ବଙ୍ଗଳାଦେଶରେ ଅଧମିଲିଅନ ଲୋକଙ୍କ ପାଇଁ ଇଣ୍ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ

Screenshot of Google Bus from the Intro Video on YouTube

ଇଉଟିଉବରେ ଥିବା ଏକ ଇଣ୍ଟ୍ରୋ ଭିଡ଼ିଓର ସ୍କ୍ରିନସଟ (ଭିଡ଼ିଓଟି ଦେଖିବା ପାଇଁ କ୍ଲିକ କରନ୍ତୁ)

ଇଣ୍ଟରନେଟରୁ ଅଧିକ ଉପଯୋଗୀ କରିବା ନିମନ୍ତେ ବଙ୍ଗଳାଦେଶର ପାଖାପାଖି ଅଧ ମିଲିଅନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଟେକ ଜାଏଣ୍ଟ ଗୁଗୁଲର ଏକ ଦଳ  ବସଟି ଚଳାଉଛନ୍ତି । ଏକ ବିଶେଷ ସୁବିଧାଯୁକ୍ତ ଏହି ଗୁଗୁଲ ବସ 3G ମୋବାଇଲ ଇଣ୍ଟରନେଟ ଚାଳିତ ଓ ଦକ୍ଷିଣ ଏସିଆର ୩୫ଟି ଅଞ୍ଚଳରେ ଥିବା ୫୦୦ଟି କ୍ୟାମ୍ପସ ଯିବ ।

ବଙ୍ଗଳାଦେଶର ଅଧିକରୁ ଅଧିକ ଲୋକ ଅନଲାଇନ ଆସିବାରେ ଲାଗିଛନ୍ତି, ଏଥି ଲାଗି ମୋବାଇଲ ଇଣ୍ଟରନେଟକୁ ସାଧୁବାଦ ଦେବା କଥା । ୨୦୧୨ରେ ଥିବା ୫ ଶତକଡ଼ାରୁ ରୁ ଗତ ଦୁଇ ବର୍ଷ ଭିତରେ ଇଣ୍ଟରନେଟ ୨୦ ଶତକଡ଼ା  ଲୋକଙ୍କ ପାଖରେ ପହଞ୍ଚି ପାରିଛି । ଏ ସଭିଏଁ ନୂଆ ବ୍ୟବହାରୀ ଓ ବିଶେଷ କରି ଇଣ୍ଟରନେଟର ଓ ନୂଆ ମିଡ଼ିଆର ମହତ୍ୱ ବାବଦରେ ଜାଣି ନଥିବା ଯୁବବର୍ଗର ।

ଛାତ୍ରମାନଙ୍କୁ ଇଣ୍ଟରନେଟ ସହ ଯୋଡ଼ିବା ସହ ସେମାନଙ୍କ ଶିକ୍ଷା ଓ ବିକାଶ ସକାଶେ ନୂଆ ଟୁଲ ବାବଦରେ ଜାଣିବା ଏବଂ ତାଲିମଦାତାଙ୍କ ଦ୍ୱାରା ଶିକ୍ଷଣଶାଳା ଦେବାର ପ୍ରକ୍ରିୟା ବଦଳାଇବା ପାଇଁ ଗୁଗୁଲ ବସ ଉଦ୍ୟମ କରୁଛି । ଏହି ପ୍ରକଳ୍ପରେ ଜଡ଼ିତ ଛାତ୍ରମାନେ ଇଣ୍ଟରନେଟ ଥିବା ଆଣ୍ଡ୍ରଏଡ଼ ଡିଭାଇସ ବ୍ୟବହାର କରିବାର ସୁଯୋଗ ଲଭିବେ ।

ବସଟି ଏଯାବତ ଢାକାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଯାଇସାରିଲାଣି । ଆସନ୍ତା ମାସମାନଙ୍କରେ ଏହା ଚିଟାଗଙ୍ଗ, ଖୁଲଣା, ସିଲହଟ, ରାଜସାହି, ରଙ୍ଗପୁର, ବରିସଳ ଏବଂ ଆହୁରି ଅନେକ ସହରର ଶିକ୍ଷାନୁଷ୍ଠାନମାନଙ୍କୁ ଯିବ ।

ନେଟ-ବ୍ୟବହାରୀଗଣ ଗୁଗଲର ଏହି ଅଭିଯାନରେ ନିଜ ଉତ୍କଣ୍ଠା ପ୍ରକାଶିଛନ୍ତି:

