ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ

ଓଡ଼ିଆରେ ଲେଖାଥିବା “ଓଡ଼ିଆ ଭାଷା” । ଛବିଟି ପବ୍ଲିକ ଡୋମେନରେ ରହିଛି ।

ଓଡ଼ିଆ ଭାରତୀୟ ରାଜ୍ୟ ଓଡ଼ିଶା କଥିତ ୨,୫୦୦ ବର୍ଷର ଏକ ପୁରୁଣା ଭାଷା । ନିକଟ ଅତୀତରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା ।

ନିକଟରେ ଓଡ଼ିଆ ଉଇକିପିଡ଼ିଆ ସମାଜ ଓଡ଼ିଶା ଦିବସ ପାଳନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ର ଅବସର ରେ ଉତ୍ସବ ପାଳନ ପାଇଁ ଏକାଠି ହେଇଥିଲେ ।

ସୁଭାସିସ ପାଣିଗ୍ରାହୀଙ୍କ ଲିଖିତ ଉଇକିମିଡିଆ ଫାଉଣ୍ଡେସନ ବ୍ଲଗର ଏକ ବ୍ଲଗରୁ କିଛି ଅଂଶ ଉଦ୍ଧାର କରାଯାଇ ଦିଆଯାଇଛି, ଯାହାକି ଓଡ଼ିଆ ଉଇକି ସମାଜ ଉପରେ ସମ୍ୟକ ସୂଚନା ଦିଏ । 

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଉଇକିପାଠାଗାର ଡିଜିଟାଇଜେସନ ପ୍ରକଳ୍ପର ଶୁଭାରମ୍ଭ କରି କ୍ରିଏଟିଭ କମନ ଲାଇସେନ୍ସ ନିୟମ ଅଧୀନରେ ୧୪ଟି ବହି ବିତରଣ କରଯାଇଥିଲା । ଏହି ପ୍ରକଳ୍ପକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ଔପଚାରିକ ଭାବେ ଆରମ୍ଭ କରୁଛି । […] ଓଡ଼ିଆ ଉଇକିମିଡ଼ିଆ କିସ ଅନୁଷ୍ଠାନର ୬ ଜଣ ଶିକ୍ଷକ ଓ କିଛି ଛାତ୍ରଙ୍କୁ ଡିଜିଟାଇଜେସନ ସମ୍ବନ୍ଧରେ ପୂର୍ଣ୍ଣ ସହଯୋଗ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେବ ।
Odialanguage.com ର ସୁଜାତା ପଟେଲଙ୍କ ନିର୍ମିତ OpenType ଓଡ଼ିଆ ଇଉନିକୋଡ଼ ଫଣ୍ଟ “ଓଡ଼ିଆ ଓ.ଟି ଜଗନ୍ନାଥ” ଓ.ଏଫ.ଏଲ ସ୍ଵତ୍ଵରେ ଉନ୍ମୋଚିତ ହେଇଥିଲା । ଏହା ହେଉଛି ପ୍ରଥମ ଓଡ଼ିଆ ଫଣ୍ଟ ଯାହାକୁ ଓଡ଼ିଆ ଉଇକିପିଡିଆ ସଙ୍ଘର ସକ୍ରିୟ ଯୋଗଦାନ ଦ୍ୱାରା ପ୍ରଥମ କରି ଆତ୍ମପ୍ରକାଶ କରିଛି । ଉଇକିଆଳି ମନୋଜ ସାହୁକାରଙ୍କ ନିର୍ମିତ ଏକ ନୂଆ ଓଡ଼ିଆ ଅଫଲାଇନ ଇନପୁଟ ସାଧନ “ଟାଇପଓଡ଼ିଆ (TypeOdia)” ମଧ୍ୟ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଡିଭିଡି ମାଧ୍ୟମରେ ଉକ୍ତ ଫଣ୍ଟ, ଇନପୁଟ ସାଧନ, ଓଡ଼ିଆ ଅଭିଧାନ, ମୁକ୍ତ ସଫ୍ଟଓଆର ଗୁଡିକ, କିଉଇକ୍ସରେ ଅଫଲାଇନ ଓଡ଼ିଆ ଉଇକିପିଡ଼ିଆ, ଉଇକିପିଡ଼ିଆ ସମ୍ପାଦନା ସହାୟକ ପୁସ୍ତିକାଉବୁଣ୍ଟୁ ଅପରେଟିଂ ସିଷ୍ଟମ ବିତରଣ କରଯାଇଥିଲା । […] ପାଖାପାଖି ସମସ୍ତ ଓଡ଼ିଆ ପ୍ରକାଶନ ଇଣ୍ଟରନେଟରେ ଉପଲବ୍ଧ ନଥିବାରୁ ତାହାସବୁ ସମଗ୍ର ବିଶ୍ୱରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ଏଥି ସହିତ ସେ ପୁରୁଣା ବହି ଆଉ ତାଳପତ୍ର ପୋଥି ତଥା ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜେସନ ମାଧ୍ୟମରେ ସଂରକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ । […]

ଓଡ଼ିଆ ଫଣ୍ଟଗୁଡିକୁ ମାଗଣାରେ ଏଠାରୁ ଡାଉନଲୋଡ଼ କରିପାରିବେ | ଏହି ଟୁଲର ନିର୍ମାତା କହନ୍ତି:

ଆମେ ହୃଦୟର ସହ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରାଥମିକତା ଦଉଛୁ, ଯାହାକି ଆଜିକାଲି ର ଅମଲାତନ୍ତ୍ର, ଆଇନ କାନୁନ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାରେ ଭାଷାର ବ୍ୟବହାର ଛଡା, ଓଡ଼ିଆ ଲେକ୍ଜିକନ ର ଉଦ୍ଭବ ପାଇଁ ପ୍ରକଳ୍ପ ହାତ କୁ ନେଇଛୁ, ଯାହାକି ଇଂରାଜୀ ବୈଷୟିକ ଶବ୍ଦଗୁଡିକର ଓଡ଼ିଆ ଶବ୍ଦାର୍ଥ କୁ ବହୁଳ ଭାବେ ଉପଯୋଗ କରାଯିବ । ଏହା ଆମକୁ ଇଂରାଜୀ ଭାଷା ଉପରେଥିବା ନିର୍ଭରଶୀଳତା କୁ କମ କରିବ ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.