ମିଆଁମାର ରାସାୟନିକ ଅସ୍ତ୍ର କାରଖାନା ଉପରେ ଲେଖିବାରୁ ସାମ୍ବାଦିକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ମିଆଁମାର ଶାନ୍ତି କେନ୍ଦ୍ର ସମ୍ମୁଖରେ ସାମ୍ବାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ ।ଫଟୋ ଉଠାଇଛନ୍ତି କ୍ୟା ଜ ୱିନ୍‍, କ୍ୟା ଲୁଇନ୍‍ ଉ । ଆର୍‍ଏଫ୍‍ଏ ବର୍ମିଜ୍‍ର ଫେସ୍‍ବୁକ୍‍ ପୃଷ୍ଠାରୁ ।

ମିଆଁମାର ଶାନ୍ତି କେନ୍ଦ୍ର ସମ୍ମୁଖରେ ସାମ୍ବାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ । ଫଟୋ ଉଠାଇଛନ୍ତି କ୍ୟା ଜ ୱିନ୍‍, କ୍ୟା ଲୁଇନ୍‍ ଉ । ଆର୍‍ଏଫ୍‍ଏ ବର୍ମିଜ୍‍ର ଫେସ୍‍ବୁକ୍‍ ପୃଷ୍ଠାରୁ ।

ଉପନିବେଶ ସମୟରୁ ରହିଆସିଥିବା ଗୋପନୀୟତା ନିୟମ ଭଙ୍ଗ କରିବା ଅଭିଯୋଗରେ ମିଆଁମାରରେ ୪ ଜଣ ସାମ୍ବାଦିକ ଏବଂ ୟୁନିଟି ଜର୍ଣାଲ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି ।

ଗତ ଜାନୁଆରି ମାସରେ ଏକ ଲୁକ୍କାୟିତ ରାସାୟନିକ ଅସ୍ତ୍ର କାରଖାନା ଉପରେ ସମ୍ବାଦ ପ୍ରଘଟ କରିବା ହେତୁ ଷ୍ଟେଟ୍‍ ସିକ୍ରେଟ୍‍ ଆକ୍ଟ ଭଙ୍ଗ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୟୁନିଟି ଜର୍ଣାଲର ସିଇଓ ଟିନ୍‍ ହାସନ୍‍(୫୨) ଏବଂ ସାମ୍ବାଦିକ ଲୁ ମା ନାଇଙ୍ଗ(୨୮), ସିଥୁ ସୋ(୨୨), ଦେ ୟାଜାର ଉ(୨୮) ଓ ଅଙ୍ଗ୍‍ ଥୁରା(୨୫) ।

