କୁରଦିସ ମିଡ଼ିଆ ଅନୁଷ୍ଠାନଗଣ ଜଣେ ପେସମେରଗା ମହିଳାଙ୍କ ଫଟୋ ବାବଦୀୟ ଆଲୋଚନାରେ ବାବଦୂକ ସାଜିଛନ୍ତି । ମହିଳାଜଣକ ଏକ ସ୍ୱଂୟଚାଳିତ ବନ୍ଧୁକ ପାଖରେ ଥୋଇ ନିଜ ପିଲାଟିକୁ କ୍ଷୀର ପିଆଉଛନ୍ତି । ଫଟୋଟି ସୋସିଆଲ ନେଟୱାର୍କିଙ୍ଗ ସାଇଟମାନଙ୍କରେ ବହୁବାର ପ୍ରକାଶିତ ହୋଇ କୁରଦିସ ମହିଳାମାନଙ୍କ ଶକ୍ତି ଓ ISIS ବିରୁଦ୍ଧରେ ନାରୀ ଆନ୍ଦୋଳନକୁ ବହୁଗୁଣିତ କରିଛି ।
ବିଭିନ୍ନ ପାଶ୍ଚାତ୍ୟ ଦେଶମାନଙ୍କରେ ସ୍ତନ୍ୟପାନକୁ ନୀଚ ଦେଖାଉଥିବା (ନିକଟରେ ଇଉକେରେ) ବେଳେ କୁରଦିସ ମିଡ଼ିଆ ଏକକାଳୀନ “ଯୋଦ୍ଧା” ଓ “ପାଳକ” ଭୂମିକା ନିଭାଉଥିବା ଏହି ପେସମରଗା ମହିଳାଙ୍କ ସ୍ତନ୍ୟପାନକୁ ଭୁରି ଭୁରି ପ୍ରଶଂସା କରିଛି ।
କୁରଦିସ ଇଣ୍ଟରନେଟ ବ୍ୟବହାରୀମାନେ ମଧ୍ୟ ପରିଚୟ ଜଣା ନଥିବା ଏହି ପେସମରଗା ନାରୀଙ୍କୁ ପ୍ରଶଂସା କରିଛନ୍ତି । ଏରବିଲରୁ କେମଲ ତାହେର ମତ ଦେଇଛନ୍ତି, “କୁରଦିସ୍ଥାନର ଏହି ସିଂହୀଙ୍କ ବାବଦରେ ମୁଁ କଣ କହିବି ଜାଣେନା, ତାଙ୍କୁ ଯୁଦ୍ଧଭୂମିରେ ସଫଳତା କାମନା କରୁଛି, ଭଗବାନ ଆପଣ ସଭିଙ୍କୁ ରକ୍ଷାକରନ୍ତୁ” । ସୁଲେମାନିଆରୁ ସକର ନିଡ଼ି କହିଛନ୍ତି, “ଆମ ପାଇଁ ଏ ଏକ ଗର୍ବ କରିବା ଭଳି ଉଦାହରଣ” ।