଘର୍ଷ ଥିବା ଜାଗାରେ ସ୍ଵାଗତଯୋଗ୍ୟ। ଏହି ଭଳି ଭଲକାମ କରିଚାଲନ୍ତୁ। ଆଶା, ଏହି ଯାତ୍ରାରେ କିଛି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ଅସ୍ଥିତ୍ଵର ଭାବନା ମଧ୍ୟ ରହିବ।