ୟୁନିଟି ସାମ୍ବାଦିକଙ୍କ ବିରୋଧରେ ଏ ମାମଲା ଜାତୀୟ ଓ ବିଶ୍ବ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି । ପ୍ରମୁଖ ସହର ୟାଙ୍ଗନ୍‍ମାଣ୍ଡାଲେ ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୟୁନିଟ୍‍ ସାମ୍ବାଦିକଙ୍କୁ ମୁକ୍ତ କରିବା ପାଇଁ ସମର୍ଥକ ଓ ମୁକ୍ତ-ସାମ୍ବାଦିକତା କର୍ମୀମାନେ ୟାଙ୍ଗନ୍‍, ପାଥେନ୍‍ସିତ୍ବେ ଆଦି ସହରରେ ପ୍ରାର୍ଥନା ସଭାର ଆୟୋଜନ କରିଛନ୍ତି । ଦୁର୍ଭାଗ୍ୟବଶତ ଜୁଲାଇ ୧୩ ତାରିଖରେ ରାଷ୍ଟ୍ରପତି ଥେନ୍‍ ସେନ୍‍ଙ୍କ ମିଆଁମାର ଶାନ୍ତି କେନ୍ଦ୍ର ପରିଦର୍ଶନ ଅବସରରେ ବିନା ଅନୁମତିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଅଭିଯୋଗରେ ୫୦ ସାମ୍ବାଦିକଙ୍କ ବିରୋଧରେ ମୋକଦ୍ଦମା ହୋଇଛି ।
ୟୁନିଟି ସାମ୍ବାଦିକଙ୍କୁ ମୁକ୍ତିଦେବା ଲାଗି ବିଭିନ୍ନ ଗଣମାଧ୍ୟମ ସଂଘ ଓ ମଧ୍ୟବର୍ତୀକାଳୀନ ସାମ୍ବାଦିକ ପରିଷଦ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିବାକୁ ଯୋଜନା କରୁଛନ୍ତି । ଗଣମାଧ୍ୟମକୁ ସରକାର ଅବଦମନ କରିବା ପ୍ରସଙ୍ଗକୁ ନିନ୍ଦା କରି ବିରୋଧୀ ନାସ୍‍ନାଲ ଲିଗ୍‍ ଫର ଡେମୋକ୍ରାସି ମଧ୍ୟ ଏକ ବିବୃତି ପ୍ରଦାନ କରିଛି । ଏଠାରେ ଗଣମାଧ୍ୟମ ସ୍ବାଧୀନତା ଏବେ ବି ବିପଦରେ ବୋଲି ବର୍ମା ନ୍ୟୁଜ୍‍ ଇଣ୍ଟରନାସନାଲ ଚେତାଇ ଦେଇଛି ।

ୟୁନିଟି ସାମ୍ବାଦିକ ରିପୋର୍ଟରେ ପ୍ରକାଶିତ ରାସାୟତିକ ଅସ୍ତ୍ର କାରଖାନା ଅସଲରେ ପ୍ରତିରକ୍ଷା ଅସ୍ତ୍ର କାରଖାନା ବୋଲି ସରକାର ସଫେଇ ଦେଇଛନ୍ତି ।
କିନ୍ତୁ ଲେଖକ ୱାଇ ମୁ ଥ୍ବାଇନ୍‍ ସାମ୍ବାଦିକମାନଙ୍କ ବିଚାର ଏବଂ କଡ଼ାଦଣ୍ଡବିଧାନ ନେଇ ପ୍ରଶ୍ନ ଉଠାଇଛନ୍ତି ।

If they are convicted for revealing national secrets, it means the government actually has the chemical weapons factory. So they (government) are breaking the Southeast Asian treaty against Weapons of Mass Destruction, which puts a restriction on the production of chemical, bio and nuclear weapons. Also, Myanmar has signed the Chemical Weapons Convention in 1993.

ଯଦି ଜାତୀୟ ଗୋପନୀୟତା ପ୍ରଘଟ କରି ସେମାନେ ଦୋଷୀସାବ୍ୟସ୍ତ ହେଲେ, ତେବେ ସତରେ ସରକାରଙ୍କର ରାସାୟନିକ ଅସ୍ତ୍ର କାରଖାନା ଅଛି ବୋଲି ବୁଝିବାକୁ ହେବ । ଫଳରେ ସେମାନେ(ସରକାର) ରାସାୟନିକ, ଜୈବିକ ଓ ଅଣୁ ଅସ୍ତ୍ର ଗଣବିଧ୍ବଂସୀ ଅସ୍ତ୍ର ବିରୋଧରେ ହୋଇଥିବା ଦକ୍ଷିଣପୂର୍ବ ଏସିୟ ଚୁକ୍ତିନାମା ଭଙ୍ଗ କରିଛନ୍ତି । ୧୯୯୩ରେ ମଧ୍ୟ ମିଆଁମାର ସରକାର ରାସାୟନିକ ଅସ୍ତ୍ର ସମ୍ମେଳନ ଦସ୍ତଖତ କରିଥିଲେ ।

