- ଓଡ଼ିଆରେ Global Voices - https://or.globalvoices.org -

ପେସମରଗା ଯୋଦ୍ଧା ନାରୀ ନିଜ ପିଲାକୁ ସ୍ତନ୍ୟପାନ କରାଉଥିବାର ଫଟୋର ବ୍ୟାପକ ଖ୍ୟାତିରେ କୁରଦିସ ମିଡ଼ିଆ ବନ୍ଦୀ

ଶ୍ରେଣୀ: ମଧ୍ୟ ପୂର୍ବ ଓ ଉତ୍ତର ଆଫ୍ରିକା, ଇରାକ, ସିରିଆ, ନାଗରିକ ମିଡିଆ, ମହିଳା ଓ ଲିଙ୍ଗ, ଯୁଦ୍ଧ ଓ ଦ୍ୱନ୍ଦ
[1]

Shared widely online. Photograph by Veronique de Viguerie, September 6, 2014. Veroniquedeviguerie.com.

କୁରଦିସ ମିଡ଼ିଆ ଅନୁଷ୍ଠାନଗଣ ଜଣେ ପେସମେରଗା ମହିଳାଙ୍କ ଫଟୋ ବାବଦୀୟ ଆଲୋଚନାରେ ବାବଦୂକ ସାଜିଛନ୍ତି । ମହିଳାଜଣକ ଏକ ସ୍ୱଂୟଚାଳିତ ବନ୍ଧୁକ ପାଖରେ ଥୋଇ ନିଜ ପିଲାଟିକୁ କ୍ଷୀର ପିଆଉଛନ୍ତି । ଫଟୋଟି ସୋସିଆଲ ନେଟୱାର୍କିଙ୍ଗ ସାଇଟମାନଙ୍କରେ ବହୁବାର ପ୍ରକାଶିତ ହୋଇ କୁରଦିସ ମହିଳାମାନଙ୍କ ଶକ୍ତି ଓ ISIS ବିରୁଦ୍ଧରେ ନାରୀ ଆନ୍ଦୋଳନକୁ ବହୁଗୁଣିତ କରିଛି ।

ବିଭିନ୍ନ ପାଶ୍ଚାତ୍ୟ ଦେଶମାନଙ୍କରେ ସ୍ତନ୍ୟପାନକୁ ନୀଚ ଦେଖାଉଥିବା (ନିକଟରେ ଇଉକେରେ [2]) ବେଳେ କୁରଦିସ ମିଡ଼ିଆ ଏକକାଳୀନ “ଯୋଦ୍ଧା” ଓ “ପାଳକ” ଭୂମିକା ନିଭାଉଥିବା ଏହି ପେସମରଗା ମହିଳାଙ୍କ ସ୍ତନ୍ୟପାନକୁ ଭୁରି ଭୁରି ପ୍ରଶଂସା କରିଛି ।

କୁରଦିସ ଇଣ୍ଟରନେଟ ବ୍ୟବହାରୀମାନେ ମଧ୍ୟ ପରିଚୟ ଜଣା ନଥିବା ଏହି ପେସମରଗା ନାରୀଙ୍କୁ ପ୍ରଶଂସା କରିଛନ୍ତି । ଏରବିଲରୁ କେମଲ ତାହେର [3] ମତ ଦେଇଛନ୍ତି, “କୁରଦିସ୍ଥାନର ଏହି ସିଂହୀଙ୍କ ବାବଦରେ ମୁଁ କଣ କହିବି ଜାଣେନା, ତାଙ୍କୁ ଯୁଦ୍ଧଭୂମିରେ ସଫଳତା କାମନା କରୁଛି, ଭଗବାନ ଆପଣ ସଭିଙ୍କୁ ରକ୍ଷାକରନ୍ତୁ” । ସୁଲେମାନିଆରୁ  ସକର ନିଡ଼ି [3] କହିଛନ୍ତି, “ଆମ ପାଇଁ ଏ ଏକ ଗର୍ବ କରିବା ଭଳି ଉଦାହରଣ” ।

ଇଣ୍ଟରନେଟ ବ୍ୟବହାରୀଗଣ ଫଟୋଗ୍ରାଫର ଭେରୋନିକ ଡି ଭିଗୁଏରିଙ୍କ ଉଠା ଫଟୋ ବିନା ଶ୍ରେୟରେ ବ୍ୟାପକ ଭାବେ ବିତରଣ କରିଛନ୍ତି । ଗୁଗଲର ରିଭର୍ସ ଇମେଜ ସର୍ଚ ବ୍ୟବହାର କରି ଗ୍ଲୋବାଲ ଭଏସେସ ଫଟି ଟୋ ଡି ଭିଗୁଏରିଙ୍କ ଉଠା ଫଟୋ ବୋଲି ଜାଣିବାକୁ ପାଇଲା । (କେଭିନ ରଥରକଙ୍କ ଦେଇ ଦ୍ରଷ୍ଟବ୍ୟଟି ଯୋଡ଼ାଯାଇଛି)