ପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ

ବାରାଣାସୀରେ ଗଙ୍ଗାନଦୀ ଘାଟ(ଉଇକିମିଡ଼ିଆ CC-BY-SA)

ବାରାଣାସୀରେ ଗଙ୍ଗାନଦୀ ଘାଟ (ଉଇକିମିଡ଼ିଆ CC-BY-SA)

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଚୀନତମ ନଗର ବାରାଣାସୀ ରୁ ଲଢ଼ି ଓ ବିଜୟଲାଭ କରି ଭାରତୀୟ ସଂସଦରେ ପ୍ରବେଶ କରିଥିଲେ। ଏବେ ସେ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ତା'କୁ କାମରେ କରି ଦେଖାଇବାକୁ ଏହି ନଗରକୁ ପ୍ରାଚୀନ ସଂସ୍କୃତି ସହ ଆଧୁନିକ ପ୍ରଯୁକ୍ତିର ତାଳମେଳରେ ସମୃଦ୍ଧ କରିବାକୁ ଯାଉଛନ୍ତି ।

ମେ ମାସରେ ନିର୍ବାଚିତ ହେଲା ପରେ ବିନା ସମୟ ନଷ୍ଟକରି ବାରାଣାସୀର ବିକାଶର କାମରେ ଲାଗିପଡିଥିଲେ । ଅଗଷ୍ଟ ମାସ ସୁଦ୍ଧା ବାରଣାସୀକୁ ଏକ ମେଟ୍ରୋ ନଗରରେ ପରିଣତ କରିବାପାଇଁ ନକ୍ସା ପ୍ରସ୍ତୁତ କରିସାରିଥିଲେ, ଯେଉଁଥିରେ ନଗରର ସଡ଼କ ଓ ରେଳ ଯୋଗାଯୋଗ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ସାମାନ୍ତରାଳ ଭାବେ, ମୋଦି ବାରଣାସୀର ପ୍ରାଚୀନତମ ସାଂସ୍କୃତିକ ସମ୍ପତ୍ତି ଓ ପରମ୍ପରା କିପରି ଅକ୍ଷୁର୍ଣ୍ଣ ରହିବ ତାହା ଉପରେ ମଧ୍ୟ ମହତ୍ତ୍ଵ ପ୍ରଦାନ କରିଥିଲେ । ଏହି ମାସର ଆରମ୍ଭରେ ମୋଦିଙ୍କର ବିକାଶର ଯୋଜନାର ବାସ୍ତବିକତା ଦେଖିଲାପରେ ଜାପାନ ସାହାଯ୍ୟ କରିବାପାଇଁ ଏକ ମିଳିତ ଚୁକ୍ତି କରିଥିଲା ।

ବାରାଣାସୀ କେଇ ହଜାର ବର୍ଷର ଏକ ପୁରୁଣା ନଗର ଯାହାର ଆରାଧ୍ୟ ହିନ୍ଦୁମାନଙ୍କ ଦେବତା ଭଗବାନ ଶିବ । ଆଗ କାଳରେ ଏହାକୁ କାଶୀ କୁହାଯାଉଥିଲା । ହିନ୍ଦୁ ବିଶ୍ୱାସ ଅନୁସାରେ ଏହା ପୃଥିବୀର ପବିତ୍ରତମ ନଗରମାନଙ୍କ ମଧ୍ୟରୁ ଅନ୍ୟତମ । କାଶୀର ଅନ୍ୟନାମ “ଆଲୋକର ନଗର” ଏବଂ ନଗରର ସୀମା ଭିତରେ ଶହ ଶହ ମନ୍ଦିର ରହିଛି । ହିନ୍ଦୁ ମାନଙ୍କ ବିଶ୍ୱାସ ଅନୁସାରେ ଏକ ପବିତ୍ର ନଦୀ ଭାବେ ଜଣା ଗଙ୍ଗା ନଦୀ ମଧ୍ୟ ନଗର ମଧ୍ୟ ଏହି ଦେଇ ବହିଯାଇଛି । ଏହି ନଗରକୁ ନିଜର ଘର ମଣି ରହିଥିବା ଅନେକ ସନ୍ୟାସୀ ନିଜର ଦିନଟି ଆରମ୍ଭ କରିବା ଆଗରୁ ବିଭିନ୍ନ ଧାର୍ମିକ ପରମ୍ପରା ଓ ସଂସ୍କାର ପାଳି ସକାଳୁ ନଦୀରେ ବୁଡ଼ ପକାନ୍ତି ।