ତେବେ ରାଷ୍ଟ୍ରପତିଙ୍କ ମୁଖପାତ୍ର ନ୍ୟାୟାଳୟ ନିଷ୍ପତ୍ତି ସମର୍ଥନରେ ଯୁକ୍ତି କରି ଏହା ଗଣମାଧ୍ୟମ ସ୍ବାଧୀନତା ନୁହେଁ ବରଂ ଜାତୀୟ ସୁରକ୍ଷାର ପ୍ରଶ୍ନ ବୋଲି କହିଛନ୍ତି ।

Any nation, any government, must control secret issues for their national security. Information that harms national security is not even tolerated in the United States. We don’t think this case is about press freedom.

ଯେ କୌଣସି ଦେଶ, ଯେ କୌଣସି ସରକାରଙ୍କର ତାଙ୍କର ଜାତୀୟ ସୁରକ୍ଷା ପ୍ରସଙ୍ଗ ଉପରେ କର୍ତୃତ୍ବ ରହିବ । ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ସୂଚନା ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ବରଦାସ୍ତ କରାଯାଏ ନାହିଁ । ଏହି ମାମଲା ଗଣମାଧ୍ୟମର ସ୍ବାଧୀନତା ସମ୍ପର୍କିତ ବୋଲି ଆମେ ଭାବୁନାହୁଁ ।

ସାମ୍ବାଦିକଙ୍କ ପ୍ରତି ହୋଇଥିବା କଡ଼ା ଦଣ୍ଡବିଧାନ ବିରୋଧରେ ବହୁ ଲେଖକ ଓ ସାମ୍ବାଦିକ ମୁହଁ ଖୋଲିଛନ୍ତି । ବିଶେଷକରି ଦେଶ ଗଣତନ୍ତ୍ର ଆଡ଼କୁ ମୁହାଁଉଥିବା ବେଳେ ଏହା ଆଦୌ ଶୋଭନୀୟ ନୁହେଁ ବୋଲି କବି ସ ୱଇ ମନେକରନ୍ତି । ଆଗାମୀ ୨୦୧୫ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ସରକାରଙ୍କର ଏହା ସାମ୍ବାଦିକଙ୍କ ପ୍ରତି ଏକ ଧମକ ବୋଲି ମିଆଁମାର ଜର୍ଣାଲିଷ୍ଟ ନେଟ୍‍ୱର୍କର ୟୁ ଥାନ୍‍ ତେ ମତ ଦେଇଛନ୍ତି ।

ୟୁ ଅଙ୍ଗ୍‍ ଥୁଙ୍କ ମତରେ ସରକାରଙ୍କ ସ୍ବଭାବରେ ଆଦୌ ପରିବର୍ତନ ଆସିନାହିଁ ।

When their secrets are revealed, they arrest and charge people. Media is always the scapegoat. Democracy is only just a show. The president is no different. Actually our country is still under military dictatorship.

ଯେତେବେଳେ ତାଙ୍କ ଗୋପନୀୟତା ଧରାପଡ଼ିଯାଉଛି ସେମାନେ ଲୋକଙ୍କୁ ଗିରଫ କରୁଛନ୍ତି, ସେମାନଙ୍କ ବିରୋଧରେ ମୋକଦ୍ଦମା କରୁଛନ୍ତି । ଗଣମାଧ୍ୟମ ସବୁବେଳେ ବଳି ପଡ଼ିଆସିଛି । ଗଣତନ୍ତ୍ର କେବଳ ଗୋଟେ ପ୍ରହସନ । ରାଷ୍ଟ୍ରପତିଙ୍କ ଭିତରେ କିଛି ପରିବର୍ତନ ହେଇନି । ପ୍ରକୃତରେ ଆମ ଦେଶ ଏବେ ବି ସେନା ଏକଛତ୍ରବାଦ ଭିତରେ ଅଛିନ୍ତି ।

