ସମସ୍ତ ଭାଷା ଉପରେ ଦେଖୁଛନ୍ତି? ଜଗତର ନାଗରିକ ମିଡିଆ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ଆମେ ଗ୍ଲୋବାଲ ଭଏସେସ କାହାଣୀମାନ ଅନୁବାଦ କରିଥାଉ ।

· ମାର୍ଚ, 2015

ଲେଖାସମୂହ (କେବେ ଠାରୁ) ରାଉଣ୍ଡଅପ (କେବେ ଠାରୁ) ମାର୍ଚ, 2015

ନୂଆ ପ୍ରଯୁକ୍ତି ଓ ଆବିଷ୍କାର ଉପରେ ମୁମ୍ବାଇର ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ମତ

ଭିଡ଼ିଓର କିଛି ଚିତ୍ରର ଅଂଶ (ଦେଖିବା ପାଇଁ ଫଟୋରେ କ୍ଲିକ କରନ୍ତୁ)

ଭିଡ଼ିଓର କିଛି ଚିତ୍ରର ଅଂଶ (ଦେଖିବା ପାଇଁ ଫଟୋରେ କ୍ଲିକ କରନ୍ତୁ)

ଲେଖକ @sutarcv  ଆତ୍ମା ସହିତ ସମ୍ପର୍କ ସମନ୍ଵୟକାରୀ ଭାବେ କାମ କରନ୍ତି

ଆତ୍ମା ଭାରତର ନିମ୍ନତମ ସୁବିଧାରୁ ବଞ୍ଚିତ ପିଲାମାନଙ୍କୁ ସାହାଯ୍ୟ କରୁଥିବା ପ୍ରକଳ୍ପମାନଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ସ୍ଥାପିତ ଏକ ଅଣଲାଭକାରୀ ଶିକ୍ଷା ସଂସ୍ଥା ।  ନିକଟରେ ଆତ୍ମା ଦ୍ୱ୍ୱାରା ପ୍ରକାଶିତ ଏକ ଭିଡ଼ିଓରେ ଏକ ସ୍ଥାନୀୟ ମହାନଗର ନିଗମ ବିଦ୍ୟାଳୟର ପିଲାମାନେ ଉଦ୍ଭାବନ, ପ୍ରଯୁକ୍ତି, ପରିବେଶ ଓ ଅର୍ଥ ଉପରେ ନିଜର ମତାମତ ଦେଇଛନ୍ତି ।

ଏହି ଭିଡ଼ିଓ ସ୍ଥାନୀୟ ମହାନଗର ବିଦ୍ୟାଳୟରେ ପଢୁଥିବା, ଖରାପ ପରିବେଶରେ ବଢ଼ୁଥିବା ଓ ସ୍ଥଳବିଶେଷରେ ନିଜର ମଦ୍ୟପ ଅଭିଭାବକମାନଙ୍କର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ମସ୍ତିଷ୍କକୁ ପରଖିବାର ଏକ ସୂକ୍ଷ୍ମଦୃଷ୍ଟି ଦେଇଥାଏ ।

ଝିଅଟିଏ ଏମିତି ଏକ ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ ଯାହାଫଳରେ ମଣିଷ ନିଜ ଇଚ୍ଛା ଅନୁସାରେ ଉଡ଼ିପାରିବ। ଆଉଜଣେ ଏମିତି ଏକ ଟଙ୍କାମୁଣି (ଉଆଲେଟ) ଉଦ୍ଭାବନ କରିବାକୁ ଚାହୁଁଛି ଯେଉଁଥିରୁ ପଇସା କେବେ ସରିବ ନାହିଁ । ପ୍ରଯୁକ୍ତି କଥା ପଡ଼ିଲେ ଏହି ମହାନଗର ନିଗମ ବିଦ୍ୟାଳୟର ପିଲାମାନେ ଭାରୀ ଉତ୍ସାହୀ । ସେମାନେ ମେସେଜିଙ୍ଗ ସେବା ହ୍ଵାଟ୍ସଆପ, ଇମେଲ ଓ ଗୁଗଲ ବିଷୟରେ ଜାଣିଛନ୍ତି, କିନ୍ତୁ ସେମାନଙ୍କ କଥାବାର୍ତ୍ତାରୁ ଯାହା ଜଣାଗଲା ଇଣ୍ଟରନେନେଟ ବ୍ୟବହାର ସେମାନଙ୍କପାଇଁ ସୀମିତ ।

ଆତ୍ମା ଫେସବୁକ ପୋଷ୍ଟରେ ଇନିଶ ମର୍ଚ୍ଚାଣ୍ଟ ଭିଡ଼ିଓ ଉପରେ ମନ୍ତବ୍ୟ ଦେଇ କହିଛନ୍ତି:

