- ଓଡ଼ିଆରେ Global Voices - https://or.globalvoices.org -

ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

ଶ୍ରେଣୀ: ଦକ୍ଷିଣ ଏସିଆ, ଭାରତ, History, ଟେକନୋଲୋଜି, ଡିଜିଟାଲ ସକ୍ରୟତା, ନାଗରିକ ମିଡିଆ

ଭାରତୀୟ ବ୍ୟବହାରକାରୀମାନେ ଗୁଗଲର ସୋସିଆଲ ନେଟୱାର୍କିଙ୍ଗ ପ୍ଲାଟଫର୍ମ “ଅର୍କୁଟ”ର ଆସନ୍ନ ବିଚ୍ଛେଦ [1]ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟମାନେ ବ୍ୟବହାର କରୁଥିବା ସାମାଜିକ ଗଣମାଧ୍ୟମ ସାଇଟମାନଙ୍କ ମଧ୍ୟରୁ ଅର୍କୁଟ ହେଉଛି ସବୁଠାରୁ ପୁରୁଣା ଓ ପୃଥିବୀର ୨୦% ଅର୍କୁଟ ବ୍ୟବହାରକାରୀ [2] ହେଉଛନ୍ତି ଭାରତୀୟ ।
ଅର୍କୁଟର ଶେଷ ସମୟ ବେଳେ ବିନୟା ନାଇଡୁ [3] ଲାଇଟହାଉସ ଇନସାଇଟସରେ କିଛି ବ୍ୟବାହାରକାରୀ ମାନଙ୍କ ମତ ସଂକଳନ କରିଛନ୍ତି ।

ପ୍ରିୟା ମିତ୍ତଲ ନିଜର ପିଲାଦିନର ପ୍ରଥମ ସାଙ୍ଗଙ୍କୁ ଅର୍କୁଟ ମାଧ୍ୟମରେ ପାଇଥିଲେ, ଯାହା ସେତେବେଳେ ତାଙ୍କୁ “ଚମତ୍କାର ହେଲାଭଳି ଲାଗିଥିଲା”

ଉତ୍ସାହୀ ବାଇକର ବିଶାଳ କଟାରିଆ: “ମତେ କିଛି ସମୟ ଲାଗିଥିଲା ଅର୍କୁଟକୁ ଛାଡ଼ି ଫେସବୁକକୁ ଯିବାପାଇଁ କାରଣ ମୁଁ ଏଥିରେ ଖୁବ ଅଧିକ ଯୋଡ଼ିଯାଇଥିଲି, ସେ ଭାବନା ଫେସବୁକପାଇଁ କେବେ ଆସିନାହିଁ।”