ଏ ମାମଲାରେ ସ୍ବଚ୍ଛତା ରହିବା ଜରୁରୀ ବୋଲି ବିରୋଧୀ ଦଳ ମୁଖପାତ୍ର ୟୁ ୱିନ୍‍ ମିନ୍ତ୍‍ ଦାବି କରିଛନ୍ତି ।

ଯଦି ସରକାର ସତରେ ଗଣତନ୍ତ୍ର ପାଇଁ ପଥପ୍ରସ୍ତୁତ କରୁଛନ୍ତି, ତେବେ ଏହା ଗଣମାଧ୍ୟମର ସ୍ବାଧୀନତାକୁ ସମ୍ମାନ ଦେବା ଉଚିତ । ଏଥିରେ ସ୍ବଚ୍ଛତା ରହିବା ନିତାନ୍ତ ଆବଶ୍ୟକ । ସାମ୍ବାଦିକଙ୍କ କାମ ହେଉଛି ସେମାନେ ଲେଖିବେ । ଯଦି ସେମାନେ ନିୟମ ଭଙ୍ଗ କରୁଛନ୍ତି ଦଣ୍ଡ ଶୋଭନୀୟ ହେବା ଉଚିତ । ସେ ଅଞ୍ଚଳ ଗୋପନୀୟ କିମ୍ବା ନିଷିଦ୍ଧ ଅଞ୍ଚଳ ନଥିଲା ।

ସାମ୍ବାଦିକଙ୍କୁ ଦଣ୍ଡଦେବାରେ ଗତବର୍ଷ ସରକାର ବେଶ୍‍ ଆଗରେ ଥିଲେ । ଅନଧିକାର ଅନୁପ୍ରବେଶ, ମାନହାନୀ ଏବଂ ଖରାପ ଶବ୍ଦ ବ୍ୟବହାର କରିବା ଅଭିଯୋଗରେ ଇଲେଭେନ୍‍ ମିଡିଆର ଜଣେ ସାମ୍ବାଦିକଙ୍କୁ ଗତବର୍ଷ ୩ ମାସ କାରାଦଣ୍ଡାଦେଶ ହୋଇଥିଲା । ବିକଳ୍ପ ଗଣମାଧ୍ୟମ ୱେବ୍‍ସାଇଟ୍‍ ଡେମୋକ୍ରାଟିକ୍‍ ଭଏସ୍‍ ଅଫ୍‍ ବର୍ମାର ଜଣେ ସାମ୍ବାଦିକ ଅନଧିକାର ଅନୁପ୍ରବେଶ ଓ ପ୍ରାଶାସନିକ ଅଧିକାରୀଙ୍କୁ ବିଚଳିତ କରିବା ଅଭିଯୋଗରେ ଗତ ଏପ୍ରିଲରେ ଏକ ବର୍ଷ କାରାଦଣ୍ଡ ପାଇଥିଲେ । ସେହି ଏପ୍ରିଲ ମାସରେ, ବର୍ତମାନ ମିଆଁମାରରେ ବନ୍ଦୀ ଜୀବନ କାଟୁଥିବା ୬ ଜଣ ସାମ୍ବାଦିକଙ୍କ ମୁକ୍ତି ଦାବି କରି ପ୍ୟାୟ ସହରରେ ଏକ ଶୋଭାଯାତ୍ରା ଆୟୋଜନ କରିଥିବା ମିଜିମା ପତ୍ରିକାର ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା ।

ୟୁନିଟି ସାମ୍ବାଦିକଙ୍କ ମାମଲା ଆମକୁ ମିଆଁମାରରେ ସାମ୍ବାଦିକଙ୍କ ପ୍ରତି ନିରନ୍ତର ହେଉଥିବା ଅତ୍ୟାଚାର ଏବଂ ଗଣମାଧ୍ୟମ-କଣ୍ଠରୋଧର କରୁଣ ଚିତ୍ର ମନେପକାଇଦିଏ ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.