- ଓଡ଼ିଆରେ Global Voices - https://or.globalvoices.org -

ଗ୍ଲୋବାଲ ଭଏସେସ ନିର୍ଦେଶକ ମଣ୍ଡଳୀକୁ ଜୁଏନିତା ଲିଅନ୍‍ଙ୍କୁ ସ୍ବାଗତ

ଶ୍ରେଣୀ: ଘୋଷଣାବଳୀ
ଗ୍ଲୋବାଲ ଭଏସେସ୍‍ ବୋର୍ଡର ନୂଆ ସଦସ୍ୟ ଜୁଏନିତା

ଗ୍ଲୋବାଲ ଭଏସେସ୍‍ ବୋର୍ଡର ନୂଆ ସଦସ୍ୟ ଜୁଏନିତା ଲିଅନ୍‍

ଆମର ନୂଆ ବୋର୍ଡ ସଦସ୍ୟ ଜୁଏନିତା ଲିଅନ୍‍ [1]ଙ୍କୁ ଗ୍ଲୋବାଲ ଭଏସେସ୍‍ ପରିବାର ସହ ପରିଚିତ କରାଇ ଆମେ ଆନନ୍ଦିତ । ଜୁଏନିତା ହେଉଛନ୍ତି କଲମ୍ବିଆରେ ଲା ସିଲା ଭାସିଆ ଡଟ୍‍ କମ୍‍ [2] ନାମକ ଏକ ରାଜନୈତିକ ସମ୍ବାଦଧର୍ମୀ ୱେବ୍‍ସାଇଟ୍‍ର ପ୍ରତିଷ୍ଠାତା । ସେ ଜଣେ ଆଇନଜୀବୀ ଏବଂ କଲମ୍ବିଆ ଜର୍ଣାଲିଜମ୍‍ ସ୍କୁଲରୁ ସାମ୍ବାଦିକତାରେ ମାଷ୍ଟର ଅଫ୍‍ ସାଇନ୍ସ ଡିଗ୍ରୀ ହାସଲ କରିଛନ୍ତି । ୨୦୦୬ରେ ସେ ହାଭାର୍ଡ ନିଏମାନ୍‍ ଫେଲୋ ହେବାର ଗୌରବ ଅର୍ଜନ କରିଥିଲେ । ସେ ନ୍ୟୁୟର୍କରେ ଫ୍ଲାଇପ୍‍ ମିଡିଆ ଡଟ୍‍ କମ୍‍ ର ପ୍ରାରମ୍ଭିକ ସମ୍ପାଦିକା ଥିଲେ ଏବଂ ସିମାନା ଡଟ୍‍ କମ୍‍ [3]ର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ଲିଖିତ ବିଭିନ୍ନ ପୁସ୍ତକ ମଧ୍ୟରେ ରହିଛି କଲମ୍ବିଆରେ ଯୁଦ୍ଧ ସମ୍ପର୍କିତ ବହି କଣ୍ଟ୍ରି ଅଫ୍‍ ବୁଲେଟ୍‍ସ । ନ୍ୟୁୟର୍କ ୟୁନିଭର୍ସିଟି ଜର୍ଣାଲିଜମ୍‍ ସ୍କୁଲରେ ସେ ଗରିଲା ଯୁଦ୍ଧ ସମ୍ବାଦ ସମ୍ପର୍କରେ ପଢ଼ାଉଥିଲେ ଏବଂ ଏବେ କଲମ୍ବିଆରେ ଅବସ୍ଥାନ କରୁଛନ୍ତି ।

ଜୁଏନିତା କହନ୍ତି, “ସାମ୍ବାଦିକତା କେବଳ ସୂଚନାର ପରିଭାଷା ନୁହେଁ, ବରଂ ଏହା ଭାବ ବିନିମୟର ମାଧ୍ୟମ — ଏଭଳି ଏକ ଚିନ୍ତାଧାରାକୁ ଗ୍ଲୋବାଲ ଭଏସେସ ବେଶ୍‍ ଉର୍ଧ୍ବକୁ ନେଇପାରିଛି । ଏହା ଏପରି ଏକ ସୁଯୋଗ ଆଣିଛି ଯେଉଁଠି ଯେଉଁଠି ବିଶ୍ବର ଚାଲାକ ଏବଂ ଚମକପ୍ରଦ ସ୍ବରସବୁ ଆତ୍ମପ୍ରକାଶ କରିପାରୁଛନ୍ତି ଏବଂ ମିଳିତ ଭାବରେ ଏସବୁର ଫଳାଫଳ ଆଂଶିକ ମତ ଠାରୁ ବହୁଗୁଣରେ ଭଲ ହୋଇପାରୁଛି । ଆଗାମୀକାଲିର ସାମ୍ବାଦିକତାର ପରୀକ୍ଷାଗାର ହେଉଛି ଗ୍ଲୋବାଲ ଭଏସେସ୍‍, ଯେଉଁଠି ଇଣ୍ଟରନେଟ୍‍ ଗୁରୁର ତତ୍ବ ସତ ହେଉଛି । ଜଣେ ଡିଜିଟାଲ ସାମ୍ବାଦିକ ଏବଂ ଡିଜିଟାଲ ଉଦ୍ୟୋଗୀ ଭାବେ ମୋ ପାଇଁ ଗ୍ଲୋବାଲ ଭଏସେସ ଏକ ଉଦାହରଣ ଏବଂ ଏଥିରେ ସାମିଲ ହୋଇ ମୁଁ ବେଶ୍‍ ଆନନ୍ଦିତ ।”
ଆମର ଅନ୍ୟତମ ପ୍ରାଥମିକ ବୋର୍ଡ ସଦସ୍ୟ ରୋସେନ୍ତାଲ ଆଲ୍‍ଭେସ୍‍ [4]ଙ୍କ ସ୍ଥାନରେ ଜୁଏନିତାଙ୍କୁ ନିଆଯାଇଛି । ୮ ବର୍ଷର ସେବା ପରେ ରୋସେନ୍ତାଲ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି । ତାଙ୍କର ଉଦ୍ଧାମତା ଏବଂ ପ୍ରଜ୍ଞାକୁ ଆମେ ଅବଶ୍ୟ ମନେ ପକାଇବୁ ।

ଗ୍ଲୋବାଲ ଭଏସେସର ୯ ଜଣିଆ ବୋର୍ଡ [5] ବର୍ଷକୁ ୪ ଥର ଏକାଠି ହୁଅନ୍ତି ଏବଂ ଅନୁଷ୍ଠାନ ପ୍ରତିଷ୍ଠା ଦିନଠାରୁ ସେମାନେ ଜିଭି କମ୍ୟୁନିଟିର ସକ୍ରିୟ, ନିରନ୍ତର ଏବଂ ପ୍ରମୁଖ ଅଂଶ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଆମର ବୋର୍ଡରେ ଦୁଇଜଣ ପ୍ରତିଷ୍ଠାତା ସଦସ୍ୟ, ଚାରି ଜଣ କମ୍ୟୁନିଟି ପ୍ରତିନିଧି ଏବଂ ଚାରି ଜଣ ବାହ୍ୟ ସଦସ୍ୟ ଅଛନ୍ତି ।