ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓ

ସୁସ୍ମିତା ପାଖରିନଙ୍କ ଦ୍ୱାରା ଅପଲୋଡ଼ ହୋଇଥିବା “ହ୍ୟାପି ସିକ୍କିମ” ଭିଡିଓର ସ୍କ୍ରିନସଟ

ଅନଲାଇନରେ ଅପଲୋଡ଼ ହୋଇଥିବା ଆମେରିକାନ କଣ୍ଠଶିଳ୍ପୀ ଓ ପ୍ରଯୋଜକ ଫାରେଲ ଉଇଲିଅମ୍ସଙ୍କ ଲିଖିତ, ପ୍ରଯୋଜିତ ଓ ଅଭିନୀତ “ହ୍ୟାପି” ଏହି ବର୍ଷର ଆରମ୍ଭରେ ଜଗତର ଅନେକ ସ୍ଥାନରେ ଉତ୍ତୋଳିତ ହୋଇଥିବା ଅଗଣିତ ଶ୍ରଦ୍ଧାଞ୍ଜଳି ଭିଡିଓ ମାନଙ୍କ ଭିତରେ ଖୁବ ଚର୍ଚ୍ଚିତ ହୋଇଥିଲା ।

ମୋଟରୁ ନ କରିବା ଠାରୁ ବିଳମ୍ବରେ କରିବା ନୀତିରେ, ଲେନ୍ସ କ୍ରାଫ୍ଟ ପ୍ରଡକସନର ସୁସ୍ମିତା ପାଖରିନ ହିମାଳୟ ପର୍ବତ ଉପର ଜମିରେ ବାନ୍ଧି ହୋଇଥିବା ଭାରତୀୟ ରାଜ୍ୟ ସିକିମ ନିମନ୍ତେ ଏକ ସଂସ୍କରଣ ତିଆରି କରିଛନ୍ତି ।

ଭିଡିଓଟି ଅଗଷ୍ଟ ୨୮, ୨୦୧୪ରେ ଇଉଟିଉବରେ ଅପଲୋଡ ହୋଇଥିଲା ଓ ଏହାର ଉଚ୍ଚମାନର ନିର୍ମାଣଶେଳୀ ନିମନ୍ତେ ପ୍ରଶଂସାଲାଭ କରିଥିଲା ।

ଅନଲାଇନ ସମ୍ବାଦ ସାଇଟ ସିକିମ ନାଓରେ ସାକ୍ଷାତକାର ଦେଇ ସୁସ୍ମିତା କହିଛନ୍ତି:

We have tried to showcase the scenic beauty of Sikkim along with well-known and upcoming artists of the state.

ଆମେ ସିକିମର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ୍କୁ ଦେଖାଇବାର ଉଦ୍ୟମ କରିଛୁ ।