ସ୍ୱେଚ୍ଛାସେବୀମାନଙ୍କ ପାଇଁ ଡାକରା!

ଗ୍ଲୋବାଲ ଭଏସେସ ଏକ ଆନ୍ତର୍ଜାତିକ ସମୂହ ଯାହା ବିଶେଷ କରି ଆଗରୁ ଆନ୍ତର୍ଜାତିକ ମିଡିଆରେ ଶୁଣାଯାଇ ନଥିବା ସମ୍ବାଦମାନଙ୍କ ଉପରେ ଆଲୋକପାତ କରି ଆପଣଙ୍କ ପାଇଁ ସାରା ଜଗତର ନାଗରିକମାନଙ୍କ ତିଆରି ସମ୍ବାଦ ଆଣିଦେଇଥାଏ ।

ଆମେ ଏହି ଲିଙ୍ଗୁଆ ପ୍ରକଳ୍ପରେ ଯୋଗଦେବା ପାଇଁ ସ୍ୱେଚ୍ଛାସେବୀ ଅନୁବାଦକମାନଙ୍କୁ ଖୋଜୁଛୁ । ଏହି ପ୍ରକଳ୍ପ ଜଗତରର ବିଶାଳତମ ଅନୁବାଦକ ମାନଙ୍କର ଓ ସର୍ବାଧିକ ସକ୍ରିୟ ସମୂହ ଭାବେ ଚର୍ଚ୍ଚିତ ।

ଆମେ ଓଡ଼ିଆରେ ଗ୍ଲୋବାଲ ଭଏସେସ ପ୍ରକଳ୍ପ ଆରମ୍ଭ କରିବା ଆନନ୍ଦରେ ବିଭୋର ଏବଂ ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ଆପଣଙ୍କ ସହଯୋଗ ଲୋଡ଼ୁଛୁ!

ଆମ ବାବଦରେ

ଗ୍ଲୋବାଲ ଭଏସେସ ଉନ୍ନତିଶୀଳ ଦେଶସମୂହମାନଙ୍କରୁ ସ୍ୱର ଉତ୍ତୋଳନ ପାଇଁ ଏକ ସମ୍ବାଦ କେନ୍ଦ୍ର ଭାବେ, ଜଗତର ମିଡ଼ିଆରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଦେଶମାନଙ୍କୁ, ବ୍ୟକ୍ତିବିଶେଷମାନଙ୍କୁ, ନାଗରିକଙ୍କ ବହୁବିଧ ସ୍ୱର ଉତ୍ତୋଳନ କରିବାରେ ସାରା ଜଗତର ମିଡିଆ-ଜୀବୀମାନଙ୍କୁ ସହଯୋଗ କରିଥାଏ ।

ଇକୋନୋମିଷ୍ଟ ଖବରକାଗଜ ଅନୁସାରେ, ଆକାରରେ ଛୋଟ ହେଲେ ହେଁ, ଇଉଟିଉବ, ଉଇକିପିଡ଼ିଆ ଓ ବିବିସି ପରେ “ଦେଶ-ଦେଶ ମଧ୍ୟରେ ନିରନ୍ତର ସମ୍ବନ୍ଧ ସ୍ଥାପନରେ” ଗ୍ଲୋବାଲ ଭଏସେସ ଜଗତର ୪ର୍ଥ ବିଶାଳତମ ୱେବସାଇଟ ।

ଆପଣଙ୍କ ବାବଦରେ

ଆମ ଅନୁବାଦକ ଦଳରେ ଯୋଡ଼ିହେବା ନିମନ୍ତେ, ଆପଣଙ୍କୁ ଅନୁବାଦରେ କିଛି ବିଶେଷ ଯୋଗ୍ୟତା ହାସଲ କରିବାକୁ ପଡ଼ିବ ନାହିଁ । ଅନୁବାଦ ଓ ଭାଷା ଶିକ୍ଷା ଛାତ୍ରମାନେ ମଧ୍ୟ ଏଥିରେ ଭାଗ ନେଇପାରିବେ ।

ଯଦି ଆପଣ ଇଂରାଜୀ, ସ୍ପାନିସ, ପର୍ତୁଗୀଜ, ଫ୍ରେଞ୍ଚ, ଇଟାଲିଆନ,ବଙ୍ଗଳା, କାଟାଲାନ, ଆରବୀ ଆଦି ଭାଷା ଜାଣିଥାନ୍ତି ଓ ଅନୁବାଦ କରିବାରେ ଦକ୍ଷ ତେବେ ଏହି ଭାଷାମାନଙ୍କରେ ଗ୍ଲୋବାଲ ଭଏସରେ ପ୍ରକାଶିତ ପ୍ରସଙ୍ଗମାନ ଅନୁବାଦ କରିପାରିବେ । ଆପଣ ଏକାନ୍ତ ଆଗ୍ରହୀ ଥିଲେ, ନିଜର ଇଚ୍ଛା ଓ ଆନ୍ତରିକତା ଦେଖାଇଲେ, ଆମେ ଆପଣଙ୍କୁ ଆମ ପରିବାରରେ ସାମିଲ କରାଇ ଦରକାରୀ ସମସ୍ତ ସହଯୋଗ ଯୋଗାଇଦେବୁ ।

ଗ୍ଲୋବାଲ ଭଏସେସ ସମୂହର ଅଂଶ ହେବା ଆପଣଙ୍କର ପାଇଁ ଏକ ଆନନ୍ଦର ଅନୁଭୂତି ହେବ । ଆମ ସହ ଯୋଡ଼ି ହୋଇ, ଆପଣ ଏକ ଆନନ୍ଦମୁଖର ସଙ୍ଗଠନର ଅଂଶବିଶେଷ ହେବାର ସୁଯୋଗଲାଭ କରିପାରିବେ, ୩୦ ଗୋଟି ଭାଷାରେ ଅନୁବାଦ କରୁଥିବା ୩୦ ଗୋଟି ସ୍ୱେଚ୍ଛାସେବୀ ଦଳର ଜଣେ ସଭ୍ୟ ହୋଇ ଜଗତ ବାବଦରେ ଅଧିକ ଜାଣିବାକୁ ପାଇବେ, ନିଜର ଅନୁବାଦର ପାରଙ୍ଗମତା ଉନ୍ନତ କରିପାରିବେ ଓ ଏକ ମହତ ସମ୍ବିଭାଗ ଗଢ଼ିପାରିବେ ।
ଆମେ ଆପଣଙ୍କୁ ଆମ ସମୂହକୁ ପାଛୋଟି ନେବାକୁ ଚାହିଁରହିଛୁ । ଯଦି ଆପଣ ଆଗ୍ରହୀ, ତେବେ ଏହି ଆବେଦନ ପତ୍ରଟି ଭରି ଆମକୁ ପଠାନ୍ତୁ ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.