ଲେଖକ ରାଜୀବ ମାଲହୋତ୍ରା, ମୋଦିଙ୍କ ବାରାଣାସୀ ଯୋଜନା ସମ୍ବନ୍ଧରେ ଟୁଇଟରରେ ନିଜର ମତ ବାଣ୍ଟିଛନ୍ତି । ତାଙ୍କୁ ୧,୦୫,୦୦୦ରୁ ଅଧିକ ଜଣ ଫଲୋ କରନ୍ତି:

କାଶୀରୁ ଆରମ୍ଭ ହେବାକୁ ଥିବା ଆମର ଧାର୍ମିକ ଭୂଗୋଳସବୁର ପୁନରୁଦ୍ଧାର ଅଭିନବ । ଏଥି ସହ ଶକ୍ତି ପୀଠ ଓ ଜ୍ୟୋତିଲିଙ୍ଗ ପାଇଁ ମଧ୍ୟ ହେବା ଉଚିତ http://t.co/qdODZBSXWC
— ରାଜୀବ ମାଲହୋତ୍ରା (@RajivMessage) August 21, 2014

ଟୁଇଟର ବ୍ୟବାହାରକାରୀ ଭାବେ ଏହି ମତ ମାଲହୋତ୍ରା କେବଳ ଏକା ରଖିନାହାନ୍ତି । ଏହାର ଦୁଇ ସପ୍ତାହ ଆଗରୁ ଆଉ ଜଣେ ମଧ୍ୟ ନିଜର ମତ ଟୁଇଟ କରିଥିଲେ।

ଭାରତ ଆଉଥରେ ଯୁବା ଓ ଆଧୁନିକ ହେବା ଶୁଭ ଖବର! ଅବିକଶିତ ଭାରତର ଆମ ବାକି ଐତିହ୍ୟ ପାଇଁ ଏକା ଭଳି କରାଯାଉ ।

— ଲିନା ମନୋହର (@leena_manohar) August 10, 2014

ତେବେ ସମସ୍ତେ ମୋଦିଙ୍କ ବାରାଣାସୀ ଯୋଜନାର ସମର୍ଥକ ନୁହଁନ୍ତି । ଅଜୟ ରାୟ (ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ, ଯିଏ ମୋଦିଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲେ) ବାରାଣାସୀରେ ହଉଥିବା ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ କରିଥିବା ଧାରଣାର ଫଟୋ ପୋଷ୍ଟ କରିଛନ୍ତି ।

ବିଜୁଳି ଅସୁବିଧା ପାଇଁ କେବଳ @kashikirai ଅଜୟ ରାୟ କାଶୀ ଲୋକଙ୍କ ସାଙ୍ଗରେ ଅଛନ୍ତି । ଆମ ନଗର ବାରାଣସୀର ଅସୁବିଧା ଦୂର ହେବ pic.twitter.com/j5j5pbAyFw