ମୁଁ ଚାହେଁ, ସରକାରୀ ବିଦ୍ୟାଳୟଗୁଡିକ ସେମାନଙ୍କର ପାଠ୍ୟକ୍ରମର ଅଂଶ ଭାବେ ଆଇଟି ଶିଖାନ୍ତୁ ।

ଏକ କାଳ୍ପନିକ ପ୍ରଶ୍ନର ସବୁଠୁ ଚଟୁଳ ଉତ୍ତର — ସେମାନଙ୍କୁ ଅନେକ ପଇସା ମିଳିଲେ ସେମାନେ କଣ କରିବେ? କେଇ ଜଣ କହିଲେ ଏହାକୁ ନିଜ ଅଭିଭାବକଙ୍କ ପାଇଁ ସଞ୍ଚିବେ ଆଉ ବାକି କିଛି କହିଲେ ଏହାକୁ ଭିନ୍ନକ୍ଷମମାନଙ୍କ ସାହାଯ୍ୟ ନିମନ୍ତେ ଦାନ କରିବେ । ସେମାନଙ୍କ ଭିତରେ ଆହୁରି କିଛି ମଧ୍ୟ କହିଲେ ଯେ ସେମାନେ ନିଜ ପାଇଁ ପ୍ରଥମେ କିଛି ତିଆରି କରିବେ, ତାପରେ ଅନ୍ୟପାଇଁ କିଛି ତିଆରି କରିବେ ।

ମେକ ଏ ଡିଫରେନ୍ସ ଅନାଥ ଓ ଅସହାୟ ପିଲାଙ୍କୁ ସାହାଯ୍ୟ କରୁଥିବା ଏକ ଅଣଲାଭକାରୀ ସଂସ୍ଥା । ଏହାର ଜଣେ କମ୍ୟୁନିକେସନ ବିଶେଷଜ୍ଞ ପ୍ରତୀକ ଇଉ. କେଶରୀ ଲେଖିଲେ,

ଏହା ବହୁତ ସୁନ୍ଦର! ଯଦି କେବଳ ବୟସ୍କମାନେ ଏହି ପିଲାର ଆଖି ମାଧ୍ୟମରେ ବିଚାରଗୁଡ଼ିକର ସମ୍ଭାବନାକୁ ଦେଖିପାରନ୍ତେ ।

ଆଦିବାସୀ ଟୁଇଟ ଅଷ୍ଟ୍ରେଲିଆରେ ଆନ୍ତର୍ଜାତିକ ମାତୃଭାଷା ଦିବସ ବାବଦେ ଆଲୋକପାତ କରିଛନ୍ତି

ଉଆମୁଟ (ଟୁଇଟରରେ @kriolkantri ନାମରେ ଜଣା, ଏବଂ ଦଶ ବର୍ଷ ପୁରୁଣା ଜଣେ ବ୍ଲଗର, ଦେଶଜ ଟୁଇଟମାନ Storifyରେ ସେଆର କରିଥିଲେ: “ଫେବୃଆରୀ ୨୧ ଆନ୍ତର୍ଜାତିକ ମାତୃଭାଷା ଦିବସ ଏବଂ ଏହି ବର୍ଷ ଅଷ୍ଟ୍ରେଲିଆବାସୀ ଏହି ମହାଦେଶର ଅନେକ ଆଦିବାସୀ ଓ ଦ୍ୱୀପପୁଞ୍ଜ-ଭାଷାସମୂହ ଖୁବ ସୁନ୍ଦର ଭାବେ ପରିବେଷଣ କରିବା ସହ ସମୁଜ୍ଜଳ ହୋଇ ସୁଦ୍ଧା ଭଙ୍ଗୁର ଭାଷାଗତ ବିଭିନ୍ନତା ବାବଦେ ଜଣାଇଥିଲେ ।”

ମାତୃଭାଷା ଦିବସର ଶୁଭେଚ୍ଛା! ଆମେ ନିଜ ଭାଷା ଦିନ ଯାକ ଟୁଇଟ କରୁଛୁ ଆଉ ସଗର୍ବେ ଏହି ଆନ୍ଦୋଳନରେ ଭାଗ ନେଇଛୁ:
— ଅଙ୍ଗୁକର ଲାଙ୍ଗୁଏଜ ସେଣ୍ଟର, ଫେବୃଆରୀ ୨୦, ୨୦୧୫

ଅଧିକ ଜାଣିବା ନିମନ୍ତେ ନିଜ ଭାଷାରେ #Motherlanguage ସହିତ ଟୁଇଟ କରି ଭାଷାଗତ ବିଭିନ୍ନତା ପାଳନ କରନ୍ତୁ ।