- ଓଡ଼ିଆରେ Global Voices - https://or.globalvoices.org -

ଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା

ଶ୍ରେଣୀ: ଦକ୍ଷିଣ ଏସିଆ, ଭାରତ, ଡିଜିଟାଲ ସକ୍ରୟତା, ନାଗରିକ ମିଡିଆ, ଭ୍ରମଣ

କାଶ୍ମୀର ଉପତ୍ୟକା [1]ରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ଜାତୀୟ ରାଜପଥ ଦର୍ଶନୀୟ ଓ କିଛି ମାତ୍ରାରେ ଏକ ବିପଦସଙ୍କୁଳ ରାଜପଥ । ଏହି ରାସ୍ତା ଜୁନରୁ ନଭେମ୍ବର ଯାଏଁ ଯିବାଆସିବା ପାଇଁ ଖୋଲା ରହିଥାଏ । ଏହି ସଡ଼କରେ ସ୍ଥାନେ ସ୍ଥାନେ କାଦୁଅ, ଗୋଡ଼ି ଓ ଠାଏ ଠାଏ ରାସ୍ତା ନଥିଲା ଭଳି ଥାଏ [2]। ଏକ ପାଖିଆ ଯିବା ସମ୍ବବ ଥିବା ୩,୫୨୮ ମିଟର ଉର୍ଦ୍ଧ୍ୱର ଜୋଜି ଲା ଗିରିପଥ ମଧ୍ୟ ଏକ ପ୍ରକାର ବିପଦସଙ୍କୁଳ ଯେଉଁଥିରୁ ୧୦୦୦ ମିଟର ତଳକୁ ପଡ଼ିବାର ବିପଦ ରହିଛି। ଭ୍ରମଣ ବ୍ଲଗ “ମାଇନର ସାଇଟସ” [3] ଉପରେ ଥିବା ଭିଡ଼ିଓ ଭଳି ଅନେକ ସଡ଼କ ଯାତ୍ରାର ବିସ୍ତୃତ ବିବରଣୀ ଦେଇଆସୁଛି ।