ସମସ୍ତ ଭାଷା ଉପରେ ଦେଖୁଛନ୍ତି? ଜଗତର ନାଗରିକ ମିଡିଆ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ଆମେ ଗ୍ଲୋବାଲ ଭଏସେସ କାହାଣୀମାନ ଅନୁବାଦ କରିଥାଉ ।

· ଅକ୍ଟୋବର, 2014

ଲେଖାସମୂହ (କେବେ ଠାରୁ) ରାଉଣ୍ଡଅପ (କେବେ ଠାରୁ) ଅକ୍ଟୋବର, 2014

ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

ଭାରତୀୟ ବ୍ୟବହାରକାରୀମାନେ ଗୁଗଲର ସୋସିଆଲ ନେଟୱାର୍କିଙ୍ଗ ପ୍ଲାଟଫର୍ମ “ଅର୍କୁଟ”ର ଆସନ୍ନ ବିଚ୍ଛେଦ ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟମାନେ ବ୍ୟବହାର କରୁଥିବା ସାମାଜିକ ଗଣମାଧ୍ୟମ ସାଇଟମାନଙ୍କ ମଧ୍ୟରୁ ଅର୍କୁଟ ହେଉଛି ସବୁଠାରୁ ପୁରୁଣା ଓ ପୃଥିବୀର ୨୦% ଅର୍କୁଟ ବ୍ୟବହାରକାରୀ ହେଉଛନ୍ତି ଭାରତୀୟ ।
ଅର୍କୁଟର ଶେଷ ସମୟ ବେଳେ ବିନୟା ନାଇଡୁ ଲାଇଟହାଉସ ଇନସାଇଟସରେ କିଛି ବ୍ୟବାହାରକାରୀ ମାନଙ୍କ ମତ ସଂକଳନ କରିଛନ୍ତି ।

ପ୍ରିୟା ମିତ୍ତଲ ନିଜର ପିଲାଦିନର ପ୍ରଥମ ସାଙ୍ଗଙ୍କୁ ଅର୍କୁଟ ମାଧ୍ୟମରେ ପାଇଥିଲେ, ଯାହା ସେତେବେଳେ ତାଙ୍କୁ “ଚମତ୍କାର ହେଲାଭଳି ଲାଗିଥିଲା”

ଉତ୍ସାହୀ ବାଇକର ବିଶାଳ କଟାରିଆ: “ମତେ କିଛି ସମୟ ଲାଗିଥିଲା ଅର୍କୁଟକୁ ଛାଡ଼ି ଫେସବୁକକୁ ଯିବାପାଇଁ କାରଣ ମୁଁ ଏଥିରେ ଖୁବ ଅଧିକ ଯୋଡ଼ିଯାଇଥିଲି, ସେ ଭାବନା ଫେସବୁକପାଇଁ କେବେ ଆସିନାହିଁ।”

ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର

A yellow Hindustan  ambassador taxi at Kolkata Road. Image by D Chakraborty. Copyright Demotix (27/5/2014)

କଲିକତାର ରାସ୍ତାରେ ଏକ ହଳଦିଆ ହିନ୍ଦୁସ୍ତାନ ଆମ୍ବାସାଡ଼ର. ଫଟୋ ଉଠେଇଛନ୍ତି ଡି. ଚକ୍ରବର୍ତ୍ତୀ। ସ୍ଵତ୍ଵ – ଡେମୋଟିକ୍ସ (୨୭/୫/୨୦୧୪)

ନିକଟ ଅତୀତରେ ହିନ୍ଦୁସ୍ତାନ ମୋଟର୍ସ ୧୯୫୮ରେ ଆରମ୍ଭ ହୋଇଥିବା ଭାରତର ପ୍ରତିଷ୍ଠିତ ହିନ୍ଦୁସ୍ତାନ ଆମ୍ବାସାଡ଼ର ଗାଡ଼ିର ଉତ୍ପାଦନକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି । ସୌମ୍ୟଦୀପ ଚୌଧୁରୀ “କଟିଙ୍ଗ ଦ ଚାଏ” ରେ ଏକ ଅଣଉପଚାରିକ (ଓ ଆନିମେଟେଡ) ଗୁଗଲ ଡୁଡଲ ତିଆରି କରି ଏହି ଉତ୍କୃଷ୍ଟ କାରଟିକୁ ସମ୍ମାନିତ କରିଛନ୍ତି। ଏହି କାର ଏବେ ମଧ୍ୟ ଅନେକ ଟାକ୍ସି ଚାଳକ, କିଛି ରାଜନେତା ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରିୟ ହେଇ ରହିଛି।

ଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା

କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ଜାତୀୟ ରାଜପଥ ଦର୍ଶନୀୟ ଓ କିଛି ମାତ୍ରାରେ ଏକ ବିପଦସଙ୍କୁଳ ରାଜପଥ । ଏହି ରାସ୍ତା ଜୁନରୁ ନଭେମ୍ବର ଯାଏଁ ଯିବାଆସିବା ପାଇଁ ଖୋଲା ରହିଥାଏ । ଏହି ସଡ଼କରେ ସ୍ଥାନେ ସ୍ଥାନେ କାଦୁଅ, ଗୋଡ଼ି ଓ ଠାଏ ଠାଏ ରାସ୍ତା ନଥିଲା ଭଳି ଥାଏ । ଏକ ପାଖିଆ ଯିବା ସମ୍ବବ ଥିବା ୩,୫୨୮ ମିଟର ଉର୍ଦ୍ଧ୍ୱର ଜୋଜି ଲା ଗିରିପଥ ମଧ୍ୟ ଏକ ପ୍ରକାର ବିପଦସଙ୍କୁଳ ଯେଉଁଥିରୁ ୧୦୦୦ ମିଟର ତଳକୁ ପଡ଼ିବାର ବିପଦ ରହିଛି। ଭ୍ରମଣ ବ୍ଲଗ “ମାଇନର ସାଇଟସ” ଉପରେ ଥିବା ଭିଡ଼ିଓ ଭଳି ଅନେକ ସଡ଼କ ଯାତ୍ରାର ବିସ୍ତୃତ ବିବରଣୀ ଦେଇଆସୁଛି ।