
ଗ୍ଲୋବାଲ ଭଏସେସ୍ ବୋର୍ଡର ନୂଆ ସଦସ୍ୟ ଜୁଏନିତା ଲିଅନ୍
ଆମର ନୂଆ ବୋର୍ଡ ସଦସ୍ୟ ଜୁଏନିତା ଲିଅନ୍ଙ୍କୁ ଗ୍ଲୋବାଲ ଭଏସେସ୍ ପରିବାର ସହ ପରିଚିତ କରାଇ ଆମେ ଆନନ୍ଦିତ । ଜୁଏନିତା ହେଉଛନ୍ତି କଲମ୍ବିଆରେ ଲା ସିଲା ଭାସିଆ ଡଟ୍ କମ୍ ନାମକ ଏକ ରାଜନୈତିକ ସମ୍ବାଦଧର୍ମୀ ୱେବ୍ସାଇଟ୍ର ପ୍ରତିଷ୍ଠାତା । ସେ ଜଣେ ଆଇନଜୀବୀ ଏବଂ କଲମ୍ବିଆ ଜର୍ଣାଲିଜମ୍ ସ୍କୁଲରୁ ସାମ୍ବାଦିକତାରେ ମାଷ୍ଟର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିଛନ୍ତି । ୨୦୦୬ରେ ସେ ହାଭାର୍ଡ ନିଏମାନ୍ ଫେଲୋ ହେବାର ଗୌରବ ଅର୍ଜନ କରିଥିଲେ । ସେ ନ୍ୟୁୟର୍କରେ ଫ୍ଲାଇପ୍ ମିଡିଆ ଡଟ୍ କମ୍ ର ପ୍ରାରମ୍ଭିକ ସମ୍ପାଦିକା ଥିଲେ ଏବଂ ସିମାନା ଡଟ୍ କମ୍ର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ଲିଖିତ ବିଭିନ୍ନ ପୁସ୍ତକ ମଧ୍ୟରେ ରହିଛି କଲମ୍ବିଆରେ ଯୁଦ୍ଧ ସମ୍ପର୍କିତ ବହି କଣ୍ଟ୍ରି ଅଫ୍ ବୁଲେଟ୍ସ । ନ୍ୟୁୟର୍କ ୟୁନିଭର୍ସିଟି ଜର୍ଣାଲିଜମ୍ ସ୍କୁଲରେ ସେ ଗରିଲା ଯୁଦ୍ଧ ସମ୍ବାଦ ସମ୍ପର୍କରେ ପଢ଼ାଉଥିଲେ ଏବଂ ଏବେ କଲମ୍ବିଆରେ ଅବସ୍ଥାନ କରୁଛନ୍ତି ।
ଜୁଏନିତା କହନ୍ତି, “ସାମ୍ବାଦିକତା କେବଳ ସୂଚନାର ପରିଭାଷା ନୁହେଁ, ବରଂ ଏହା ଭାବ ବିନିମୟର ମାଧ୍ୟମ — ଏଭଳି ଏକ ଚିନ୍ତାଧାରାକୁ ଗ୍ଲୋବାଲ ଭଏସେସ ବେଶ୍ ଉର୍ଧ୍ବକୁ ନେଇପାରିଛି । ଏହା ଏପରି ଏକ ସୁଯୋଗ ଆଣିଛି ଯେଉଁଠି ଯେଉଁଠି ବିଶ୍ବର ଚାଲାକ ଏବଂ ଚମକପ୍ରଦ ସ୍ବରସବୁ ଆତ୍ମପ୍ରକାଶ କରିପାରୁଛନ୍ତି ଏବଂ ମିଳିତ ଭାବରେ ଏସବୁର ଫଳାଫଳ ଆଂଶିକ ମତ ଠାରୁ ବହୁଗୁଣରେ ଭଲ ହୋଇପାରୁଛି । ଆଗାମୀକାଲିର ସାମ୍ବାଦିକତାର ପରୀକ୍ଷାଗାର ହେଉଛି ଗ୍ଲୋବାଲ ଭଏସେସ୍, ଯେଉଁଠି ଇଣ୍ଟରନେଟ୍ ଗୁରୁର ତତ୍ବ ସତ ହେଉଛି । ଜଣେ ଡିଜିଟାଲ ସାମ୍ବାଦିକ ଏବଂ ଡିଜିଟାଲ ଉଦ୍ୟୋଗୀ ଭାବେ ମୋ ପାଇଁ ଗ୍ଲୋବାଲ ଭଏସେସ ଏକ ଉଦାହରଣ ଏବଂ ଏଥିରେ ସାମିଲ ହୋଇ ମୁଁ ବେଶ୍ ଆନନ୍ଦିତ ।”
ଆମର ଅନ୍ୟତମ ପ୍ରାଥମିକ ବୋର୍ଡ ସଦସ୍ୟ ରୋସେନ୍ତାଲ ଆଲ୍ଭେସ୍ଙ୍କ ସ୍ଥାନରେ ଜୁଏନିତାଙ୍କୁ ନିଆଯାଇଛି । ୮ ବର୍ଷର ସେବା ପରେ ରୋସେନ୍ତାଲ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି । ତାଙ୍କର ଉଦ୍ଧାମତା ଏବଂ ପ୍ରଜ୍ଞାକୁ ଆମେ ଅବଶ୍ୟ ମନେ ପକାଇବୁ ।
ଗ୍ଲୋବାଲ ଭଏସେସର ୯ ଜଣିଆ ବୋର୍ଡ ବର୍ଷକୁ ୪ ଥର ଏକାଠି ହୁଅନ୍ତି ଏବଂ ଅନୁଷ୍ଠାନ ପ୍ରତିଷ୍ଠା ଦିନଠାରୁ ସେମାନେ ଜିଭି କମ୍ୟୁନିଟିର ସକ୍ରିୟ, ନିରନ୍ତର ଏବଂ ପ୍ରମୁଖ ଅଂଶ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଆମର ବୋର୍ଡରେ ଦୁଇଜଣ ପ୍ରତିଷ୍ଠାତା ସଦସ୍ୟ, ଚାରି ଜଣ କମ୍ୟୁନିଟି ପ୍ରତିନିଧି ଏବଂ ଚାରି ଜଣ ବାହ୍ୟ ସଦସ୍ୟ ଅଛନ୍ତି ।
Thanks a lot to the central government for taking necessary steps for the Talcher fertilizer...