ମୋଦିଙ୍କ ବାରାଣାସୀ ଯୋଜନାର ବିରୋଧୀଙ୍କ ପାଖରେ ତାଙ୍କୁ ଅଟକାଇବାକୁ ବେଶି ସମୟ ନାହିଁ । ଏହି ମାସର ଆରମ୍ଭରେ, ପ୍ରଧାନମନ୍ତ୍ରୀ, ଆଧୁନିକ ଓ ପ୍ରାଚୀନ କଳାର ମିଳନସ୍ଥଳ ଭାବେ ଜଣା କ୍ୟୋଟୋ ନଗର ଗସ୍ତ ସମୟରେ ଏକ ସମୃଦ୍ଧ ଓ ସୁନ୍ଦର ନଗର ଗଢିବା ପାଇଁ କାଶୀ-କ୍ୟୋଟୋ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ନିଜର ଜାପାନ ଗସ୍ତର ଦ୍ଵିତୀୟ ଦିନରେ ମୋଦି ତୋଜି ମନ୍ଦିର (ଏକ ଇଉନେସ୍କୋ ବିଶ୍ଵ ପୁରାତନ କୀର୍ତ୍ତିରାଜି)ଠାରେ ଅଟକିଥିଲେ, ଆଉ ଦେଖିଥିଲେ ମନ୍ଦିରଟିକୁ କିପରି ସୁରକ୍ଷିତ ରଖାଯାଇଛି । ସେ ସାମ୍ବାଦିକମାନଙ୍କୁ କହିଥିଲେ, “କ୍ୟୋଟୋ ନିଜର ହଜାର ବର୍ଷର ସାଂସ୍କୃତିକ ସଭ୍ୟତା ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେଇଛି ଓ ଆଜିର ଆବଶ୍ୟକତା ଅନୁସାରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ମଧ୍ୟ କରିଛି । ଏଭଳି କିଛି ଆମେ ଭାରତରେ ମଧ୍ୟ କରିବାକୁ ଯୋଜନା କରୁଛୁ ଯେଉଁଠି ଆମେ ସମାନ ଭାବେ ସଂସ୍କୃତିର ସୁରକ୍ଷା ଓ ବୈଷୟିକ ବିକାଶ କରିପାରିବୁ” ।

ଟୋକିଓ ସହ ହେଇଥିବା ଚୁକ୍ତିରେ, ବାରଣାସୀକୁ ଏକ “ସ୍ମାର୍ଟ ନଗର” ରେ ପରିଣତ କରିବାପାଇଁ ଜାପାନୀ ମାନଙ୍କ ସାହାଯ୍ୟ ଲୋଡ଼ାଯିବ, ଯେଉଁଥିରେ ଏକ ସଂପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା, ଆଧୁନିକ ଥିଏଟର, ଏକ ସାଂସ୍କୃତିକ ସଂଗୀତ କେନ୍ଦ୍ର, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଉଦ୍ଭିଦ ଉଦ୍ୟାନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସବୁ ରହିବ।

ଚୁକ୍ତି ସ୍ଵାକ୍ଷରିତ ହବା ଆଗରୁ, ଜାପାନ ସହ କାମ କରିବା ଭାରତ ପାଇଁ ଦୁଇ ପ୍ରକାରର ଲାଭ ହେବ ସାମ୍ବାଦିକ ମିହ୍ନାଜ ମର୍ଚ୍ଚାଣ୍ଟ ବୋଲି ଟୁଇଟ କରିଥିଲେ:

ବାରାଣସୀ-କ୍ୟୋଟୋ ସହବନ୍ଧିତା ଦୁଇଟି ପ୍ରକଳ୍ପର କାମ ଆଗକୁ ବଢ଼ାଇବ:
କାଶୀକୁ ଆଧୁନିକ କରିବା ଏବଂ ସ୍ମାର୍ଟ ସହର କାମର ଆରମ୍ଭ କରିବା

— ମିହ୍ନାଜ ମର୍ଚ୍ଚାଣ୍ଟ (@minhazmerchant) August 31, 2014

ବୋଧହୁଏ, ଭାରତ ପାଇଁ ସମୟ ଆସିଯାଇଛି ନିଜର ସ୍ଵର୍ଣ୍ଣିମ ଇତିହାସ ଓ ପ୍ରତିଶୃତିପୂର୍ଣ୍ଣ ଭବିଷ୍ୟକୁ ନେଇ ଓ ହଜାର ବର୍ଷର ସଂସ୍କୃତିକୁ ଧରି ଏକବିଂଶ ଶତାବ୍ଦୀରେ ଆଗେଇଯିବା ପାଇଁ ।

1 ମତାମତ

କଥାବାର୍ତ୍ତାରେ ଯୋଗଦିଅନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.