କଲେଜ ଛାତ୍ରଙ୍କୁ ପଢ଼ାଇବା ନିମନ୍ତେ ଗୁଗୁଲ ବଙ୍ଗଳାଦେଶ ସାରା ଗାଡ଼ି ଚଳାଇଛି ।

— କାଦିର ଆରିଫ

ଗୁଗୁଲ ବସ ବଙ୍ଗଳାଦେଶରେ ନିଜର ଯାତ୍ରାରମ୍ଭ କଲା ।

— ନୁରୁନାବି ହାସିବ

ଗୁଗୁଲ ବଙ୍ଗଳାଦେଶର ICTରେ ମଧ୍ୟ ବାଜି ଲଗାଇଲାଣି । ତମଙ୍କୁ ପାଛୋଟା ଗୁଗୁଲ! 🙂

— ହାମିଦୁଲ ହକ

ବହୁ ଛାତ୍ର ଗୁଗୁଲ ପ୍ଲସ କମୁମିଟି ପୃଷ୍ଠାରେରେ ନିଜ ଅନୁଭୂତି ଜଣାଇଛନ୍ତି । ଆଡାମଜି କାଣ୍ଟନମେଣ୍ଟ କଲେଜର ମୁରାଦ ହୋସେନ ଲେଖିଛନ୍ତି:

The Google bus team came to our #ACC college Campus..It's just great 🙂 Though it's new to me but feeling excited. Hope in Bangladesh it will spread soon and gain popularity…

ଆମ ଏସିସି କଲେଜକୁ ଗୁଗୁଲ ବସ ଆସିବା ସତରେ ଆନନ୍ଦର ବିଷୟ । ମୋ ପାଇଁ ନୂଆ ହେଲେ ବି ମନ ଉଲୁସି ଉଠୁଛି । ବଙ୍ଗଳାଦେଶରେ ଏହା ଅଧିକ ଆଗେଇ ଜଣାଶୁଣା ହେବ ବୋଲି ଆଶା…

ଅର୍ପିତା ଅହମଦ (ବୃଷ୍ଟି) ଲେଖନ୍ତି:

Hi, I'm bristy from tejgaon college. I like Google Bus. It is very essential for our daily life. So I like it very much.

ମୁଁ ତେଜଗାଓଁ କଲେଜରେ ପଢ଼ୁଥିବା ବୃଷ୍ଟି । ଗୁଗୁଲ ବସ ସତରେ ବଢ଼ିଆ । ଏଇଟି ଆମ ନିତିଦିନିଆ ଜୀବନ ଲାଗି ଦରକାରୀ । ମୋର ଖୁବ ପସନ୍ଦ ।

ବଙ୍ଗଲାଦେଶୀ ବ୍ଲଗ ଝାଲମୁରିରେ, ଅହମଦ ରାବିବ ତଉସିଫ ଗୁଗୁଲ ବସର ଉପ୍ୟୋଗୀତା ବଖାଣିଛନ୍ତି:

Google as we all know by their search engine is a multinational company with a mission to organize the world’s information and make it universally accessible and useful. With the Google Bus Bangladesh initiative it would not only benefit the youth from today, but benefit the whole country tomorrow.

ସେମାନଙ୍କ ସର୍ଚ ଇଞ୍ଜିନରୁ ଆମେ ଜାଣିଛୁ ଗୁଗୁଲ ଜଗତର ସୂଚନାକୁ ସଜାଡ଼ିବା ଓ ତା'କୁ ସଭିଙ୍କ ସବୁଠି ଉପଲବ୍ଧ ଓ ବ୍ୟବହାରଯୋଗୀ କରିବା ଲକ୍ଷରେ ଗଢ଼ା ଏକ ବହୁଦେଶୀୟ କମ୍ପାନି । ଗୁଗୁଲ ବସ ବଙ୍ଗଳାଦେଶ ସୁବିଧା ଯୋଗୁଁ ଏହା କେବଳ ଆଜିର ଯୁବସମାଜ ଲାଗି ନୁହେଁ ବରଂ ସମଗ୍ର ଦେଶ ପାଇଁ ଲାଭଜନକ ହେବ ।

1 ମତାମତ

କଥାବାର୍ତ୍ତାରେ ଯୋଗଦିଅନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.